Videos
|
Sports

IND vs WI 1st T20 / ଆଜିଠୁ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍; ପ୍ରଥମ ମ୍ୟାଚ୍‌ର ଜାଣନ୍ତୁ ପ୍ଲେଇଙ୍ଗ-୧୧

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
ଆଜିଠୁ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍; ପ୍ରଥମ ମ୍ୟାଚ୍‌ର ଜାଣନ୍ତୁ ପ୍ଲେଇଙ୍ଗ-୧୧
IND vs WI 1st T20 Match Today

Key Points

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ସିରିଜ୍
ଆଜି ଦୁଇ ଦେଶ ମଧ୍ୟରେ ପ୍ରଥମ ମୁକାବିଲା
ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ
ଏବେ ଟିମ୍ ଇଣ୍ଡିଆର ନଜର ଟି-୨୦ ଟ୍ରଫି ଉପରେ
ଲକ୍ଷ୍ନୌ: ଦିନିକିଆ ସିରିଜ୍ କବ୍‌ଜା କରିବା ପରେ ଏବେ ଟିମ୍ ଇଣ୍ଡିଆର ନଜର ଟି-୨୦ ଟ୍ରଫି ଉପରେ । ଆଜି (ସେପ୍ଟେମ୍ବର ୬) ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ସିରିଜ୍। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମୁକାବିଲା । ଏସିଆନ ଗେମ୍ସରେ କମାଲ୍ କରିଥିବା ଶ୍ରେୟସ ଆୟରଙ୍କ ୟଙ୍ଗ ବ୍ରିଗେଡ୍ କାରିବିଆନ୍ ଦଳକୁ ଧୂଳି ଚଟାଇବା ପାଇଁ ପୂରା ପ୍ରସ୍ତୁତ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ସିରିଜ୍‌କୁ ୨-୧ ରେ ଜିତିବା ପରେ ଭାରତୀୟ ଦଳର ମନୋବଳ ଏବେ ଆକାଶଛୁଆଁ ।

କିନ୍ତୁ ଏବେ ଲଢ଼େଇ ହେବ କ୍ରିକେଟର ସବୁଠାରୁ ରୋମାଞ୍ଚକର ଫର୍ମାଟ୍‌ରେ । ଆଜି ସନ୍ଧ୍ୟା ୭ଟାରେ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍। କ୍ରୀଡାପ୍ରେମୀ ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କ, ଜିଓ ହଟଷ୍ଟାରରେ ଲାଇଭ ମ୍ୟାଚ୍ ଦେଖିପାରିବେ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଜିତି ସିରିଜ୍‌ରେ ଅଗ୍ରଣୀ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ତେବେ ଟି-୨୦ ଫର୍ମାଟ୍‌ରେ ୱେଷ୍ଟଇଣ୍ଡିଜ୍ ଦଳକୁ ସବୁବେଳେ ବିପଜ୍ଜନକ ମନେ କରାଯାଏ । ସାଇ ହୋପ୍‌ଙ୍କ ନେତୃତ୍ୱରେ କାରିବିଆନ୍ ଦଳ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ।

  • ଟି୨୦ ହେଡ୍-ଟୁ-ହେଡ୍ ରେକର୍ଡ
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଅନ୍ତର୍ଜାତୀୟ ଟି-୨୦ରେ ୩୧ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୨୦ଟି ମ୍ୟାଚ୍ ଜିତିଥିବାବେଳେ ୱେଷ୍ଟଇଣ୍ଡିଜ୍ ୧୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚ୍ ଫଳାଫଳ ବିନା ଶେଷ ହୋଇଥିଲା, ଯାହା ଭାରତକୁ ସାମଗ୍ରିକ ଟି-୨୦ ମ୍ୟାଚ୍ ରେକର୍ଡରେ ଆଗୁଆ ରଖିଛି ।

  • ୨୦୦୦ T20 ରନ୍‌ ପୂରା କରିପାରନ୍ତି ଅଭିଷେକ
ବିସ୍ଫୋରକ ଭାରତୀୟ ଓପନର ଅଭିଷେକ ଶର୍ମା ୨୦୦୦ ଟି୨୦ ରନ୍ ପୂରଣ କରିବା ପାଇଁ ମାତ୍ର ୭୪ ରନ୍ ଦୂରରେ ଅଛନ୍ତି । ଯଦି ସେ ଆଜି ପ୍ରଥମ ଟି-୨୦ରେ ଏହି ମାଇଲଖୁଣ୍ଟ ହାସଲ କରନ୍ତି, ତେବେ ସେ ଭାରତ ପାଇଁ ୨୦୦୦ ଟି-୨୦ ରନ୍ ପୂରଣ କରିବାରେ ଚତୁର୍ଥ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେବେ । ପୂର୍ବରୁ ଏହି ରେକର୍ଡ ସୂର୍ଯ୍ୟକୁମାର ଯାଦବ (୫୯ ମ୍ୟାଚ୍), ବିରାଟ କୋହଲି (୬୦ ମ୍ୟାଚ୍) ଏବଂ କେଏଲ ରାହୁଲ (୬୨ ମ୍ୟାଚ୍)ଙ୍କ ନାମରେ ଅଛି । ଅଭିଷେକ ୬୨ ଟି୨୦ ମ୍ୟାଚ୍‌ରେ ୧୯୨୬ ରନ୍ କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଏକାନା ଷ୍ଟାଡିୟମରେ ଭାରତର ରେକର୍ଡ
ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଭାରତ ୧୦୦% ଟି୨୦ ବିଜୟ ହାର ରେକର୍ଡ କରିଛି । ଜାନୁଆରୀ ୨୦୨୩ ପରଠାରୁ ଏପର୍ଯ୍ୟନ୍ତ ମେନ୍ ଇନ୍ ବ୍ଲୁ ୱେଷ୍ଟଇଣ୍ଡିଜ୍ (୨୦୧୮), ଶ୍ରୀଲଙ୍କା (୨୦୨୨) ଏବଂ ନ୍ୟୁଜିଲ୍ୟାଣ୍ଡ (୨୦୨୩)କୁ ପରାସ୍ତ କରିଛି । ଭାରତୀୟ ଟିମ ପାଇଁ ଏକାନା ଷ୍ଟାଡିୟମ ଭଲ ପିଚ୍ ରହିଥିବାରୁ ଆଜିର ମ୍ୟାଚ୍ ନିହାତି ରୋଚକ ହେବ । ଆଜି ମ୍ୟାଚ୍‌ରେ ଈଶାନ କିଶାନ ଓ ବୋଲର ଅର୍ଶଦୀପଙ୍କ ଉପରେ ନଜର ରହିବ । ଭାରତର ୩ ନମ୍ବର ବ୍ୟାଟ୍ସମ୍ୟାନ୍ ଈଶାନ କିଶାନ ୨୦୨୬ରେ ଟି-୨୦ରେ ଦଳ ପାଇଁ ସର୍ବାଧିକ ରନ୍ ସ୍କୋରର। ସେହିପରି, ପେସର ଅର୍ଶଦୀପ ସିଂହ ଚଳିତ ବର୍ଷ ଟି-୨୦ରେ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ବୋଲର । ଉଭୟଙ୍କଠାରୁ ଆଜି ଭଲ ପ୍ରଦର୍ଶନ ଆଶା କରାଯାଉଛି ।

  • ଏକାନା ଷ୍ଟାଡିୟମ୍ ପିଚ୍ ରିପୋର୍ଟ
ଏହି ସ୍ଥାନଟି ପାରମ୍ପାରିକ ଭାବରେ ଧୀର ଏବଂ ମ୍ୟାଚ୍ ଆଗକୁ ବଢ଼ିବା ସହିତ ସ୍ପିନ୍ ବୋଲରମାନଙ୍କୁ ସହାୟତା କରିଥାଏ । ଏହା ଟି-୨୦ କ୍ରିକେଟରେ ଏକ ହାରାହାରି ସ୍କୋରିଂ ସ୍ଥାନ । ରାତିର ମ୍ୟାଚ୍‌ଗୁଡ଼ିକରେ ଦ୍ୱିତୀୟ ବ୍ୟାଟିଂ କରିବା ଟିମ ପାଇଁ ସୁବିଧା ହୋଇପାରେ, ଯାହା ଟସ୍‌କୁ ଗୁରୁତ୍ୱପୂର୍ଣ୍ଣ କରିଥାଏ । ତେଣୁ ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନିଅନ୍ତି ।

ପଢନ୍ତୁ ଏହି ଖବର: ଡାନ୍ସ ଟିଚର୍ ସାଜିଲେ ବିରାଟ କୋହଲି; ଜୈସୱାଲଙ୍କୁ ଶିଖାଇଲେ ଠୁମକା...

  • ପ୍ରଥମ ଟି୨୦ରେ ଉଭୟ ଦେଶର ପ୍ଲେଇଙ୍ଗ-୧୧
ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର୍), ଶ୍ରେୟାସ ଆୟର (ଅଧିନାୟକ), ଈଶାନ କିଶାନ, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ପ୍ରୀନ୍ସ ଯାଦବ ।
ୱେଷ୍ଟଇଣ୍ଡିଜ୍: ଶାଇ ହୋପେ (ଅଧିନାୟକ/ୱିକେଟ୍ କିପର୍), କାମିଲ ପୁରନ, ଅମିର ଜାଙ୍ଗୋ, ରୁବମାନ ପୋୱେଲ, ସିମରନ୍ ହେଟମେୟର, ରୋଷ୍ଟନ୍ ଚେଜ୍‌, ଶେରଫେନ୍ ରଦରଫୋର୍ଡ, ରୋମାରିଓ ଶେଫାର୍ଡ, ଅକିଲ୍ ହୋସେନ, ଗୁଡାକେଶ ମୋଟେ, ଶାମର ଜୋସେଫ ।

  • ଭାରତ-ୱେଷ୍ଟଇଣ୍ଡିଜ୍ ଟି୨୦: ମ୍ୟାଚ୍ ତାରିଖ ଓ ସମୟ
ପ୍ରଥମ ଟି୨୦: ୬ ଅକ୍ଟୋବର (ସ୍ଥାନ-ଲକ୍ଷ୍ନୌ), ସମୟ-ସନ୍ଧ୍ୟା ୭ଟା
ଦ୍ଵିତୀୟ ଟି୨୦: ୯ ଅକ୍ଟୋବର (ସ୍ଥାନ-ରାଞ୍ଚି), ସମୟ-ସନ୍ଧ୍ୟା ୭ଟା
ତୃତୀୟ ଟି୨୦: ୧୧ ଅକ୍ଟୋବର (ସ୍ଥାନ-ଇନ୍ଦୋର), ସମୟ-ସନ୍ଧ୍ୟା ୭ଟା
ଚତୁର୍ଥ ଟି୨୦: ୧୪ ଅକ୍ଟୋବର (ସ୍ଥାନ-ହାଇଦ୍ରାବାଦ), ସମୟ-ସନ୍ଧ୍ୟା ୭ଟା
ପଞ୍ଚମ ଟି୨୦: ୧୭ ଅକ୍ଟୋବର (ସ୍ଥାନ-ବେଙ୍ଗାଲୁରୁ), ସମୟ-ସନ୍ଧ୍ୟା ୭ଟା