Videos
|
Sports

Virat Dance Teacher / ଡାନ୍ସ ଟିଚର୍ ସାଜିଲେ ବିରାଟ କୋହଲି; ଜୈସୱାଲଙ୍କୁ ଶିଖାଇଲେ ଠୁମକା...

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଡାନ୍ସ ଟିଚର୍ ସାଜିଲେ ବିରାଟ କୋହଲି; ଜୈସୱାଲଙ୍କୁ ଶିଖାଇଲେ ଠୁମକା...
Virat Turns Dance Teacher

Key Points

ପଡ଼ିଆ ମଝିରେ କ୍ରିକେଟରଙ୍କ ମସ୍ତି
ଡାନ୍ସ ଟିଚର୍ ସାଜିଲେ ବିରାଟ କୋଲିହ
ଯଶସ୍ଵୀ ଜୈସୱାଲଙ୍କୁ ଶିଖାଇଲେ ଏହି ନାଚ
ଚଣ୍ଡିଗଡ଼: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପଡ଼ିଆ ମଝିରେ ମଜାଳିଆ ଅନ୍ଦାଜ ପ୍ରାୟତଃ ଦେଖିବାକୁ ମିଳେ । ସାଥୀ ଖେଳାଳିଙ୍କ ସହ ମସ୍ତି କରିଥାନ୍ତି କିଙ୍ଗ କୋହଲି, ଯାହାକି ତାଙ୍କ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସେ । ପରବର୍ତ୍ତୀ ସମୟରେ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୁଏ । ଅକ୍ଟୋବର ୩ ତାରିଖରେ ମୁଲାନପୁରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସିରିଜର ତୃତୀୟ ଏକଦିବସୀୟ ମ୍ୟାଚ୍ ସମୟରେ ମଧ୍ୟ କୋହଲିଙ୍କ ଏପରି ଅନ୍ଦାଜ ଦେଖିବାକୁ ମିଳିଥିଲା, ଯେଉଁଠି ସେ ପାଲଟିଯାଇଥିଲେ ଡାନ୍ସ ଟିଚର ।

ବିରାଟଙ୍କ ଏପରି ରୂପ ଦେଖି ଭାରତୀୟ ଖେଳାଳିମାନେ ମଧ୍ୟ ସେମାନଙ୍କ ହସକୁ ରୋକି ପାରିନଥିଲେ । ଡ୍ରିଙ୍କସ୍ ବିରତି ସମୟରେ କୋହଲି ଯଶସ୍ୱୀ ଜୈସୱାଲଙ୍କୁ କିଛି ଡାନ୍ସ ଷ୍ଟେପ୍ ଶିଖାଇଥିଲେ, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩୫୨ ରନର ଟାର୍ଗେଟ ରଖିଥିଲା । ଖେଳ ମଝିରେ ଡ୍ରିଙ୍କସ୍ ବ୍ରେକ୍ ସମୟରେ ବିରାଟ କୋହଲି ହଠାତ୍ ତାଙ୍କର ନୃତ୍ୟ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଯଶସ୍ୱୀ ଜୟସ୍ୱାଲ ନିଜକୁ ରୋକିପାରିନଥିଲେ ଏବଂ କୋହଲିଙ୍କ ପାଦକୁ ଅନୁସରଣ କରିବା ଆରମ୍ଭ କଲେ।

  • ପଡିଆ ମଝିରେ ହସିହସି ବେଦମ୍
ଏହା ପରେ, ଦୁହେଁ ପରସ୍ପରକୁ ଚାହିଁ ହସି ଉଠିଲେ । ପାଖରେ ଠିଆ ହୋଇଥିବା ରବିନ୍ଦ୍ର ଜାଡେଜା ମଧ୍ୟ ଏହି ମଜାଳିଆ ମୁହୂର୍ତ୍ତକୁ ଉପଭୋଗ କରୁଥିବା ପରି ମନେ ହେଉଥିଲା । କ୍ୟାମେରା ସଙ୍ଗେସଙ୍ଗେ ସମ୍ପୂର୍ଣ୍ଣ ଘଟଣାକୁ କଏଦ କରିଥିଲା ଏବଂ କୋହଲି ଓ ଜୟସ୍ୱାଲଙ୍କ ଏହି ଡାନ୍ସ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା।

  • ବହୁତ ଦିନ ପରେ କୋହଲି ଗୋଲ୍ଡେନ ଡକ୍‌ରେ ଆଉଟ୍
ମୁଲାନପୁର ODI ବ୍ୟାଟ୍ ବିରାଟ କୋହଲିଙ୍କ ପାଇଁ ସ୍ମରଣୀୟ ନଥିଲା । ଭାରତୀୟ ଇନିଂସର ତୃତୀୟ ଓଭରରେ ସେ ଜେଡନ୍ ସିଲ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । କୋହଲି ନିଜର ଖାତା ମଧ୍ୟ ଖୋଲିପାରି ନଥିଲେ ଏବଂ ତାଙ୍କ ODI କ୍ୟାରିୟରରେ ଚତୁର୍ଥ ଥର ପାଇଁ ଗୋଲ୍ଡେନ ଡକ୍ (ପ୍ରଥମ ବଲରେ ଆଉଟ୍)ର ଶିକାର ହୋଇଥିଲେ । କୋହଲିଙ୍କ ପାଇଁ ଏହି ଗୋଲ୍ଡେନ ଡକ୍ ଡିସେମ୍ବର ୨୦୧୯ ପରେ ଆସିଛି । ଶେଷ ଥର ମଧ୍ୟ ​​ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କୁ ଖାତା ନ ଖୋଲି ପାଭିଲିୟନ ଫେରିବାକୁ ପଡିଥିଲା । ସେତେବେଳେ କିରନ୍ ପୋଲାର୍ଡ ତାଙ୍କର ୱିକେଟ ନେଇଥିଲେ ।

  • ପଡ଼ିଆରେ ଡାନ୍ସ କୋହଲିଙ୍କ ପାଇଁ ନୂଆ ନୁହଁ
ବିରାଟ କୋହଲିଙ୍କ ପଡ଼ିଆରେ ଡାନ୍ସ କିଛି ନୂଆ ନୁହେଁ । ସେ ପୂର୍ବରୁ ଅନେକ ଥର ତାଙ୍କ ନୃତ୍ୟଭଙ୍ଗୀ ସହିତ ପ୍ରଶଂସକ ଏବଂ ସାଥୀ ଖେଳାଳିଙ୍କୁ ମନୋରଞ୍ଜନ କରିଛନ୍ତି । କିନ୍ତୁ ଏଥର ନୂଆ ଏହା ଥିଲେ ଯେତେବେଳେ ସେ ଯଶସ୍ୱୀ ଜୟସ୍ୱାଲଙ୍କୁ ସାମିଲ କରିଥିଲେ । ଯଶସ୍ୱୀ କୋହଲିଙ୍କ ଷ୍ଟେପ୍ସକୁ ନକଲ କରିଥିଲେ ଏବଂ ଉଭୟ ପରେ ଜୋରରେ ହସିଥିଲେ । ଜାଡେଜାଙ୍କ ପ୍ରତିକ୍ରିୟା ମଧ୍ୟ ଏହି ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଥିଲା ।

ପଢନ୍ତୁ ଏହି ଖବର: ହଠାତ୍ ପଡ଼ିଆ ମଝିରେ ଜୟ ଶାହଙ୍କ ପାଦ ଛୁଇଁଲେ ବୈଭବ; ଭିଡିଓ ଭାଇରାଲ

ଅନ୍ୟପଟେ ଭାରତୀୟ ଅଧିନାୟକ ଶୁଭମନ ଗିଲ ମଧ୍ୟ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ କ୍ରିକେଟ ବିଶ୍ୱକପ୍ ୨୦୨୭ରେ ଖେଳିବା ସମ୍ପର୍କରେ ସକାରାତ୍ମକ ସୂଚନା ଦେଇଛନ୍ତି । ଉଭୟ ଅଭିଜ୍ଞ ବ୍ୟାଟସମ୍ୟାନଙ୍କ ସାମ୍ପ୍ରତିକ ଫର୍ମ ବିଷୟରେ ଉଲ୍ଲେଖ କରି ଶୁଭମନ କହିଛନ୍ତି ଯେ ଦଳକୁ ସେମାନଙ୍କ ଦକ୍ଷତା ଉପରେ ପୂର୍ଣ୍ଣ ଭରସା ଅଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: