Cricket News / ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ି ଡାକ୍ତର ସାଜିଲେ ଜାଡେଜା, ଷ୍ଟେଥୋସ୍କୋପ୍ରେ ଶୁଣିଲେ ନିଜ ହୃଦସ୍ପନ୍ଦନ
·Updated on: 29 Nov 2026, 14:03:30 IST·2 min read

Key Points
କ୍ରିକେଟରରୁ ଡାକ୍ତର ବନିଗଲେ ରବୀନ୍ଦ୍ର ଜାଡେଜା
ଷ୍ଟେଥୋସ୍କୋପ୍ ଧରି ନିଜ ହୃଦସ୍ପନ୍ଦନ ଶୁଣିଲେ
ଜାଡେଜାଙ୍କ ମଜାଦାର ଭିଡିଓ ଭାଇରାଲ୍
ଷ୍ଟେଥୋସ୍କୋପ୍ ଧରି ନିଜ ହୃଦସ୍ପନ୍ଦନ ଶୁଣିଲେ
ଜାଡେଜାଙ୍କ ମଜାଦାର ଭିଡିଓ ଭାଇରାଲ୍
ନ୍ୟୁଜିଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଏକ ମଜାଦାର ଅନ୍ଦାଜ ଦେଖିବାକୁ ମିଳିଛି । ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଥିବା ଜାଡେଜା ବେକରେ ଷ୍ଟେଥୋସ୍କୋପ୍ ପକାଇ ନିଜ ହୃଦସ୍ପନ୍ଦନ ଯାଞ୍ଚ କରୁଥିବା ନଜର ଆସିଥିଲେ । ତାଙ୍କର ଏହି ମଜାଦାର ଅନ୍ଦାଜର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ପଡ଼ିଆ ବାହାରେ ଭାରତୀୟ ସପୋର୍ଟ ଷ୍ଟାଫ୍ଙ୍କ ସହ ବସିଥିଲେ ଜାଡେଜା । ଏହି ସମୟରେ ସେ ଏକ ଷ୍ଟେଥୋସ୍କୋପ୍ ଉଠାଇ ନିଜ ଛାତିରେ ଲଗାଇ ହୃଦସ୍ପନ୍ଦନ ଶୁଣିବାକୁ ଲାଗିଥିଲେ । ତାଙ୍କର ଏହି ଅନ୍ଦାଜ ଦେଖି କିଛି ସମୟ ପାଇଁ ଲାଗୁଥିଲା ଯେମିତି ଜଣେ କ୍ରିକେଟର ନୁହେଁ, ବରଂ ଡାକ୍ତର ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ଏଥି ସହ ପଢନ୍ତୁ: ପ୍ରଥମ ଇନିଂସର ହିରୋ ଆକାଶ ଦୀପ ଆଉଟ୍, ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏଣ୍ଟ୍ରି
ଭାରତୀୟ ଦଳର ସ୍ଥିତି ଥିଲା ଚିନ୍ତାଜନକ
ଗୋଟିଏ ପଟେ ଜାଡେଜା ପଡ଼ିଆ ବାହାରେ ମଜାମସ୍ତି କରୁଥିବା ବେଳେ ଅନ୍ୟପଟେ ଭାରତୀୟ ଦଳ ପାଇଁ ମ୍ୟାଚ୍ର ସ୍ଥିତି ଆଦୌ ସହଜ ନଥିଲା । ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୩୫୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ବ୍ୟାଟରମାନେ କିୱି ଦ୍ରୁତ ବୋଲରଙ୍କ ସାମ୍ନାରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଉଥିଲେ ।
ଏଭଳି ସ୍ଥିତିରେ ଯୁବ ବ୍ୟାଟର ଧ୍ରୁବ ଜୁରେଲ ଓ ନିମ୍ନକ୍ରମର ବ୍ୟାଟରଙ୍କ ଉପରେ ଦଳକୁ ସମ୍ଭାଳିବାର ଦାୟିତ୍ୱ ରହିଥିଲା । ଜୁରେଲ ଚମତ୍କାର ବ୍ୟାଟିଂ କରି ୮୮ ରନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ତାଙ୍କ ଯୋଗୁଁ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ପ୍ରଥମ ଇନିଂସ ଆଧାରରେ ନ୍ୟୁଜିଲାଣ୍ଡ ୧୧୦ ରନ୍ର ଅଗ୍ରଣୀ ହାସଲ କରିଥିଲା ।
ଜାଡେଜା ଓ ସିରାଜଙ୍କୁ ନେଇ ଉଠିଲା ପ୍ରଶ୍ନ
ଏହି ଟେଷ୍ଟ ମ୍ୟାଚ୍ର ଚୂଡ଼ାନ୍ତ ଏକାଦଶରେ କେବଳ ରବୀନ୍ଦ୍ର ଜାଡେଜା ନୁହେଁ, ବରଂ ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମଧ୍ୟ ସ୍ଥାନ ମିଳିନଥିଲା । ଏହାକୁ ନେଇ କ୍ରିକେଟ୍ ମହଲରେ ଅନେକ ପ୍ରଶ୍ନ ଉଠିଛି ।

ROCKSTAR BY DAY, DOCTOR BY… 😅 The Rockstar making sure his heartbeat is hitting all the right notes. 😂 Watch the HERO VIDA India Tour of New Zealand, 2nd Test, Day 3, LIVE NOW on Sony Sports Network TV channels & Sony LIV. #SonySportsNetwork #SonyLIV #NZVIND https://t.co/QDm5D7Nbj7
— Sony Sports Network (@SonySportsNetwk) November 28, 2026
ଏଥି ସହ ପଢନ୍ତୁ: ପ୍ରଥମ ଇନିଂସର ହିରୋ ଆକାଶ ଦୀପ ଆଉଟ୍, ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏଣ୍ଟ୍ରି
ଭାରତୀୟ ଦଳର ସ୍ଥିତି ଥିଲା ଚିନ୍ତାଜନକ
ଗୋଟିଏ ପଟେ ଜାଡେଜା ପଡ଼ିଆ ବାହାରେ ମଜାମସ୍ତି କରୁଥିବା ବେଳେ ଅନ୍ୟପଟେ ଭାରତୀୟ ଦଳ ପାଇଁ ମ୍ୟାଚ୍ର ସ୍ଥିତି ଆଦୌ ସହଜ ନଥିଲା । ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୩୫୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ବ୍ୟାଟରମାନେ କିୱି ଦ୍ରୁତ ବୋଲରଙ୍କ ସାମ୍ନାରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଉଥିଲେ ।
ଏଭଳି ସ୍ଥିତିରେ ଯୁବ ବ୍ୟାଟର ଧ୍ରୁବ ଜୁରେଲ ଓ ନିମ୍ନକ୍ରମର ବ୍ୟାଟରଙ୍କ ଉପରେ ଦଳକୁ ସମ୍ଭାଳିବାର ଦାୟିତ୍ୱ ରହିଥିଲା । ଜୁରେଲ ଚମତ୍କାର ବ୍ୟାଟିଂ କରି ୮୮ ରନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ତାଙ୍କ ଯୋଗୁଁ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ପ୍ରଥମ ଇନିଂସ ଆଧାରରେ ନ୍ୟୁଜିଲାଣ୍ଡ ୧୧୦ ରନ୍ର ଅଗ୍ରଣୀ ହାସଲ କରିଥିଲା ।
ଜାଡେଜା ଓ ସିରାଜଙ୍କୁ ନେଇ ଉଠିଲା ପ୍ରଶ୍ନ
ଏହି ଟେଷ୍ଟ ମ୍ୟାଚ୍ର ଚୂଡ଼ାନ୍ତ ଏକାଦଶରେ କେବଳ ରବୀନ୍ଦ୍ର ଜାଡେଜା ନୁହେଁ, ବରଂ ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମଧ୍ୟ ସ୍ଥାନ ମିଳିନଥିଲା । ଏହାକୁ ନେଇ କ୍ରିକେଟ୍ ମହଲରେ ଅନେକ ପ୍ରଶ୍ନ ଉଠିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories