Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ବୟାନ, ଆମ ପାଇଁ ଦିନ ନୁହେଁ...ପୂରା ସିଜିନ୍‌ ଖରାପ

Sports

Hardik Pandya Statement / ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ବୟାନ, ଆମ ପାଇଁ ଦିନ ନୁହେଁ...ପୂରା ସିଜିନ୍‌ ଖରାପ

Santosh Kumar Sahoo
Browse all articles by Santosh Kumar Sahoo
·55 mins ago·2 min read
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ବୟାନ, ଆମ ପାଇଁ ଦିନ ନୁହେଁ...ପୂରା ସିଜିନ୍‌ ଖରାପ
Hardik Pandya

Key Points

MIର ଖରାପ ସମୟ
ପାଣ୍ଡ୍ୟା କହିଲେ – ସିଜିନ୍‌ ଭଲ ନୁହେଁ
MI ପ୍ଲେଅଫ୍ ଆଶା ଶେଷ?
ଶନିବାର ଆଇପିଏଲର ୪୪ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ଏହି ମ୍ୟାଚ୍‌ରେ ଚେନ୍ନାଇ ସହଜରେ ମୁମ୍ବାଇକୁ ପରାସ୍ତ କରିଥିଲା । ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୫୯ ରନ୍ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଫିନିସର ଭାବରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ସେ ୨୩ ବଲ୍‌ରୁ ୭୮ ଷ୍ଟ୍ରାଇକ୍ ରେଟ୍‌ରେ ମାତ୍ର ୧୮ ରନ୍ କରିଥିଲେ । ତେବେ କର ବା ମର ମ୍ୟାଚ୍‌ରେ ମୁମ୍ବାଇର ଶୋଚନୀୟ ପରାଜୟ ପରେ ବଡ଼ ବୟାନ ଦେଇଥିଲେ ପାଣ୍ଡ୍ୟା । ସେ କହିଥିଲେ, ଚେନ୍ନାଇ ସୁପର କିଙ୍ଗ୍ସ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କଠାରୁ ଭଲ ଥିଲା ।

ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପରେ ଯେତେବେଳେ ଉପସ୍ଥାପକ ତାଙ୍କୁ ପଚାରିଲେ, "ତୁମର ଆଜି ଦିନଟି ଭଲ ନଥିଲା ?" ହାର୍ଦ୍ଦିକ ପାଣ୍ଡ୍ୟା କହିଥିଲେ, "ମୁଁ ଭାବୁଛି ସମଗ୍ର ସିଜିନ୍ ଆମ ପାଇଁ ଭଲ ନଥିଲା ।" ପାଣ୍ଡ୍ୟା ଚେନ୍ନାଇ ସୁପର କିଙ୍ଗସର ପ୍ରଶଂସା କରି କହିଥିଲେ, "ସେମାନେ ଭଲ କ୍ରିକେଟ୍ ଖେଳିଥିଲେ । ସେମାନଙ୍କର ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ସବୁକିଛି ଭଲ ଥିଲା ।"

ଅଧିକ ପଢ଼ନ୍ତୁ: ମ୍ୟାଚ୍ ଡେ'ରେ CSK ଡ୍ରେସିଂ ରୁମରୁ ଗାୟବ ଧୋନି; କୋଚ୍ କଲେ ବଡ଼ ଖୁଲାସା


ମୁମ୍ବାଇ ଇଣ୍ଡିଆନ୍ସ ୧୧ ଓଭରରେ ୧୦୦ ରନ୍ କରିଥିଲା । ଆଶା ଥିଲା ଯେ ଦଳ ଏଠାରୁ ଆଉ ୧୦୦ ରନ୍ ଯୋଡ଼ିପାରିବ, କିନ୍ତୁ ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ସ୍କୋର କରିବାରେ ବିଫଳ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ସଂଘର୍ଷ କରିଥିଲେ । ସେ ୨୩ ବଲରୁ ମାତ୍ର ୧୮ ରନ୍ କରିଥିଲେ । ପାଣ୍ଡ୍ୟା କହିଛନ୍ତି, "ଗୋଟିଏ ସମୟରେ ଆମେ ୧୮୦-୧୯୦ ରନ କରିବା ରାସ୍ତାରେ ଥିଲୁ । କିନ୍ତୁ ଶେଷ ଓଭରରେ ଆମେ ଭଲ ଫିନିସ୍‌ କରିପାରିନଥିଲୁ ।

ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କର ବାକି ଥିବା ପାଞ୍ଚଟି ମ୍ୟାଚ୍‌ରେ ବିଜୟଲାଭ କରେ ତେବେ ସେମାନେ ସର୍ବାଧିକ ୧୪ ପଏଣ୍ଟ ପର୍ଯ୍ୟନ୍ତ ପହଞ୍ଚିପାରିବ । ଯଦିଓ ଐତିହାସିକ ଭାବରେ ୧୪ ପଏଣ୍ଟ ସହିତ ଦଳଗୁଡ଼ିକ ମଧ୍ୟ ପ୍ଲେଅଫ୍‌ରେ ପହଞ୍ଚିଛନ୍ତି, ଏହି ସମୟରେ ଏପରି ପରିସ୍ଥିତି ବହୁତ କଷ୍ଟକର । ମୁମ୍ବାଇ ଏବେ ପ୍ଲେ ଅଫ୍ ଦୌଡ଼ରୁ ବାହାର ବୋଲି ବିବେଚନା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hardik Pandya Admits Poor Season After MI Loss to CSK | Argus News