Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଫାଇନାଲରେ ଭାରତ , କମାଲ କଲେ କୁଳଦୀପ-ଅକ୍ଷର ଯୋଡି

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଫାଇନାଲରେ ଭାରତ , କମାଲ କଲେ କୁଳଦୀପ-ଅକ୍ଷର ଯୋଡି

Key Points

  • ଫାଇନାଲରେ ଭାରତ
  • ସ୍ପିନ୍ ଜାଲରେ ଫସିଲା ବ୍ରିଟିଶ ବାହିନୀ
  • କମାଲ କଲେ କୁଳଦୀପ-ଅକ୍ଷର ଯୋଡି
  • ଗର୍ଜିଲା ହିଟ୍ ମ୍ୟାନ୍ ଙ୍କ ବ୍ୟାଟ୍
  • ୨୨ର ବଦଲା ୨୪ରେ ପୁରା

ଅର୍ଗସ ବ୍ୟୁରୋ : ୧୦ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଟି-୨୦ ବିଶ୍ୱକପ୍ ରେ ତୃତୀୟ ଥର ଫାଇନାଲକୁ ପ୍ରବେଶ କରିଛି ଟିମ୍ ଇଣ୍ଡିଆ।୨୦୨୨ଟି-୨୦ ବିଶ୍ବକପ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ରୋହିତ ସେନା।କୁଳଦୀପ, ଅକ୍ଷର ୬ ୱିକେଟ୍ ବାଣ୍ଟିନେଇଥିବାବେଳେ ସ୍ପିନ୍ ଜାଲରେ ବ୍ରିଟିଶ ବାହିନୀ ଫସିଥିଲା,ଆଉ ତା ସାଙ୍ଗକୁ  ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ୩୯ ବଲରୁ ୫୭ ରନର ଅର୍ଦ୍ଧଶତକୀୟ ପାରି,ସୂର୍ଯ୍ୟକୁମାରଙ୍କ ୪୭ ରନର ଜବରଦସ୍ତ ପାରି  ହଜାଇଥିଲା ଇଂଲଣ୍ଡର ବୋଲରଙ୍କ ନିଦ। ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ଥିଲେ ଅକ୍ଷର ପଟେଲ । ବିଜୟ ଲାଗି ଭାରତର ୧୭୨ ରନକୁ ପିଛାକରି ୧୦୩ ରନରେ ଅଲଆଉଟ୍ ହୋଇଥିଲା ଇଂଲଣ୍ଡ। ଶନିବାର ବ୍ରିଜଟାଉନରେ  ଦେଖିବାକୁ ମିଳିବ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ହାଇଭୋଲଟେଜ ସୁପର ଫାଇନାଲ ମ୍ୟାଚ୍।

ଅଧିକ ପଢନ୍ତୁ : ଇଂଲଣ୍ଡକୁ ୬୮ ରନରେ ହରାଇ ତୃତୀୟ ଥର ଫାଇନାଲରେ ପ୍ରବେଶ କଲା ଭାରତ

୨୦୦୭ରେ ପ୍ରଥମ ସଂସ୍କରଣର ଚମ୍ପିଆନ୍ ଭାରତ ତୃତୀୟଥର ଫାଇନାଲକୁ ପ୍ରବେଶ କରିଛି ଫଳରେ ୧୩ ବର୍ଷ ପରେ ଏକ ବିଶ୍ବକପ୍ ଏବଂ ୧୧ ବର୍ଷ ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବାର ସୁଯୋଗ ରହିଛି ଭାରତ ପାଖରେ ,ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଫାଇନାଲ ଖେଳିବାକୁ ଥିବାବେଳେ,୨ଦଳ ପ୍ରଥମ ଥର କୌଣସି ଆଇସିସି ବିଶ୍ବକପ୍ ଫାଇନାଲରେ ମୁହାଁମୁହିଁ ହେବେ।  ଉଭୟ ବ୍ୟାାଟିଂ ଓ ବୋଲିଂରେ ମେନ୍ ଇନ୍ ବ୍ଲୁ ଦମ୍ ଦେଖାଇଆସୁଥିବାବେଳେ  ଫାଇନାଲରେ ବିରାଟଙ୍କ ଠୁ ବିରାଟ ଇନିଂସ ଆଶା ରଖିଛନ୍ତି ପ୍ରଶଂସକ। ଭାରତ ଧୋନୀଙ୍କ ସମୟରେ ଟି-୨୦ ବିଶ୍ବକପ୍ ଜିତିଥିବାବେଳେ ୧୧ ବର୍ଷରୁ ଉର୍ଦ୍ଧ ହେଲା ଆଇସିସି ଟ୍ରଫି ମରୁଡି ପଡିଛି।  କ୍ୟାରିୟରର ପ୍ରଥମ ଭାଗରେ ୨୦୦୭ ବିଶ୍ବକପ ବିଜୟୀ ଦଳର ସଦସ୍ୟ ଥିବା  ରୋହିତ ଶର୍ମା କ୍ୟାରିୟରର ଶେଷ ଭାଗରେ  ଅଧିନାୟକ ଭାବେ ୨୪ ଟି-୨୦ ବିଶ୍ବକପ୍ ତୋଳି ଧରବାର ସୌଭାଗ୍ୟପାନ୍ତୁ,ଅନ୍ୟପକ୍ଷରେ ୨୦୧୧ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ବିରାଟ କୋହଲି ମଧ୍ୟ  ଆଉ ଏକ ବିଶ୍ବକପ୍ ବିଜୟ ଦଳର ସଦସ୍ୟ ସାଜନ୍ତୁ ବୋଲି କ୍ରିକେଟ୍ ପ୍ରଶଂସକ ଆଶା ରଖିଛନ୍ତି। ଭାରତ ଜିତିବ  ଟି-୨୦ ବିଶ୍ବକପ ଅପେକ୍ଷାର ଘଟିବ ଅନ୍ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India in the final in t20 world cup | Argus News