Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଇସିସି ଟେଷ୍ଟ ଟିମ୍ ରାଙ୍କରେ ପ୍ରଥମ ସ୍ଥାନକୁ ଫେରିଛି ଭାରତ

Sports

ଆଇସିସି ଟେଷ୍ଟ ଟିମ୍ ରାଙ୍କରେ ପ୍ରଥମ ସ୍ଥାନକୁ ଫେରିଛି ଭାରତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଇସିସି ଟେଷ୍ଟ ଟିମ୍ ରାଙ୍କରେ ପ୍ରଥମ ସ୍ଥାନକୁ ଫେରିଛି ଭାରତ

ଅର୍ଗସ ବ୍ୟୁରୋ : ଟିମ୍ ଇଣ୍ଡିଆ ରଚିଲା ଇତିହାସ ।  ଆଇସିସି ଟେଷ୍ଟ ଟିମ୍ ରାଙ୍କରେ ପ୍ରଥମ ସ୍ଥାନକୁ ଫେରିଛି ଟିମ ଇଣ୍ଡିଆ । ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ପଛରେ ପକାଇ ଏବେ ଭାରତର  ୧୧୨ ରେଟିଙ୍ଗ ରହିଛି । ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜରେ ଜିତିବା ପରେ ଭାରତକୁ ଏହି ସଫଳତା ମିଳିଛି ।

ଅଧିକ ପଢନ୍ତୁ : ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଭାରତ ବଡ଼ ବିଜୟ

 ରୋହିତ ଶର୍ମାଙ୍କ ଟିମ ଏବେ ଆଇସିସି ରାଙ୍କରେ ପ୍ରଥମ ସ୍ଥାନରେ ପହଞ୍ଚିଛି । ଏହାସହ ଏକା ସମୟରେ  ଟି ୨୦ ଓ ଓ୍ବାନ୍ ଡେ ରେ ମଧ୍ୟ ଭାରତକୁ ଶୀର୍ଷ ସ୍ଥାନ ମିଳିଛି । ଗତ ଜାନୁଆରୀ (୨୫-୨୯)ରେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୮ ରନରେ ପରାଜୟ ବରଣ କରିଥିଲା । ମାତ୍ର ଏହାପରେ କ୍ରମାଗତ ୪ଟି ମ୍ୟାଚ ଜିତି ଭାରତ କମବ୍ୟାକ କରି ରୋମାଞ୍ଚକର ଶୈଳୀରେ ୪-୧ରେ ସିରିଜ୍ ଜିତିପାରିଥିଲା । ଗୋଟିଏ ଟିମ୍ ପ୍ରଥମ ଟେଷ୍ଟରେ ହାରିବା ପରେ ପରବର୍ତ୍ତୀ ୪ଟି ମ୍ୟାଚ ଜିତିବା ଏପରି ଘଟଣା ବିଶ୍ୱ ଟେଷ୍ଟ କ୍ରିକେଟରେ ମାତ୍ର ତିନି ଥର ଘଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
India has returned to the top spot in the ICC Test team rankings | Argus News