Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିଲେ ସିରାଜ...ଦଳକୁ ଫେରିଲେ ପ୍ରସିଦ୍ଧ କ୍ରିଷ୍ଣା

Sports

Team India Squad Change / ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିଲେ ସିରାଜ...ଦଳକୁ ଫେରିଲେ ପ୍ରସିଦ୍ଧ କ୍ରିଷ୍ଣା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିଲେ ସିରାଜ...ଦଳକୁ ଫେରିଲେ ପ୍ରସିଦ୍ଧ କ୍ରିଷ୍ଣା
BCCI

Key Points

BCCIର ବଡ଼ ନିଷ୍ପତ୍ତି
ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ
ସିରାଜଙ୍କ ସ୍ଥାନରେ ଆସିଲେ ପ୍ରସିଦ୍ଧ କ୍ରିଷ୍ଣା
ଆଗାମୀ ଆର୍ୟାଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି । ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଉଭୟ ସିରିଜ୍‌ ପାଇଁ ଭାରତୀୟ ଦଳରୁ ବାଦ୍‌ ଦିଆଯାଇଛି । ଏନେଇ ବିସିସିଆଇ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି ।

ଅଧିକ ପଢ଼ନ୍ତୁ: ଶ୍ରୀଲଙ୍କାରେ ଫ୍ଲପ୍ ହେଲେ ସୂର୍ଯ୍ୟବଂଶୀ, ମହମ୍ମଦ ଶିରାଜଙ୍କ ଜାଲରେ ଫସିଲେ ବୈଭବ


ବିସିସିଆଇର ସୂଚନା ଅନୁଯାୟୀ, ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟ ଅଂଶ ଭାବେ ସିରାଜଙ୍କୁ ଦୁଇ ସିରିଜ୍‌ରୁ ବାଦ୍‌ ଦିଆଯାଇଛି । ବୋର୍ଡର ଡାକ୍ତରୀ ଦଳ ଏବଂ ଟିମ୍‌ ମ୍ୟାନେଜମେଣ୍ଟ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ଅନ୍ତର୍ଜାତୀୟ ସିଜିନକୁ ଦୃଷ୍ଟିରେ ରଖି ସିରାଜଙ୍କୁ ପର୍ଯ୍ୟାପ୍ତ ସୁସ୍ଥତା ସମୟ ଦେବା ପାଇଁ ସତର୍କତା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି ।

ସିରାଜଙ୍କ ଅନୁପସ୍ଥିତିରେ ଚୟନ କମିଟି ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଭାରତୀୟ ଟି-୨୦ ଦଳରେ ସାମିଲ କରିଛି । ପ୍ରସିଦ୍ଧ ଏବେ ଆର୍ୟାଲ୍ୟାଣ୍ଡ ଏବଂ ଇଂଲଣ୍ଡ ସିରିଜରେ ଭାରତକୁ ପ୍ରତିନିଧିତ୍ୱ କରିବେ ।



ସୂଚନା ଅନୁସାରେ, ଆର୍ୟାଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଶ୍ରେୟସ ଆୟର ଟିମ୍ ଇଣ୍ଡିଆର ନେତୃତ୍ବ ନେବେ । ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଆୟରଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ତିଲକ ବର୍ମାଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଦଳରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶନ, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ ଏବଂ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored