Videos
|
Sports

Yashasvi Jaiswal Fight / ଶ୍ରୀଲଙ୍କା ବୋଲରଙ୍କ ସହ ମୁହାଁମୁହିଁ ଜୈସୱାଲ; ଭୀଷଣ ରାଗିଗଲେ, ପଡ଼ିଆରେ ପ୍ରବଳ ଝଗଡ଼ା...

Debashree Debasmita Sahoo
Browse all articles by Debashree Debasmita Sahoo
·35 mins ago·2 min read
ଶ୍ରୀଲଙ୍କା ବୋଲରଙ୍କ ସହ ମୁହାଁମୁହିଁ ଜୈସୱାଲ; ଭୀଷଣ ରାଗିଗଲେ, ପଡ଼ିଆରେ ପ୍ରବଳ ଝଗଡ଼ା...
IND vs SL 2nd Test

Key Points

କଲମ୍ବୋରେ ସିରିଜର ଦ୍ୱିତୀୟ ଟେଷ୍ଟରେ ହଙ୍ଗାମା
ପାଭିଲିୟନ ଫେରିବା ବେଳେ ରାଗିଗଲେ ଜୈସୱାଲ
କଲୋମ୍ବୋ: ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ କଲୋମ୍ବୋର ସିଂହଳୀ ସ୍ପୋର୍ଟସ୍ କ୍ଲବରେ ଖେଳାଯାଉଛି । ମ୍ୟାଚ୍ ସମୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଓପନର ଯଶସ୍ୱୀ ଜୟସ୍ୱାଲ ଆଉଟ୍ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଝଗଡ଼ା କରିଥିବା ଦେଖାଯାଉଛି । ଦୁଇ ଖେଳାଳି ପଡ଼ିଆ ମଝିରେ ପ୍ରବଳ ଯୁକ୍ତିତର୍କ କରିବା ସହ ମାରପିଟ ପର୍ଯ୍ୟନ୍ତ ଆସିଯାଇଥିଲେ । ତେବେ ଶ୍ରୀଲଙ୍କା ଅଧିନାୟକ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।

ଜୈସୱାଲଙ୍କ ରାଗିଯିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଖେଳାଳିମାନେ ଏଥିପାଇଁ ଆଇସିସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ । ତେବେ ଆଜି ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ଇଣ୍ଡିଆନ ଟିମ ୬୬ ରନ ସ୍କୋରରେ ଉଭୟ କେଏଲ ରାହୁଲ ଏବଂ ଜୈସୱାଲଙ୍କ ୱିକେଟ ହରାଇଥିଲା । ଏହାପରେ ହିଁ ଖୁବ ଜୋରରେ ରାଗିଯାଇଥିଲେ ଯଶସ୍ଵୀ ଜୈସୱାଲ ।

  • ଆସିଥାଙ୍କ ସହ ଜୈସୱାଲଙ୍କ ପ୍ରବଳ ଝଗଡ଼ା
ଭାରତର ପ୍ରଥମ ଇନିଂସର ୧୭ତମ ଓଭରର ଶେଷ ବଲ୍‌ରେ ପଡ଼ିଆ ମଝିରେ ଏହି ଅପ୍ରୀତିକର ଘଟଣା ଘଟିଥିଲା । ଏହି ଓଭରରେ ଜୈସୱାଲ ପ୍ରଥମେ ୩ଟି ଚୌକା ମାରି ସାରିଥିଲେ, କିନ୍ତୁ ଶେଷ ବଲ୍‌ରେ ଆସିଥା ଫର୍ଣ୍ଣାଣ୍ଡୋ ତାଙ୍କୁ ବୋଲ୍ଡ କରିଥିଲେ । ବଲ୍‌ଟି ୱିକେଟ୍‌ର ଚାରିପାଖକୁ ଏକ ଲେନ୍ଥ ଡେଲିଭରି ଥିଲା ଏବଂ ପଡ଼ିବା ଉପରେ ହିଟ୍ ହେବା ମାତ୍ରେ ଭିତରକୁ ଆସିଥିଲା । ଜୈସୱାଲ ଏହାକୁ ଅଫ୍‌-ସାଇଡ୍‌କୁ ପଞ୍ଚ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ୍‌ଟି ଭିତରକୁ ଯାଇ ଷ୍ଟମ୍ପ୍‌ରେ ବାଜିଥିଲା ।


  • କାହିଁକି ରାଗିଲେ ଜୈସୱାଲ ?
ଆୟୋଜକ ଦଳକୁ ଦ୍ୱିତୀୟ ୱିକେଟ୍ ଦେବା ପରେ ଆସିଥା ଫର୍ଣ୍ଣାଣ୍ଡୋ ବହୁତ ଖୁସି ହୋଇଥିଲେ । ସେ ଆକ୍ରମଣାତ୍ମକ ଭାବରେ ସେଲିବ୍ରେସନ କରିଥିଲେ । ସେ ଜୈସୱାଲଙ୍କଠାରୁ ବହୁତ ଦୂରରେ ଥିବା ସତ୍ତ୍ଵେ କିଛି ଉସୁକାଇବା ପରି କମେଣ୍ଟ କରିଥିଲେ । ଆଉଟ୍ ହେବା ପରେ ଜୈସୱାଲ ପାଭିଲିୟନ ଆଡକୁ ଚାଲିବା ଆରମ୍ଭ କରିଥିଲେ, କିନ୍ତୁ କିଛି ପାଦ ଆଗକୁ ବଢ଼ିବା ପରେ ସେ ବୋଲରଙ୍କ ଆଡକୁ ଫେରି ଯାଇଥିଲେ । ଏହି ସମୟ ମଧ୍ୟରେ ଦୁଇ ଖେଳାଳି ବହୁତ ନିକଟତର ହୋଇଥିଲେ । ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଏହାପରେ ଶ୍ରୀଲଙ୍କା ଅଧିନାୟକ ଶୀଘ୍ର ଆସି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ପଢନ୍ତୁ ଏହି ଖବର: ଆଜିଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ, ସିରିଜ୍‌ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: