Rohit Hardik Fitness Update / ରୋହିତ-ହାର୍ଦ୍ଦିକଙ୍କୁ ନେଇ ସସ୍ପେନ୍ସ ଶେଷ, ଆଫଗାନିସ୍ତାନ ସିରିଜ୍ ଖେଳିବାକୁ ପ୍ରସ୍ତୁତ
·3 hours ago·2 min read

Key Points
ଟିମ୍ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି
ରୋହିତ ଓ ହାର୍ଦ୍ଦିକ ଫିଟ୍
ଆଫଗାନିସ୍ତାନ ସିରିଜ୍ ଖେଳିବାକୁ ପ୍ରସ୍ତୁତ
ରୋହିତ ଓ ହାର୍ଦ୍ଦିକ ଫିଟ୍
ଆଫଗାନିସ୍ତାନ ସିରିଜ୍ ଖେଳିବାକୁ ପ୍ରସ୍ତୁତ
ଜୁନ୍ ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ବଡ଼ ଆଶ୍ବସ୍ତି । ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସିଲେନ୍ସ (CoE) ରୁ ଫିଟନେସ୍ କ୍ଲିୟରାନ୍ସ ମିଳିଛି । ଏହା ଉଭୟ ଖେଳାଳିଙ୍କ ସିରିଜ୍ ଖେଳିବା ନେଇ ଜାରି ରହିଥିବା ସସପେନ୍ସକୁ ପ୍ରାୟତଃ ଦୂର କରିଛି ।
ମୁମ୍ବାଇ ଇଣ୍ଡିଆନ୍ସର IPL 2026 ଅଭିଯାନ ସମାପ୍ତ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ବିଦେଶରେ ଗସ୍ତରେ ଯାଇଥିଲେ । ଜୁନ୍ ୨ରେ CoE ରେ ପହଞ୍ଚିବା ପରେ ସେ କିଛି ଦିନ ପାଇଁ ମ୍ୟାଚ୍ ସିମୁଲେସନ୍ ସେସନ୍ରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସେ ପୂରା ୧୦ ଓଭର ବୋଲିଂ କରିଥିଲେ ଏବଂ କୌଣସି ଅସୁବିଧା ଅନୁଭବ କରିନଥିଲେ । BCCI ର ଏକ ସୂତ୍ର PTI କୁ କହିଛି ଯେ ହାର୍ଦ୍ଦିକଙ୍କ ଫିଟନେସ୍ ସହିତ ଜଡିତ ସମସ୍ତ ପାରାମିଟରକୁ ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଂ ପ୍ରଶିକ୍ଷକମାନେ ଅନୁମୋଦନ କରିଛନ୍ତି । ତେଣୁ, ତାଙ୍କୁ ଏବେ ସମ୍ପୂର୍ଣ୍ଣ ମ୍ୟାଚ୍ ଫିଟ୍ ବୋଲି ବିବେଚନା କରାଯାଉଛି ।
ସେହପରି ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ହାର୍ଦ୍ଦିକଙ୍କ ପରେ CoE ରେ ପହଞ୍ଚିଥିଲେ। IPL 2026 ସମୟରେ ତାଙ୍କର ହାମଷ୍ଟ୍ରିଙ୍ଗ୍ ଆଘାତ ହୋଇଥିଲା, ଯାହାଫଳରେ କିଛି ମ୍ୟାଚ୍ରୁ ସେ ବାଦ୍ ପଡ଼ିଥିଲେ । ତେବେ ଡାକ୍ତରୀ ପରୀକ୍ଷା ପରେ, ରୋହିତଙ୍କୁ RTP (Return To Play) ପାଇଁ ମଧ୍ୟ ଅନୁମତି ଦିଆଯାଇଛି।
ତଥାପି, ରିପୋର୍ଟ ଅନୁସାରେ ରୋହିତ ଏବଂ ହାର୍ଦ୍ଦିକ ମୁଲାନପୁରରେ ଦଳ ସହ ସାମିଲ ହେବେ ନାହିଁ । ଉଭୟ ଖେଳାଳି ଧର୍ମଶାଳାରେ ସିଧାସଳଖ ଭାରତୀୟ ଦଳରେ ଯୋଗ ଦେବେ ବୋଲି ଆଶା କରାଯାଉଛି, ଯେଉଁଠାରେ ସିରିଜର ପ୍ରଥମ ODI ମ୍ୟାଚ୍ ଖେଳାଯିବ ।
ଅନ୍ୟପଟେ ଆଘାତ କାରଣରୁ ବିରାଟ କୋହଲି ଏହି ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଛନ୍ତି । ବିରାଟଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । IPL 2026 ଫାଇନାଲ୍ ସମୟରେ କୋହଲିଙ୍କ ହାମଷ୍ଟ୍ରିଙ୍ଗ୍ ଆଘାତ ଲାଗିଥିଲା । ସେ ଫାଇନାଲରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଅପରାଜିତ ୭୫ ରନ ଖେଳିଥିଲେ । ଆଶା କରାଯାଉଛି ଯେ ସେ ଇଂଲଣ୍ଡ ବିପକ୍ଷ ODI ସିରିଜ୍ ପୂର୍ବରୁ ଫିଟ୍ ହୋଇଯିବେ ।

ଅଧିକ ପଢ଼ନ୍ତୁ: ଶ୍ରୀଲଙ୍କାରେ ଫ୍ଲପ୍ ହେଲେ ସୂର୍ଯ୍ୟବଂଶୀ, ମହମ୍ମଦ ଶିରାଜଙ୍କ ଜାଲରେ ଫସିଲେ ବୈଭବ
ସେହପରି ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ହାର୍ଦ୍ଦିକଙ୍କ ପରେ CoE ରେ ପହଞ୍ଚିଥିଲେ। IPL 2026 ସମୟରେ ତାଙ୍କର ହାମଷ୍ଟ୍ରିଙ୍ଗ୍ ଆଘାତ ହୋଇଥିଲା, ଯାହାଫଳରେ କିଛି ମ୍ୟାଚ୍ରୁ ସେ ବାଦ୍ ପଡ଼ିଥିଲେ । ତେବେ ଡାକ୍ତରୀ ପରୀକ୍ଷା ପରେ, ରୋହିତଙ୍କୁ RTP (Return To Play) ପାଇଁ ମଧ୍ୟ ଅନୁମତି ଦିଆଯାଇଛି।
ତଥାପି, ରିପୋର୍ଟ ଅନୁସାରେ ରୋହିତ ଏବଂ ହାର୍ଦ୍ଦିକ ମୁଲାନପୁରରେ ଦଳ ସହ ସାମିଲ ହେବେ ନାହିଁ । ଉଭୟ ଖେଳାଳି ଧର୍ମଶାଳାରେ ସିଧାସଳଖ ଭାରତୀୟ ଦଳରେ ଯୋଗ ଦେବେ ବୋଲି ଆଶା କରାଯାଉଛି, ଯେଉଁଠାରେ ସିରିଜର ପ୍ରଥମ ODI ମ୍ୟାଚ୍ ଖେଳାଯିବ ।
ଅନ୍ୟପଟେ ଆଘାତ କାରଣରୁ ବିରାଟ କୋହଲି ଏହି ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଛନ୍ତି । ବିରାଟଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । IPL 2026 ଫାଇନାଲ୍ ସମୟରେ କୋହଲିଙ୍କ ହାମଷ୍ଟ୍ରିଙ୍ଗ୍ ଆଘାତ ଲାଗିଥିଲା । ସେ ଫାଇନାଲରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଅପରାଜିତ ୭୫ ରନ ଖେଳିଥିଲେ । ଆଶା କରାଯାଉଛି ଯେ ସେ ଇଂଲଣ୍ଡ ବିପକ୍ଷ ODI ସିରିଜ୍ ପୂର୍ବରୁ ଫିଟ୍ ହୋଇଯିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories