Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket / କଳା ପଟି ବାନ୍ଧି କାହିଁକି ଲର୍ଡସ୍‌ରେ ଖେଳୁଛନ୍ତି ଭାରତ-ଇଂଲଣ୍ଡ ଖେଳାଳି ?

Sushanta Sahoo
Browse all articles by Sushanta Sahoo
·12 hours ago·2 min read
କଳା ପଟି ବାନ୍ଧି କାହିଁକି ଲର୍ଡସ୍‌ରେ ଖେଳୁଛନ୍ତି ଭାରତ-ଇଂଲଣ୍ଡ ଖେଳାଳି ?
Black Armbands at Lord's

Key Points

ଦିବଙ୍ଗତ ଖେଳାଳି ଅଲରାଉଣ୍ଡର ସର୍ ଗାଲଫିଲ୍ଡ ସୋବର୍ସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଇଂଲଣ୍ଡ ଓ ଭାରତର ଖେଳାଳି । ଲର୍ଡସ୍‌ରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଦୁଇ ଦଳର ଖେଳାଳି ପଡ଼ିଆରେ ଗୋଟିଏ ମିନିଟ୍ ଧରି ନିରବ ପ୍ରାର୍ଥନା କରିଛନ୍ତି ।
ମୁମ୍ବାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଲର୍ଡସ୍‌ରେ ଖେଳା ଯାଉଛି ତୃତୀୟ ତଥା ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍ । ଆଉ ଏହି ମ୍ୟାଚ୍‌ରେ ଉଭୟ ଭାରତ ଓ ଇଂଲଣ୍ଡ ଖେଳାଳି ହାତରେ କଳା ପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଛନ୍ତି । ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରୁଛି ।

ତେବେ ଭାରତ ଓ ଇଂଲଣ୍ଡ ଉଭୟ ଦଳର ଖେଳାଳି ହାତରେ କଳା ପଟି ବାନ୍ଧିଥିବା ଦେଖିବାକୁ ମିଳିଛି । ଦିବଙ୍ଗତ ଖେଳାଳି ଅଲରାଉଣ୍ଡର ସର୍ ଗାଲଫିଲ୍ଡ ସୋବର୍ସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଇଂଲଣ୍ଡ ଓ ଭାରତର ଖେଳାଳି ।

ଏଥିସହ ପଢ଼ନ୍ତୁ: କାହିଁକି ଆଜି ମ୍ୟାଚ୍ ଖେଳୁନାହାନ୍ତି ଜସପ୍ରୀତ ବୁମରାହ; ବଡ଼ କାରଣ କହିଲା BCCI 

ଲର୍ଡସ୍‌ରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଦୁଇ ଦଳର ଖେଳାଳି ପଡ଼ିଆରେ ଗୋଟିଏ ମିନିଟ୍ ଧରି ନିରବ ପ୍ରାର୍ଥନା କରି ୱେଷ୍ଟଇଣ୍ଡିଜ୍‌ର ଏହି ମହାନ ଖେଳାଳିଙ୍କୁ ମନେ ପକାଇଛନ୍ତି । ଜୁଲାଇ ୧୭ ତାରିଖରେ ୱେଷ୍ଟଇଣ୍ଡିଜ୍‌ରେ ବାରବାଡୋସରେ ସର୍ ଗାଲଫିଲ୍ଡ ସୋବର୍ସଙ୍କ ଦେହାନ୍ତ ହୋଇଥିଲା ।


ସର୍ ଗାଲଫିଲ୍ଡ ସୋବର୍ସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ହାତରେ କଳା ପାଟି ବାନ୍ଧି ଇଂଲଣ୍ଡ ଓ ଭାରତୀୟ ଖେଳାଳି ପଡ଼ିଆକୁ ଓହ୍ଲାଇଛନ୍ତି । ଏନେଇ ବିସିସିଆଇ ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ମଧ୍ୟ ଦେଇଛି ।

ଲର୍ଡସରେ ଲାଗିଥିବା ବଡ଼ ସ୍କ୍ରିନରେ ସର୍ ଗାଲଫିଲ୍ଡ ସୋବର୍ସଙ୍କ ଫଟୋ ମଧ୍ୟ ପ୍ରଦର୍ଶିତ କରାଯାଇଛି । ସେହି ସମୟରେ ଷ୍ଟାଡିୟମ୍‌ରେ ଥିବା ଦର୍ଶକ ଓ ଦୁଇ ଦଳର ଖେଳାଳି ମୌନ ରହି ସର୍ ଗାଲଫିଲ୍ଡ ସୋବର୍ସଙ୍କୁ ଅନ୍ତିମ ସମ୍ମାନ ଜଣାଇଛନ୍ତି ।

ସର୍ ଗାଲଫିଲ୍ଡ ସୋବର୍ସଙ୍କୁ କ୍ରିକେଟ୍ ଇତିହାସରେ ସବୁଠୁ ମହାନ ଅଲରାଉଣ୍ଡର ଭାବେ ପରିଗଣିତ କରାଯାଏ । ସେ ୱେଷ୍ଟଇଣ୍ଡିଜ ପାଇଁ ୯୩ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ୨୬ଟି ଶତକ ସହାୟତାରେ ୮ ହଜାର ୩୨ ରନ୍ ସ୍କୋର୍ କରିବା ସହ ୨୩୫ଟି ୱିକେଟ୍ ନେଇଛନ୍ତି । ସର୍ ଗାଲଫିଲ୍ଡ ସୋବର୍ସ ହି କ୍ରିକେଟ୍‌ରେ ପ୍ରଥମଥର ୬ ବଲ୍‌ରେ ୬ ଛକା ମାରିଥିଲେ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ସବୁଦିନ ମନେ ରହିବ ।

ଏଥିସହ ପଢ଼ନ୍ତୁ: ଲର୍ଡସରେ ଭାରତ-ଇଂଲଣ୍ଡ ମହାମୁକାବିଲା, ୨୧ ବର୍ଷର ଅପେକ୍ଷା ଶେଷ କରିବେ କି ଶୁବମନ୍ ଗିଲ୍ ? 

ସର୍ ଗାଲଫିଲ୍ଡ ସୋବର୍ସଙ୍କ ଦେହାନ୍ତ କ୍ରିକେଟ୍ ଜଗତ ପାଇ ଏକ ବଡ଼ କ୍ଷତି । ଆଉ ଲର୍ଡସ୍‌ରେ ଇଂଲଣ୍ଡ ଓ ଭାରତୀୟ ଖେଳାଳି ସର୍ ଗାଲଫିଲ୍ଡ ସୋବର୍ସଙ୍କୁ ସମ୍ମାନ ଜଣାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored