SuryaKumar Yadav / ଟ୍ରଫି ନେଇଗଲେ ପାକିସ୍ତାନ ମନ୍ତ୍ରୀ, ଅଦୃଶ୍ୟ ଟ୍ରଫି ସହ ସୂର୍ଯ୍ୟକୁମାର କଲେ ସେଲିବ୍ରେସନ୍

Key Points
ଏସିଆ କପ୍ ଜିତିଲା ଭାରତ । କିନ୍ତୁ ଟ୍ରଫି ନେଇ ପଳେଇଲେ ପାକିସ୍ତାନ ମନ୍ତ୍ରୀ । ଶେଷରେ ଅଦୃଶ ଟ୍ରଫି ସହ ସୂର୍ଯ୍ୟକୁମାର ଯାଦବ କଲେ ସେଲିବ୍ରେସନ୍ ।
ସେପ୍ଟେମ୍ବର ୨୮ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିଲା ଏସିଆ କପ୍-୨୦୨୫ ଫାଇନାଲ । ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଏହି ହାଇଭୋଲଟେଜ୍ ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି । ତେବେ ଏହି ବିଜୟ ସତ୍ତ୍ବେ ପ୍ରଶଂସକମାନେ ମାନେ ଯାହାକୁ ଦେଖିବାକୁ ଚାହିଁ ରହିଥିଲେ ତାହା ହୋଇପାରିନଥିଲା ।
ଏସିଆ କପ୍ ବିଜୟ ପରେ ସମସ୍ତଙ୍କ ନଜର ଥିଲା ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେସନ୍ ଉପରେ । ତେବେ ଏସିଆ କପ୍ ଫାଇନାଲ ପରେ ଟିମ୍ ଇଣ୍ଡିଆ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା, କାରଣ ଏସୀୟ କ୍ରିକେଟ ପରିଷଦ (ଏସିସି) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧ୍ୟକ୍ଷ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବା ଟିମ୍ ଇଣ୍ଡିଆ ପାଇଁ ଗ୍ରହଣୀୟ ନଥିଲା ।
ଅଧିକ ପଢ଼ନ୍ତୁ: ଅସୀମ ମୁନିରଙ୍କ ଭଳି ହାରିସ୍ ରୈଫଙ୍କୁ ବି କରିଦିଅ ଫିଲ୍ଡ ମାର୍ଶାଲ...
ଆଉ ଭାରତ ନକଭିଙ୍କଠାରୁ ଟ୍ରଫି ନେବାକୁ ମନା କରିବା ପରେ ସେ ଏସିଆ କପ୍ ଟ୍ରଫି ଓ ବିଜେତାଙ୍କ ପଦକକୁ ନେଇ ହୋଟେଲ ପଳାଇଥଇଲେ । ଯାହାଫଳରେ ଭାରତୀୟ ଖେଳାଳିମାନେ ବିନା ଟ୍ରଫିରେ ଖାଲି ଡାଇସରେ ସେଲିବ୍ରେସନ୍ କରିଥିଲେ ।
📱 Get Argus News App
✨
ସୂର୍ଯ୍ୟକୁମାର ଯାଦବ ୨୦୨୪ ଟି୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମାଙ୍କ ପ୍ରତିଷ୍ଠିତ WWE ଷ୍ଟାର ରିକ୍ ଫ୍ଲେୟାରଙ୍କ ଉତ୍ସବକୁ ପୁନରାବୃତ୍ତି କରିଥିଲେ । ଯେପରି ରୋହିତ ଟ୍ରଫି ଆଣି ବିଜୟ ଉତ୍ସବ ପାଳିଥିଲେ, ଠିକ୍ ସେହିଭଳି ସୂର୍ଯ୍ୟକୁମାର ମଧ୍ୟ କରିଥିଲେ । ବସ୍ ଗୋଟିଏ ଫରକ ଥିଲା ରୋହିତଙ୍କ ହାତରେ ଟ୍ରଫି ଥିଲା କିନ୍ତୁ ସୂର୍ଯ୍ୟକୁମାର ବିନା ଟ୍ରଫିରେ ଏଭଳି ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଥିଲା ।
Don’t lift the trophy, 𝐭𝐫𝐨𝐩𝐡𝐲 𝐭𝐡𝐞 𝐥𝐢𝐟𝐭! 🏆🇮🇳😂 pic.twitter.com/NAOPbnPFuT
— Mumbai Indians (@mipaltan) September 28, 2025
ସେପଟେ ଏହି ଘଟଣା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି, 'ମୋ କ୍ୟାରିୟରରେ ଏହା ପ୍ରଥମ ଥର ଯେ ମୁଁ ଏକ ଚାମ୍ପିଅନ୍ ଦଳକୁ ଟ୍ରଫି ଦେବାକୁ ମନା କରାଯାଇଛି । ସେ ଆହୁରି କହିଛନ୍ତି, ମୋ ପାଇଁ ଟ୍ରଫି ମୋ ଡ୍ରେସିଂ ରୁମରେ ଅଛି । ମୋ ଦଳର ସମସ୍ତ ୧୪ ଜଣ ଖେଳାଳି, ସପୋର୍ଟ ଷ୍ଟାଫ, ଏମାନେ ମୋ ପାଇଁ ପ୍ରକୃତ ଟ୍ରଫି, ଯାହା ମୋ ପାଖରେ ଅଛି । ମୋ ପାଇଁ ପ୍ରକୃତ ଟ୍ରଫି ହେଉଛନ୍ତି ସେହି ଲୋକମାନେ ଯେଉଁମାନେ ଏସିଆ କପ୍ ଆରମ୍ଭରୁ ଆମକୁ ସମର୍ଥନ କରିଛନ୍ତି । ଆମେ ଏଠାରୁ ଭଲ ସ୍ମୃତି ନେଉଛୁ, ଯାହା ସବୁଦିନ ପାଇଁ ମୋ ସହିତ ରହିବ।
ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ଜିତିବା ପରେ, ବଡ଼ ପରଦାରେ ଲେଖାଯାଇଛି, ’ଭାରତ, ୨୦୨୫ ଏସିଆ କପ ଚାମ୍ପିଅନ ଏବଂ ଆପଣ ଖେଳୁଛନ୍ତି କେବଳ ଏଥିପାଇଁ ଏବଂ ମୁଁ ଭାବୁଛି ସମସ୍ତ ଖେଳାଳି ଏଥିରେ ସହମତ ହେବେ।
ସେପଟେ ନକଭିଙ୍କ ଏଭଳି ଆଚରଣ ପାଇଁ ବିସିସିଆଇ ତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । BCCI ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ ସେ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ICC ସମ୍ମିଳନୀରେ ନକଭିଙ୍କ ବିରୋଧରେ ଦୃଢ଼ ପ୍ରତିବାଦ କରାଯିବ ।
Related Topics
Explore more stories