Videos
|
Sports

Cricket News / ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ...ପ୍ରଥମେ ବ୍ୟାଟିଂ କରିବ ଭାରତ, ଆଜି ବି ବୈଭବଙ୍କୁ ମିଳିଲାନି ସୁଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·59 mins ago·1 min read
ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ...ପ୍ରଥମେ ବ୍ୟାଟିଂ କରିବ ଭାରତ, ଆଜି ବି ବୈଭବଙ୍କୁ ମିଳିଲାନି ସୁଯୋଗ
India Playing XI

Key Points

ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦
ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ
ପ୍ରଥମେ ବ୍ୟାଟିଂ କରିବ ଭାରତ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଶେଷ ମୁକାବିଲା ରବିବାର ଖେଳାଯାଉଛି । ହାମିଲଟନ୍‌ର ସେଡନ୍ ପାର୍କରେ ଏହି ମ୍ୟାଚ୍‌ ଖେଳାଯାଉଛି । ପ୍ରଥମ ତିନୋଟି ମ୍ୟାଚ୍‌ରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ଆଗୁଆ ସିରିଜ୍ ନିଜ ନାମରେ କରିସାରିଛି । ତେବେ ଚତୁର୍ଥ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବାଜି ମାରିଥିଲା । ତେଣୁ ଶେଷ ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ୍‌ର ଅନ୍ତ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ତେବେ ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ ।



ପଞ୍ଚମ ତଥା ଅନ୍ତିମ ଟି-୨୦ରେ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ ହୋଇଛି । ଦ୍ରୁତ ବୋଲର ମୟଙ୍କ ଯାଦବଙ୍କ ସ୍ଥାନରେ ଭୁବନେଶ୍ବର କୁମାରଙ୍କୁ ସୁଯୋଗ ମିଳିଥିବା ବେଳେ ଅକ୍ଷର ପଟେଲଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଜିର ମ୍ୟାଚ୍‌ରେ ମଧ୍ୟ ଯୁବ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୁଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନି ।

ଭାରତର ଚୂଡ଼ାନ୍ତ ଏକାଦଶ: ସଞ୍ଜୁ ସାମସନ୍, ଅଭିଷେକ ଶର୍ମା, ଈଶାନ କିଶନ (ୱିକେଟ୍ କିପର୍), ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ନମନ ଧୀର, ନୀତିଶ କୁମାର ରେଡ୍ଡୀ, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ବର କୁମାର, ପ୍ରିନ୍ସ ଯାଦବ ଓ ଅର୍ଶଦୀପ ସିଂହ

ଏଥି ସହ ପଢନ୍ତୁ:   ପଞ୍ଚମ ଟି-୨୦ରୁ ବାଦ୍ ପଡ଼ିପାରନ୍ତି ୩ ଷ୍ଟାର୍ ଖେଳାଳି, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: