ICC Prize Money / ମହିଳା T୨୦ ବିଶ୍ୱକପ୍ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା; IPL ଠାରୁ ବି ଅଧିକ
·5 months ago·3 min read

Key Points
ICC ମହିଳା T୨୦ ବିଶ୍ୱକପ୍ ୨୦୨୬
ଘୋଷଣା ହେଲା ପୁରସ୍କାର ରାଶି
ଏଥର ବିଜେତାଙ୍କ ଉପରେ ଧନବର୍ଷା
ଘୋଷଣା ହେଲା ପୁରସ୍କାର ରାଶି
ଏଥର ବିଜେତାଙ୍କ ଉପରେ ଧନବର୍ଷା
ମହିଳା କ୍ରିକେଟକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଆଇସିସିର ବଡ଼ ପଦକ୍ଷେପ । ICC ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା ହୋଇଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ୬୦ ଦିନ ପୂର୍ବରୁ କରାଯାଇଥିବା ଏହି ଘୋଷଣା ଖେଳାଳି ଏବଂ ପ୍ରଶଂସକଙ୍କ ଉତ୍ସାହକୁ ବହୁଗୁଣିତ କରିଛି । ଇଂଲଣ୍ଡ ଏବଂ ୱେଲ୍ସରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ପୁରସ୍କାର ରାଶି ୮,୭୬୪,୬୧୫ ଆମେରିକୀୟ ଡଲାର ବା ପ୍ରାୟ ୮୧ କୋଟି ୮୩ ଲକ୍ଷ ଟଙ୍କା ସ୍ଥିର କରାଯାଇଛି, ଯାହା ୨୦୨୪ ତୁଳନାରେ ୧୦ ପ୍ରତିଶତ ଅଧିକ । ଏଥର ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟରେ ୧୨ଟି ଦଳ ଅଂଶଗ୍ରହଣ କରିବେ ।
ଏ ନେଇ ଆଇସିସି ସିଇଓ ସଞ୍ଜୋଗ ଗୁପ୍ତା କହିଛନ୍ତି, "ମହିଳା କ୍ରିକେଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆଇସିସି ମହିଳା ଟି-୨୦ ବିଶ୍ୱକପକୁ ୧୨ ଦଳକୁ ବିସ୍ତାର କରିବା, ରେକର୍ଡ ପୁରସ୍କାର ରାଶି ଘୋଷଣା କରିବା, ଏକ ଶକ୍ତିଶାଳୀ ଏବଂ ଅଧିକ ପ୍ରତିଯୋଗିତାମୂଳକ ବିଶ୍ୱ କ୍ରୀଡ଼ା ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ । ଏହି ବିଶ୍ୱର ସାମାଜିକ ଏବଂ ସାଂସ୍କୃତିକ ଦୃଶ୍ୟପଟ ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇବ ।"
- ଚାମ୍ପିଅନ୍ ଦଳ ଉପରେ ଧନ ବର୍ଷା
ଏ ନେଇ ଆଇସିସି ସିଇଓ ସଞ୍ଜୋଗ ଗୁପ୍ତା କହିଛନ୍ତି, "ମହିଳା କ୍ରିକେଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆଇସିସି ମହିଳା ଟି-୨୦ ବିଶ୍ୱକପକୁ ୧୨ ଦଳକୁ ବିସ୍ତାର କରିବା, ରେକର୍ଡ ପୁରସ୍କାର ରାଶି ଘୋଷଣା କରିବା, ଏକ ଶକ୍ତିଶାଳୀ ଏବଂ ଅଧିକ ପ୍ରତିଯୋଗିତାମୂଳକ ବିଶ୍ୱ କ୍ରୀଡ଼ା ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ । ଏହି ବିଶ୍ୱର ସାମାଜିକ ଏବଂ ସାଂସ୍କୃତିକ ଦୃଶ୍ୟପଟ ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇବ ।"
- ICC ପକ୍ଷରୁ ଟ୍ରଫି ଟୁର୍ ଆରମ୍ଭ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଜୁନ ୧୨ରୁ ଆରମ୍ଭ ହେବ ମହିଳା ଟି-୨୦ ବିଶ୍ୱକପ୍
ପଢନ୍ତୁ ଏହି ଖବର: ୨୦୧୧ ବିଶ୍ୱକପ୍ ଫାଇନାଲ୍ରେ କାହିଁକି ହୋଇଥିଲା ୨ ଥର ଟସ୍ ? ଜାଣନ୍ତୁ ପ୍ରକୃତ ସତ
ଦଳଗୁଡ଼ିକୁ ୬ ଜଣିଆ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ୍ Aରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଭାରତ, ନେଦରଲ୍ୟାଣ୍ଡସ୍, ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ଅଛନ୍ତି । ଗ୍ରୁପ୍ Bରେ ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ଅଛନ୍ତି । ପ୍ରତ୍ୟେକ ଦଳ ସେମାନଙ୍କ ଗ୍ରୁପ୍ର ଅନ୍ୟ ଦଳଗୁଡ଼ିକ ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳିବେ । ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲକୁ ଯିବେ । ଫାଇନାଲ୍ ଜୁଲାଇ ୫ ତାରିଖରେ ଲର୍ଡସ୍ରେ ଅନୁଷ୍ଠିତ ହେବ । ସାମଗ୍ରିକ ଭାବରେ ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ କେବଳ କ୍ରିକେଟରେ ନୁହେଁ, ପୁରସ୍କାର ରାଶି ଏବଂ ଲୋକପ୍ରିୟତାରେ ମଧ୍ୟ ଇତିହାସ ସୃଷ୍ଟି କରିବ ବୋଲି ଆଶା ରଖାଯାଇଛି।
Related Topics
Explore more stories