Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / କୋଲକାତା ନାଇଟ୍ ରାଇଡର୍ସକୁ ବଡ଼ ଝଟ୍‌କା; IPL ୨୦୨୬ ଖେଳି ପାରିବେନି ହର୍ଷିତ ରାଣା

Sushanta Sahoo
Browse all articles by Sushanta Sahoo
·4 months ago·2 min read
କୋଲକାତା ନାଇଟ୍ ରାଇଡର୍ସକୁ ବଡ଼ ଝଟ୍‌କା; IPL ୨୦୨୬ ଖେଳି ପାରିବେନି ହର୍ଷିତ ରାଣା
Harshit Rana Injury

Key Points

ଚିନ୍ତାରେ କୋଲକାତା ନାଇଟ୍ ରାଇଡର୍ସ । ଦ୍ରୁତ ବୋଲର ହର୍ଷିତ ରାଣା IPL ୨୦୨୬ର ଗୋଟିଏ ବି ମ୍ୟାଚ୍ ଖେଳିବେ ନାହିଁ । ଆଘାତ କାରଣରୁ ହର୍ଷିତ ରାଣା ଆଇପିଏଲ୍ ମ୍ୟାଚ୍ ଖେଳିବେ ନାହିଁ ।
ନୂଆଦିଲ୍ଲୀ: ଆଇପିଏଲ୍‌ ଆରମ୍ଭ ପୂର୍ବରୁ ବଡ଼ ଝଟ୍‌କା । ଚିନ୍ତାରେ କୋଲକାତା ନାଇଟ୍ ରାଇଡର୍ସ (KKR) । ଦ୍ରୁତ ବୋଲର ହର୍ଷିତ ରାଣା IPL ୨୦୨୬ର ଗୋଟିଏ ବି ମ୍ୟାଚ୍ ଖେଳିବେ ନାହିଁ । ଆଘାତ କାରଣରୁ ହର୍ଷିତ ରାଣା ଆଇପିଏଲ୍ ମ୍ୟାଚ୍ ଖେଳିବେ ନାହିଁ । ହର୍ଷିତଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୪ କୋଟି ଟଙ୍କାରେ କିଣିଥିଲା ।

ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ହର୍ଷିତ ରାଣା ଆହତ ହୋଇଥିଲେ । ଫଳରେ ହର୍ଷିତ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳି ପାରି ନଥିଲେ । ଏବେ ସୁଦ୍ଧା କେକେଆର୍ ହର୍ଷିତଙ୍କ ସ୍ଥାନରେ କିଏ ଖେଳିବ ଘୋଷଣା କରି ନାହିଁ । ଶୁକ୍ରବାର କୋଲକାତା ଦଳରେ ଜିମ୍ବାୱରେ ବିସ୍ଫୋରକ ବୋଲର ବ୍ଲୋସିଙ୍ଗ ମୁଜରବାନୀକୁ ସାମିଲ୍ କରିଛି । ହର୍ଷିତଙ୍କ ସ୍ଥାନରେ ଦଳ ମୁଜରବାନୀଙ୍କୁ ଖେଳାଇପାରେ ।

ଏଥିସହ ପଢ଼ନ୍ତୁ: କେବେଠୁ ମିଳିବ IPL ୨୦୨୬ ଟିକେଟ୍ ? ପ୍ରଶଂସକଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ

ଆନ୍ଦ୍ରେ ରସେଲଙ୍କ ଅବସର ପରେ ହର୍ଷିତ ରାଣା ଆଇପିଏଲ୍ ୨୦୨୬ ନ ଖେଳିବା କେକେଆର ପାଇଁ ବହୁତ ବଡ଼ ଝଟ୍‌କା ସାବ୍ୟସ୍ତ ହେବ । ବିଶେଷକରି ମ୍ୟାଚ୍ ଶେଷ ସମୟରେ ବୋଲିଂ ଦୃଷ୍ଟିକୋଣରୁ କୋଲକାତା ନାଇଟ୍ ରାଇଡର୍ସ ଲାଗି ସମସ୍ୟା ବଢ଼ିପାରେ ।

ବ୍ଲୋସିଙ୍ଗ ମୁଜରବାନୀ ୨୦୨୬ ଟି-ଟ୍ଵେଣ୍ଟ ବିଶ୍ଵକପ୍‌ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର୍‌ଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି । ସେ ପୁରା ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ୱିକେଟ୍ ହାତେଇଛନ୍ତି । କୋଲକାତା ନାଇଟ୍ ରାଇଡର୍ସର ଆଶା ହର୍ଷିତ ରାଣାଙ୍କ ସ୍ଥାନ ପୂରଣ କରିପାରିବେ ବ୍ଲୋସିଙ୍ଗ ମୁଜରବାନୀ ।

ଏଥିସହ ପଢ଼ନ୍ତୁ: IPL ୨୦୨୬ର ପ୍ରଥମ ମ୍ୟାଚ୍‌ ଖେଳିବେ ବିରାଟ କୋହଲି, ଜାଣନ୍ତୁ କେବେ ଆକ୍ସନକୁ ଆସିବେ ଧୋନି-ରୋହିତ

ସୂଚନା ଅନୁସାରେ, କୋଲକାତା ନାଇଟ୍ ରାଇଡର୍ସ ଆସନ୍ତାକାଲି ମାର୍ଚ୍ଚ ୧୪ ତାରିଖରେ ନୂଆ ଜର୍ସି ଲଞ୍ଚ କରିବାକୁ ଯାଉଛି । ବିସିସିଆଇ ଜାରି କରିଥିବା ଆଇପିଏଲ୍‌ର ୨୦ ମ୍ୟାଚ୍ ସୂଚୀ ଅନୁସାରେ, ୨୦୨୬ ଆଇପିଏଲ୍‌ରେ କେକେଆର୍ ମାର୍ଚ୍ଚ ୨୯ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଗତ ଆଇପିଏଲ୍‌ରେ ହର୍ଷିତ ୧୩ଟି ମ୍ୟାଚ୍ ଖେଳି ମୋଟ ୧୫ଟି ୱିକେଟ୍ ଅକ୍ତିଆର୍ କରିଥିଲେ ।

IPL ୨୦୨୬ର ପ୍ରଥମ ୨୦ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ପ୍ରଥମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ (RCB vs SRH) ମଧ୍ୟରେ ଖେଳାଯିବ । ଏହାର ଅର୍ଥ ହେଉଛି ବିରାଟ କୋହଲି IPL ୨୦୨୬ର ପ୍ରଥମ ମ୍ୟାଚ୍ ଖେଳିବେ । RCB ଇଣ୍ଡିଆନ୍ ପ୍ରିମିୟର ଲିଗର ଡିଫେଣ୍ଡିଂ ଚାମ୍ପିଅନ୍ ଏବଂ ବିରାଟଙ୍କ ଦଳ ଏହାର ବିଜୟ ଧାରା ବଜାୟ ରଖିବାକୁ ଚାହିଁବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
KKR Suffers Big Blow as Harshit Rana Ruled Out of IPL 2026 | Argus News | Argus News