Dramatic Win of India / ଶ୍ରୀଲଙ୍କାକୁ ୮ ରନ୍ରେ ହରାଇଲା ଭାରତ, ଶେଷ ଓଭର୍ରେ ହିରୋ ସାଜିଲେ ଅର୍ଶଦ
·1 hour ago·2 min read

Key Points
ମାତ୍ର ୮ ରନ୍ରେ ଭାରତ ବିଜୟୀ ହୋଇଛି । ଶ୍ରୀଲଙ୍କା ଠାରୁ ଶେଷ ମୁହୂର୍ତ୍ତରେ ମ୍ୟାଚ୍ ଛଡ଼ାଇ ଆଣିଛି ।
ନୂଆଦିଲ୍ଲୀ: ଶ୍ରୀଲଙ୍କା ଏ ଟିମ୍କୁ ହରାଇ ଭାରତ ଏ ଟିମ୍ ବିଜୟୀ । ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ତ୍ରି-କୋଣୀୟ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ତ୍ରି-କୋଣୀୟ ସିରିଜ୍ର ପ୍ରଥମ ମ୍ୟାଚ୍ ଡାମ୍ବୁଲାରେ ଖେଳା ଯାଇଛି । ପ୍ରଥମ ମୁକାବିଲାକୁ ରୋମାଞ୍ଚକର ଭାବେ ଜିତି ନେଇଛି ଭାରତ ।
ମାତ୍ର ୮ ରନ୍ରେ ଭାରତ ବିଜୟୀ ହୋଇଛି । ଶ୍ରୀଲଙ୍କା ଠାରୁ ଶେଷ ମୁହୂର୍ତ୍ତରେ ମ୍ୟାଚ୍ ଛଡ଼ାଇ ଆଣିଛି । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୨୭୭ ରନ୍ କରିଥିଲା । ଭାରତର ପ୍ରାରମ୍ଭ ସେତେଟା ସୁଦୃଢ଼ ନଥିଲା ।
ଏଥିସହ ପଢ଼ନ୍ତୁ: ରୋହିତ-ହାର୍ଦ୍ଦିକଙ୍କୁ ନେଇ ସସ୍ପେନ୍ସ ଶେଷ, ଆଫଗାନିସ୍ତାନ ସିରିଜ୍ ଖେଳିବାକୁ ପ୍ରସ୍ତୁତ
ଦଳୀୟ ସ୍କୋର୍ ମାତ୍ର ୧୬ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୧୪ ରନ୍ କରି ବୈଭବ ୩.୪ ଓଭର୍ରେ ପ୍ୟାଭିଲିୟନ୍ ଫେରିଥିଲେ । ୪.୧ ଓଭରରେ ଆଉଟ୍ ହୋଇଥିଲେ ଓପନର୍ ପ୍ରଭସିମ୍ରନ ସିଂହ । ଏହାପରେ ୧୨.୬ ଓଭର୍ରେ ପ୍ରିୟାଂଶ ଆର୍ଯ୍ୟ ଦଳୀୟ ସ୍କୋର୍ ୬୯ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ।
ଏହାପରେ ଋତୁରାଜ ଗାଏକୱାଡ଼ ଖେଳିଥିଲେ ଶତକୀୟପାଳି । ୧୧୪ ବଲ୍ରେ ୧୦୧ ରନ୍ କରିଥିଲେ ଗାଏକୱାଡ଼ । ଯେଉଁଥିରେ ୩ଟି ଛକା ଓ ୬ଟି ଚଉକା ସାମିଲ୍ ରହିଛି । ସେହିଭଳି ଇଣ୍ଡିଆ ଏ ଟିମ୍ର ଅଧିନାୟକ ୬୦ ରନ୍ର ପାଳି ଖେଳିଥିଲେ ।
ଜବାବରେ ଶ୍ରୀଲଙ୍କା ୭ ବଲ୍ ବାକି ଥାଇ ୨୬୯ ରନ୍ରେ ଅଲଆଉଟ୍ ହୋଇ ଯାଇଛି । ଏହି ମ୍ୟାଚ୍ରେ ଶ୍ରୀଲଙ୍କା ପକ୍ଷରୁ ସାହନ ଅରାଚିଗେ ସର୍ବାଧିକ ୭୪ ରନ୍ ସ୍କୋର୍ କରିଛନ୍ତି । ଭାରତୀୟ ବୋଲର ଭଲ ବୋଲିଂ କରି ଶ୍ରୀଲଙ୍କା ବ୍ୟାଟରଙ୍କୁ ବଡ଼ ସ୍କୋର୍ର ସୁଯୋଗ ଦେଇ ନଥିଲେ ।
୨୭୮ ରନ୍ର ବିଜୟ ପିଛା କରୁଥିବା ଶ୍ରୀଲଙ୍କା ବିଜୟର ଦାବିଦାର ଭଳି ଲାଗୁଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଅର୍ଶଦ ଖାନ ଚମତ୍କାର ବୋଲିଂ କରିଥିଲେ । ଭାରତର ୪୮ତମ ଓଭର୍ରେ ଶ୍ରୀଲଙ୍କାର ୩ଟି ୱିକେଟ୍ ଖସିଥିଲା ।
ଏଥିସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିଲେ ସିରାଜ...ଦଳକୁ ଫେରିଲେ ପ୍ରସିଦ୍ଧ କ୍ରିଷ୍ଣା
୪ ବଲ୍ରେ ୩ ୱିକେଟ୍
୪୮ ତମ ଓଭର୍ରେ ଅର୍ଶଦଙ୍କ ପ୍ରଥମ ବଲ୍ ସାମ୍ନା କରିଥିଲେ ୱାନୁଜା ସହନ । ପ୍ରଥମ ବଲ୍ରେ ୱାନୁଜା ସହନ ଏକ ରନ୍ ନେବା ପରେ ଅର୍ଶଦଙ୍କ ଦ୍ଵିତୀୟ ବଲ୍ରେ ବିଜୟକଣ୍ଠ ଆଉଟ୍ ହୋଇଥିଲେ । ତୃତୀୟ ବଲ୍ରେ ରନ୍ ଆଉଟ୍ ହୋଇଥିଲେ ୱାନୁଜା ସହନ ।
ଚତୁର୍ଥ ବଲ୍ରେ କୌଣସି ସ୍କୋର୍ ହୋଇ ନଥିଲା । ପଞ୍ଚମ ବଲ୍ରେ ଅର୍ଶଦଙ୍କ ଶିକାର ହୋଇଥିଲେ ମହମ୍ମଦ ଶିରାଜ । ଏହିଭଳି ଭାବେ ୭ ବଲ୍ ବାକି ଥାଇ ଭାରତ ରୋମାଞ୍ଚକର ଭାବେ ୮ ରନ୍ରେ ମ୍ୟାଚ୍କୁ ଜିତି ନେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories