Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦ୍ୱିତୀୟ T20ରେ କାହାକୁ ମିଳିବ ସୁଯୋଗ ? ବୈଭବ ସୂର୍ଯ୍ୟବଂଶୀ ନା ସଞ୍ଜୁ ସାମସନ !

Sports

Vaibhav Sooryavanshi Debut / ଦ୍ୱିତୀୟ T20ରେ କାହାକୁ ମିଳିବ ସୁଯୋଗ ? ବୈଭବ ସୂର୍ଯ୍ୟବଂଶୀ ନା ସଞ୍ଜୁ ସାମସନ !

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଦ୍ୱିତୀୟ T20ରେ କାହାକୁ ମିଳିବ ସୁଯୋଗ ? ବୈଭବ ସୂର୍ଯ୍ୟବଂଶୀ ନା ସଞ୍ଜୁ ସାମସନ !
Vaibhav Sooryavanshi

Key Points

ଦ୍ୱିତୀୟ T20 ପୂର୍ବରୁ ବଡ଼ ଚର୍ଚ୍ଚା
ସଞ୍ଜୁ ନା ବୈଭବ ?
କିଏ ହେବେ ପ୍ଲେଇଂ XIରେ ?
କେବେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ବୈଭବ ସୂର୍ଯ୍ୟବଂଶୀ ? ବର୍ତ୍ତମାନ ସମୟରେ ଏହା ଭାରତୀୟ କ୍ରିକେଟରେ ସବୁଠାରୁ ବଡ଼ ପ୍ରଶ୍ନ । ଟିମ୍ ଇଣ୍ଡିଆ ୟୁକେ ଗସ୍ତରେ ଏପର୍ଯ୍ୟନ୍ତ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛି, କିନ୍ତୁ ବୈଭବଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିନି । ଏହି ସମୟରେ, ସଞ୍ଜୁ ସାମସନଙ୍କ ଲଗାତାର ବିଫଳ ହେଲେ ମଧ୍ୟ ତାଙ୍କୁ ସୁଯୋଗ ମିଳୁଛି, ଯାହାକୁ ନେଇ ପ୍ରଶଂସକମାନେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଯଦିଓ ବୈଭବଙ୍କ ବୟସ ମାତ୍ର ୧୫ ବର୍ଷ, କିନ୍ତୁ ଅଧିନାୟକ ଶ୍ରେୟସ ଆୟର ନିଜେ କହିଛନ୍ତି ଯେ ବୈଭବ ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସାମସନ ବନାମ ବୈଭବଙ୍କୁ ନେଇ ଏକ ବିତର୍କ ମଧ୍ୟ ଆରମ୍ଭ ହୋଇଛି। ଗତ ପାଞ୍ଚଟି ଇନିଂସର ରେକର୍ଡକୁ ଆଧାର କରି ଜୁଲାଇ ୪ ତାରିଖରେ ଦ୍ୱିତୀୟ ଟି-୨୦ ପାଇଁ ପ୍ଲେଇଂ ଇଲେଭେନରେ କାହାକୁ ସାମିଲ କରାଯିବା ଉଚିତ ତାହା ନିଷ୍ପତ୍ତି ନିଅନ୍ତୁ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ: ବୈଭବଙ୍କୁ ନେଇ ରାଗିଗଲେ ଗାଭାସ୍କର…ଶୀଘ୍ର ପ୍ଲେଇଂ 11ରେ ସାମିଲ କର ନଚେତ ଅସୁବିଧା ହେବ


ଯଦି ସଞ୍ଜୁ ସାମସନଙ୍କ କଥା କହିବା ତାହାଲେ, ସଞ୍ଜୁ ଶେଷ ପାଞ୍ଚଟି ଇନିଂସରେ ମାତ୍ର ୩୩ ରନ୍ କରିଛନ୍ତି । ଟି-୨୦ ବିଶ୍ବକପ୍‌ ପରେ ସାମସନ ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି । ସେ ୟୁକେ ଗସ୍ତରେ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଖେଳି କେବଳ ୬ ରନ୍ କରିଛନ୍ତି । ସାମସନ୍ ପୂର୍ବରୁ IPL ୨୦୨୬ରେ ଖେଳୁଥିଲେ । IPL ସିଜିନର ଶେଷ ଦୁଇଟି ଇନିଂସରେ ସେ କେବଳ ୨୭ ରନ କରିପାରିଥିଲେ । ଶେଷ ଚାରି ଇନିଂସରେ ତାଙ୍କର ସର୍ବାଧିକ ସ୍କୋର ମାତ୍ର ୫ ରନ୍‌ ଥିଲା ।

ସେହିପରି ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ଯଦି କହିବା ତାହାଲେ, ସେ ନିକଟରେ ଆଫଗାନିସ୍ତାନ A ଏବଂ ଶ୍ରୀଲଙ୍କା A ବିପକ୍ଷରେ ଟ୍ରାଇ-ସିରିଜ୍‌ରେ ଖେଳିଥିଲେ । ସେ ତାଙ୍କର ଶେଷ ପାଞ୍ଚ ଇନିଂସରେ ୨୧୧ ରନ କରିଛନ୍ତି । ଟ୍ରାଇ-ସିରିଜ୍‌ ଫାଇନାଲରେ ସେ ମାତ୍ର ୨୯ ବଲ୍‌ରେ ୯୪ ରନ୍‌ କରିଛନ୍ତି । ଏହି ରେକର୍ଡ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ବୈଭବ ସୂର୍ଯ୍ୟବଂଶୀ ସ୍ଥିରତା ଦୃଷ୍ଟିରୁ ବହୁତ ଉନ୍ନତ । ତେଣୁ ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored