India vs Pakistan Final / 'ଆମେ ଭାରତକୁ ବି ହରାଇ ପାରିବୁ...', ଫାଇନାଲ ପୂର୍ବରୁ ପାକିସ୍ତାନ କ୍ୟାପଟେନଙ୍କ ଚ୍ୟାଲେଞ୍ଜ

Key Points
ବାଂଲାଦେଶକୁ ହରାଇ ଏସିଆ କପ୍ ଫାଇନାଲରେ ପାକିସ୍ତାନ । ୪୧ ବର୍ଷ ପରେ ପ୍ରଥମ ଥର ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ।
୪୧ ବର୍ଷ ପରେ ପ୍ରଥମ ଥର ଏସିଆ କପ୍-୨୦୨୫ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ୨୮ ସେପ୍ଟେମ୍ବରରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ୨୫ ସେପ୍ଟେମ୍ବରରେ ଏସିଆ କପର ସୁପର-୪ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଫାଇନାଲରେ ପ୍ରବେଶ କରିବା ପରେ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗା ଏକ ବଡ଼ ବୟାନ ଦେଇଛନ୍ତି । ସେ ଭାରତୀୟ ଦଳକୁ ଚେତାବନୀ ଦେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ।
ମ୍ୟାଚ୍ ପରେ ପ୍ରେସ୍ କନଫରେନ୍ସରେ ସଲମାନ ଅଲି ଆଗା କହିଛନ୍ତି, ଯଦି ଆମେ ଏହିପରି ଏକ ମ୍ୟାଚ୍ ଜିତିପାରିବା, ତେବେ ଆମେ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦଳ । ଆମ ଦଳର ପ୍ରତ୍ୟେକ ଖେଳାଳି ଭଲ ଖେଳ ପ୍ରଦର୍ଶନ କରିଥିଲେ । ତଥାପି, ଆମକୁ ଆମର ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡ଼ିବ, ଆମକୁ ଏହା ଉପରେ କାମ କରିବାକୁ ପଡ଼ିବ । ଆମେ ଜାଣିଛୁ ଯେ ଫାଇନାଲରେ ଆମକୁ କ'ଣ କରିବାକୁ ପଡିବ ଏବଂ ଆମେ ରବିବାର ଆମର ସର୍ବୋତ୍ତମ ପ୍ରଦର୍ଶନ କରିବୁ।"
ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ୧୧ ରନ୍ରେ ହରାଇଲା ପାକିସ୍ତାନ, ଫାଇନାଲ୍ରେ ଭାରତ ସହ ମୁକାବିଲା
ସଲମାନ ଏହା ମଧ୍ୟ କହିଛନ୍ତି, ଆମ ଦଳର ଆତ୍ମବିଶ୍ୱାସ ଆମକୁ ଯେକୌଣସି ଦଳକୁ ଚ୍ୟାଲେଞ୍ଜ କରିବାର ଅଧିକାର ଦିଏ। ଆମେ ଭାରତ ଭଳି ଏକ ଶକ୍ତିଶାଳୀ ଦଳ ବିରୁଦ୍ଧରେ ମଧ୍ୟ ଆମର ସର୍ବୋତ୍ତମ ପ୍ରଦର୍ଶନ କରିବୁ ବୋଲି ପାକିସ୍ତାନ ଅଧିନାୟକ କହିଛନ୍ତି।
📱 Get Argus News App
✨
ଶାହିନ ଆଫ୍ରିଦିଙ୍କ ପ୍ରଶଂସା
ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନର ବୋଲିଂ ସେମାନଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବିଶେଷକରି ଶାହିନ ଶାହ ଆଫ୍ରିଦି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ। ଅଧିନାୟକ ସଲମାନ କହିଥିଲେ, "ଶାହିନ ଜଣେ ସ୍ୱତନ୍ତ୍ର ଖେଳାଳି । ଦଳକୁ ଯାହା ଆବଶ୍ୟକ ଥିଲା ସେ କରିଥିଲେ । ଆମେ ଆରମ୍ଭରୁ ଆକ୍ରମଣାତ୍ମକ ବୋଲିଂ କରି ବାଂଲାଦେଶକୁ ବ୍ୟାକଫୁଟରେ ରଖିଥିଲୁ, ଯାହା ଫଳରେ ଆମେ ଏହି ମ୍ୟାଚରେ ବିଜୟ ଲାଭ କରିଥିଲୁ'।
ବାଂଲାଦେଶର ପରାଜୟର କାରଣ
ଅନ୍ୟପକ୍ଷରେ, ବାଂଲାଦେଶର ଷ୍ଟାଣ୍ଡ-ଇନ୍ ଅଧିନାୟକ ଜାକର ଅଲି ପରାଜୟ ପାଇଁ ତାଙ୍କ ଦଳର ବ୍ୟାଟିଂକୁ ଦାୟୀ କରିଥିଲେ। ସେ କହିଛନ୍ତି, "ଗତ ଦୁଇଟି ମ୍ୟାଚ୍ରେ ଆମର ବ୍ୟାଟିଂ ଦୁର୍ବଳ ରହିଛି । ଆମ ବୋଲର ଭଲ ବୋଲିଂ କରିଥିଲେ । କିନ୍ତୁ ଖରାପ ବ୍ୟାଟିଂ ଫଳରେ ଆମେ ଏହି ମ୍ୟାଚରେ ପରାଜୟ ବରଣ କଲୁ ।
ଫାଇନାଲ୍ର ଉତ୍ସାହ
ଏବେ ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ଏସିଆ କପ୍-୨୦୨୫ ଫାଇନାଲ ଉପରେ ରହିଛି । କାହିଁକି ନା ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ । ତେବେ ଚଳିତ ଏସିଆ କପରେ ତୃତୀୟ ଥର ପାଇଁ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ପୂର୍ବରୁ ଦୁଇ ଦଳ ଗ୍ରୁପ୍ ପର୍ଯ୍ୟାୟ ଏବଂ ସୁପର୍ ଫୋର୍ରେ ପରସ୍ପରର ମୁହାଁମୁହିଁ ହୋଇଥିଲେ । ଆଉ ପାକିସ୍ତାନ ଉଭୟ ମ୍ୟାଚ୍ରେ ଶୋଚନୀୟ ପରାସ୍ତ ହୋଇଥିଲା । ଫାଇନାଲରେ ପୁଣି ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍-୨୦୨୫ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।
Related Topics
Explore more stories