India vs Pakistan Women / ପାକିସ୍ତାନ ମ୍ୟାଚ୍ ପୂର୍ବରୁ ହରମନପ୍ରୀତଙ୍କ ବଡ଼ ବୟାନ, କହିଲେ - ଆମେ କେବଳ କ୍ରିକେଟ୍ ଖେଳିବାକୁ ଆସିଛୁ
·3 months ago·2 min read

Key Points
IND vs PAK ପୂର୍ବରୁ ହରମନପ୍ରୀତଙ୍କ ବଡ଼ ବୟାନ
ଆମେ କେବଳ କ୍ରିକେଟ୍ ପାଇଁ ଆସିଛୁ
ହ୍ୟାଣ୍ଡସେକ୍ ପ୍ରଶ୍ନରେ ସିଧା ଉତ୍ତର
ଆମେ କେବଳ କ୍ରିକେଟ୍ ପାଇଁ ଆସିଛୁ
ହ୍ୟାଣ୍ଡସେକ୍ ପ୍ରଶ୍ନରେ ସିଧା ଉତ୍ତର
ମହିଳା ଟି-୨୦ ବିଶ୍ବକପ୍ରେ ରବିବାର ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତୀଦ୍ବନ୍ଦୀ ଭାରତ-ପାକିସ୍ତାନ । ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଏହି ମ୍ୟାଚ୍ରେ ବିଜୟଲାଭ କରି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ । ନିକଟରେ କିଛି ଟୁର୍ଣ୍ଣାମେଣ୍ଟରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରର ମୁହାଁମୁହିଁ ହୋଇଛନ୍ତି, ସେତେବେଳେ ହ୍ୟାଣ୍ଡସେକ୍କୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଭାରତୀୟ ପୁରୁଷ ଏବଂ ମହିଳା ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ । ଆଉ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ, ରବିବାର ହେବାକୁ ଥିବା ହାଇଭୋଲଟେଜ୍ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଖେଳାଳି ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ କି ? ଏହି ପ୍ରଶ୍ନକୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତୀୟ ଅଧିନାୟକ ହରମନପ୍ରୀତ କୌର ।
ମହିଳା ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଅଧିନାୟକ ହରମନପ୍ରୀତ କୌରଙ୍କୁ ହ୍ୟାଣ୍ଡସେକ୍କୁ ନେଇ ଏକ ପ୍ରଶ୍ନ ପଚରା ଯାଇଥିଲା । ଏହାର ଉତ୍ତରରେ ସେ ସ୍ପଷ୍ଟ ଭାବେ କହିଛନ୍ତି, ସେ କେବଳ କ୍ରିକେଟ୍ ବିଷୟରେ କଥା ହେବାକୁ ଚାହାଁନ୍ତି ଏବଂ ଅନ୍ୟ କୌଣସି ବିଷୟକୁ ନେଇ ଚିନ୍ତିତ ନୁହଁନ୍ତି ।
ହରମନପ୍ରୀତ କୌର କହିଛନ୍ତି, "ଆମେ ଏଠାରେ କ୍ରିକେଟ ଖେଳିବାକୁ ଆସିଛୁ ଏବଂ ଆମେ କେବଳ କ୍ରିକେଟ ବିଷୟରେ କଥା ହେବୁ । ଆମେ ଅନ୍ୟ କିଛି ବିଷୟରେ କଥା ହେବାକୁ ଚାହୁଁନାହୁଁ । ମୁଁ କ୍ରିକେଟ ବ୍ୟତୀତ ଅନ୍ୟ କିଛି ଜାଣିବାକୁ ଚାହୁଁନାହିଁ । ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ଏକ ସାଧାରଣ ମ୍ୟାଚ୍ ଭଳି ଦେଖୁଛୁ'' ।
ଅଧିନାୟକ ହରମନପ୍ରୀତ କୌର ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍ର ଚାପକୁ ସ୍ୱୀକାର କରିଛନ୍ତି। ହରମନପ୍ରୀତ କହିଛନ୍ତି ଯେ ଯେତେବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ହୁଏ, ସବୁବେଳେ ଚାପ ଥାଏ। ଅଧିନାୟକ କହିଛନ୍ତି ଯେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ଅନ୍ୟ ମ୍ୟାଚ୍ ପରି ଖେଳିବ ଏବଂ ସେମାନଙ୍କର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିବ ।

ଅଧିକ ପଢ଼ନ୍ତୁ: ଆଜି ମହାମୁକାବିଲା, T-20 ବିଶ୍ୱକପ୍ରେ ଭାରତ-ପାକିସ୍ତାନ ଟକ୍କର
ହରମନପ୍ରୀତ କୌର କହିଛନ୍ତି, "ଆମେ ଏଠାରେ କ୍ରିକେଟ ଖେଳିବାକୁ ଆସିଛୁ ଏବଂ ଆମେ କେବଳ କ୍ରିକେଟ ବିଷୟରେ କଥା ହେବୁ । ଆମେ ଅନ୍ୟ କିଛି ବିଷୟରେ କଥା ହେବାକୁ ଚାହୁଁନାହୁଁ । ମୁଁ କ୍ରିକେଟ ବ୍ୟତୀତ ଅନ୍ୟ କିଛି ଜାଣିବାକୁ ଚାହୁଁନାହିଁ । ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ଏକ ସାଧାରଣ ମ୍ୟାଚ୍ ଭଳି ଦେଖୁଛୁ'' ।
ଅଧିନାୟକ ହରମନପ୍ରୀତ କୌର ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍ର ଚାପକୁ ସ୍ୱୀକାର କରିଛନ୍ତି। ହରମନପ୍ରୀତ କହିଛନ୍ତି ଯେ ଯେତେବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ହୁଏ, ସବୁବେଳେ ଚାପ ଥାଏ। ଅଧିନାୟକ କହିଛନ୍ତି ଯେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ଅନ୍ୟ ମ୍ୟାଚ୍ ପରି ଖେଳିବ ଏବଂ ସେମାନଙ୍କର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ମହିଳା କ୍ରିକେଟ୍ ଦଳ ୨୦୨୫ ODI ବିଶ୍ୱକପ୍ ଜିତିବା ପରେ ଏବେ ଭାରତକୁ T20 ବିଶ୍ୱକପ୍ରେ ଘରକୁ ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛି ।
Related Topics
Explore more stories