Hardik Pandya Trade / IPL ରେ ପୁଣି ବଡ଼ ଅଦଳବଦଳ ! ପନ୍ତଙ୍କ ପରେ ହାର୍ଦ୍ଦିକଙ୍କ ପାଳି ?
·1 hour ago·2 min read

Key Points
ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ପ୍ଲାନ୍
MI ଓ RR ମଧ୍ୟରେ ମେଗା ଟ୍ରେଡ୍ !
ହାର୍ଦ୍ଦିକଙ୍କ ବଦଳରେ ଆସିବେ ଯଶସ୍ୱୀ ?
MI ଓ RR ମଧ୍ୟରେ ମେଗା ଟ୍ରେଡ୍ !
ହାର୍ଦ୍ଦିକଙ୍କ ବଦଳରେ ଆସିବେ ଯଶସ୍ୱୀ ?
ଆଇପିଏଲ ସିଜିନ୍ ୧୯ ଶେଷ ହେବାର ଏକ ମାସ ମଧ୍ୟ ସମୟ ବିତିନି । କିନ୍ତୁ ଏବେଠୁ ଆସନ୍ତା ସିଜିନ୍ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । IPL ୨୦୨୭ ପୂର୍ବରୁ ଜଣେ ପ୍ରମୁଖ ଖେଳାଳିଙ୍କ ପରିବର୍ତ୍ତନ ନେଇ ଆଲୋଚନା ଜୋର ଧରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶସ୍ବୀ ଜୟସ୍ବାଲଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା ଜାରି ରହିଛି । ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ୍ ହୋଇପାରେ । ଯଦି ସବୁକିଛି ଠିକ୍ ରହେ, ତେବେ ହାର୍ଦ୍ଦିକ ପାଣ୍ଡ୍ୟା ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇପାରନ୍ତି, ଆଉ ଯଶସ୍ୱୀ ଜୟସ୍ୱାଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିପାରନ୍ତି ।
IPL 2026 ହାର୍ଦ୍ଦିକ ପାଣ୍ଡ୍ୟା ପାଇଁ ଏକ ନିରାଶାଜନକ ସିଜିନ୍ ଥିଲା । ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫରେ ପହଞ୍ଚିପାରିନଥିଲା । ଗୁଜରାଟ ଟାଇଟାନ୍ସ ଛାଡି ମୁମ୍ବାଇ ଫେରିଥିବା ହାର୍ଦ୍ଦିକଙ୍କୁ ଉଚ୍ଚ ଆଶା ସହିତ ଅଧିନାୟକତ୍ୱ ଦିଆଯାଇଥିଲା । କିନ୍ତୁ ଦଳ ଟାଇଟଲ ଜିତିବା ଦୂରର କଥା ମୁମ୍ବାଇ ପ୍ଲେଅଫ୍ରେ ବି ପହଞ୍ଚି ପାରିନଥିଲା ।
ଅନ୍ୟପକ୍ଷରେ, ଯଶସ୍ୱୀ ଜୟସ୍ୱାଲଙ୍କ ନାମ ମଧ୍ୟ ସବୁବେଳେ ଖବରରେ ରହିଛି । ରାଜସ୍ଥାନ ରୟାଲ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ଏହି ବ୍ୟାଟ୍ସମ୍ୟାନଙ୍କୁ ଭବିଷ୍ୟତର ଅଧିନାୟକ ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ଦଳ ରିୟାନ ପରାଗଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ହସ୍ତାନ୍ତର କରିଛି । ଏହା ବ୍ୟତୀତ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କ ଭାବରେ ଆଉ ଏକ ବିସ୍ଫୋରକ ଓପନରଙ୍କୁ ପାଇଛି । ଯାହାଫଳରେ ଜୟସ୍ବାଲ ଭଲ ପ୍ରଦର୍ଶନ କଲେ ମଧ୍ୟ ବୈଭବଙ୍କ ସାମ୍ନାରେ ଫିକା ପଡ଼ିଯାଉଛନ୍ତି । ତେଣୁ ତାଙ୍କୁ ଏବେ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି ।
ତେବେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଏକ ବଡ଼ ଟ୍ରେଡ୍ ହୋଇଛି । ଦୁଇ ବର୍ଷ ପରେ ପୁଣି ଥରେ ଦିଲ୍ଲୀକୁ ଫେରିଛନ୍ତି ଋଷଭ ପନ୍ତ । ସେହିପରି କୁଲଦୀପ ଯାଦବ ଲକ୍ଷ୍ନୌକୁ ଯାଇଛନ୍ତି । ୨୦୨୫ ଆଇପିଏଲ ନିଲାମରେ ପନ୍ତଙ୍କୁ ୨୭ କୋଟିରେ LSG କିଣିଥିଲା । କିନ୍ତୁ ଏବେ ଟ୍ରେଡ୍ ସମୟରେ ପନ୍ତଙ୍କୁ ୧୫ କୋଟିରେ ଦିଲ୍ଲୀରେ ସାମିଲ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: LSGରୁ ଅଲଗା ହେଲେ ପନ୍ତ, ୧୨ କୋଟି କ୍ଷତି ସହ ପୁଣି ଫେରିଲେ ଦିଲ୍ଲୀକୁ
ଅନ୍ୟପକ୍ଷରେ, ଯଶସ୍ୱୀ ଜୟସ୍ୱାଲଙ୍କ ନାମ ମଧ୍ୟ ସବୁବେଳେ ଖବରରେ ରହିଛି । ରାଜସ୍ଥାନ ରୟାଲ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ଏହି ବ୍ୟାଟ୍ସମ୍ୟାନଙ୍କୁ ଭବିଷ୍ୟତର ଅଧିନାୟକ ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ଦଳ ରିୟାନ ପରାଗଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ହସ୍ତାନ୍ତର କରିଛି । ଏହା ବ୍ୟତୀତ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କ ଭାବରେ ଆଉ ଏକ ବିସ୍ଫୋରକ ଓପନରଙ୍କୁ ପାଇଛି । ଯାହାଫଳରେ ଜୟସ୍ବାଲ ଭଲ ପ୍ରଦର୍ଶନ କଲେ ମଧ୍ୟ ବୈଭବଙ୍କ ସାମ୍ନାରେ ଫିକା ପଡ଼ିଯାଉଛନ୍ତି । ତେଣୁ ତାଙ୍କୁ ଏବେ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି ।
ତେବେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଏକ ବଡ଼ ଟ୍ରେଡ୍ ହୋଇଛି । ଦୁଇ ବର୍ଷ ପରେ ପୁଣି ଥରେ ଦିଲ୍ଲୀକୁ ଫେରିଛନ୍ତି ଋଷଭ ପନ୍ତ । ସେହିପରି କୁଲଦୀପ ଯାଦବ ଲକ୍ଷ୍ନୌକୁ ଯାଇଛନ୍ତି । ୨୦୨୫ ଆଇପିଏଲ ନିଲାମରେ ପନ୍ତଙ୍କୁ ୨୭ କୋଟିରେ LSG କିଣିଥିଲା । କିନ୍ତୁ ଏବେ ଟ୍ରେଡ୍ ସମୟରେ ପନ୍ତଙ୍କୁ ୧୫ କୋଟିରେ ଦିଲ୍ଲୀରେ ସାମିଲ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories