Videos
|
Sports

India Beat Japan / ହାରୁ ହାରୁ ବଞ୍ଚିଲା ଭାରତ, ଜାପାନକୁ ୨ ରନ୍‌ରେ ହରାଇଲା ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ହାରୁ ହାରୁ ବଞ୍ଚିଲା ଭାରତ, ଜାପାନକୁ ୨ ରନ୍‌ରେ ହରାଇଲା ଭାରତ
India vs Japan

Key Points

ଜାପାନ ଦେଲା କଡ଼ା ଟକ୍କର
ଶେଷ ବଲ୍‌ରେ ବଞ୍ଚିଗଲା ଟିମ୍ ଇଣ୍ଡିଆ
୨ ରନ୍‌ରେ ଭାରତର ବିଜୟ
ଆଜି ଭାରତ-ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ସମସ୍ତେ ଆଶା କରୁଥିଲେ ହି ମ୍ୟାଚ୍‌କୁ ଟିମ୍ ଇଣ୍ଡିଆ ଏକପାଖିଆ ନିଜ ନାମରେ କରିବ । କିନ୍ତୁ ଏପରି ହୋଇନଥିଲା । ଶେଷ ବଲ୍‌ ପର୍ଯ୍ୟନ୍ତ ଥିଲା ରୋମାଞ୍ଚ, ମାତ୍ର ୨ ରନ୍‌ରେ ବଞ୍ଚିଗଲା ଟିମ୍ ଇଣ୍ଡିଆ ।

ବର୍ଷା ଯୋଗୁଁ ୫ ଓଭର ବିଶିଷ୍ଟ ହୋଇଥିବା ଏହି ମ୍ୟାଚ୍‌ରେ ଜାପାନ ଭାରତକୁ ଦେଇଥିଲା କଡ଼ା ଟକ୍କର । ମାତ୍ର ୩୨ ରନ୍‌ର ଛୋଟ ଲକ୍ଷ୍ୟକୁ ପିଛା କରି ଜାପାନ ଶେଷ ବଲ୍‌ ପର୍ଯ୍ୟନ୍ତ ବିଜୟ ଆଶା ଜାରି ରଖିଥିଲା । ଅକ୍ଷର ପଟେଲଙ୍କ ହାତରେ ଥିଲା ଶେଷ ଓଭରର ଦାୟିତ୍ୱ, ଆଉ ତାଙ୍କୁ ଡିଫେଣ୍ଡ କରିବାକୁ ଥିଲା ୮ ରନ୍ । ଆଉ ଶେଷ ବଲ୍‌ରେ ମ୍ୟାଚ୍‌ର ଭାଗ୍ୟ ନିର୍ଣ୍ଣୟ ହେଲା ଏବଂ ଶେଷରେ ଭାରତ ମାତ୍ର ୨ ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କଲା ।

ଜାପାନ କ୍ରିକେଟ୍ ଟିମ୍ ଭାରତକୁ ଚକିତ କରିଦେଇଛି । ବର୍ଷା ଯୋଗୁଁ ପ୍ରଭାବିତ ଏହି ରୋମାଞ୍ଚକର ମ୍ୟାଚ୍‌ରେ ଶେଷ ବଲ୍ ପର୍ଯ୍ୟନ୍ତ ଜାପାନ ପାଖରେ ବିଜୟର ସୁଯୋଗ ରହିଥିଲା । କିନ୍ତୁ ଶେଷରେ ଏହି ମ୍ୟାଚ୍‌ରେ ଭାରତ ବିଜୟଲାଭ କରିଥିଲା । ଏହି ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା । ସେ ୧୨ଟି ବଲ୍‌ରୁ ୧୬ ରନ୍ କରିଥିଲେ ।

ବର୍ଷା ଯୋଗୁଁ ମ୍ୟାଚ୍ ହୋଇଥିଲା ୫ ଓଭରର

ବର୍ଷା ଏବଂ ଓଦା ମଇଦାନ କାରଣରୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା । ମ୍ୟାଚ୍ ହେବ କି ନାହିଁ, ତାହାକୁ ନେଇ ମଧ୍ୟ ସନ୍ଦେହ ରହିଥିଲା । ଶେଷରେ ମ୍ୟାଚ୍ ଆରମ୍ଭ ହୋଇଥିଲା, କିନ୍ତୁ ଏହାକୁ ୫-୫ ଓଭରକୁ କମାଇ ଦିଆଯାଇଥିଲା ।


ପ୍ରଥମେ ବ୍ୟାଟିଂ କରି ଭାରତ ୫ ଓଭରରେ ମାତ୍ର ୩୨ ରନ୍ କରିଥିଲା । ଓପନର ଅଭିଷେକ ଶର୍ମା ଗୋଲ୍ଡେନ୍ ଡକ୍‌ର ଶିକାର ହୋଇଥିଲେ । ସଞ୍ଜୁ ସାମସନ୍ ୭ ବଲ୍‌ରୁ ୯ ରନ୍, ଈଶାନ କିଶନ ୬ ବଲ୍‌ରୁ ୩ ରନ୍ ଏବଂ ତିଲକ ବର୍ମା ୧ ରନ୍ କରିଥିଲେ ।

ହାରୁ ହାରୁ ବଞ୍ଚିଲା ଟିମ୍ ଇଣ୍ଡିଆ

ଭାରତକୁ ୫ ଓଭରରେ ୩୨ ରନ୍‌ରେ ରୋକିବା ପରେ ଜାପାନ ଲକ୍ଷ୍ୟର ପିଛା କରି ମ୍ୟାଚ୍ ଜିତିବାର ଖୁବ୍ ନିକଟରେ ପହଞ୍ଚିଯାଇଥିଲା । ଜାପାନର ଅଧିନାୟକ କେଣ୍ଡଲ କାଡୋୱାକି-ଫ୍ଲେମିଂ ୧୨ଟି ବଲ୍‌ରୁ ୧୨ ରନ୍ କରିଥିଲେ ।

ଅଧିକ ପଢ଼ନ୍ତୁ: ଜଣେ ‘ହିଟ୍’, ଆଉ ଜଣେ ‘ଫ୍ଲପ୍’; ଟିମ୍ ଇଣ୍ଡିଆ ପାଇଁ କେମିତି ରହିଲା ସେହୱାଗ-ଦ୍ରାବିଡଙ୍କ ପୁଅଙ୍କ ପ୍ରଦର୍ଶନ ?


୩ ଓଭର ଶେଷରେ ଜାପାନ ୧୮ ରନ୍ କରିସାରିଥିଲା । ଏବେ ବିଜୟ ପାଇଁ ୧୨ଟି ବଲ୍‌ରୁ ଆଉ ୧୫ ରନ୍ ଆବଶ୍ୟକ ଥିଲା । ଚତୁର୍ଥ ଓଭର ୱାଶିଂଟନ୍ ସୁନ୍ଦର ବୋଲିଂ କରିଥିଲେ । ସେ ଏହି ଓଭରରେ ୭ ରନ୍ ଦେବା ସହ ଜାପାନ ଅଧିନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ମଧ୍ୟ ନେଇଥିଲେ । ଏହାପରେ ଶେଷ ଓଭରରେ ଜାପାନକୁ ବିଜୟ ପାଇଁ ୮ ରନ୍ ଆବଶ୍ୟକ ଥିଲା।

ଅକ୍ଷର ପଟେଲଙ୍କ ଶେଷ ଓଭରରେ ରୋମାଞ୍ଚ

ଶେଷ ଓଭର ବୋଲିଂ କରିଥିଲେ ଅକ୍ଷର ପଟେଲ । ଆଉ ଆଠ ରନ୍‌କୁ ଡିପେଣ୍ଡ କରିଥିଲେ । ଯାହାଫଳରେ ଜାପାନ ୨ ରନ୍‌ରେ ପରାଜୟ ବରଣ କରିଥିଲା । କିନ୍ତୁ ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼େଇ କରି ଜାପାନ ଭାରତକୁ ନିଶ୍ଚିତ ଭାବେ ଚାପରେ ରଖିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: