Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Pakistan Final / ଏହି ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା ! ଆଜିର ମ୍ୟାଚ୍‌ କରିବ ଭାଗ୍ୟ ନିର୍ଣ୍ଣୟ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଏହି ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା ! ଆଜିର ମ୍ୟାଚ୍‌ କରିବ ଭାଗ୍ୟ ନିର୍ଣ୍ଣୟ

Key Points

ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ର ଲିଗ୍ । ପୁଣି ହୋଇପାରେ ଭାରତ-ପାକିସ୍ତାନ ମହାମୁକାବିଲା । ରବିବାର ଖେଳାଯାଇପାରେ ଫାଇନାଲ ଫାଇଟ୍‌ ।
ACC ପୁରୁଷ ପର୍ଯ୍ୟାୟରେ ଭାରତ A ଏବଂ ପାକିସ୍ତାନ A ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପାକିସ୍ତାନ ଦଳ ଭାରତକୁ ପରାସ୍ତ କରିଥିଲା । ଆଉ ଏବେ ଲିଗ୍ ପର୍ଯ୍ୟାୟର ବଦଲା ନେବାକୁ ଭାରତ A ଦଳ ପାଖରେ ଏକ ବଡ଼ ସୁଯୋଗ ରହିଛି । କିନ୍ତୁ ଏଥିପାଇଁ ସେମାନଙ୍କ ନଭେମ୍ବର ୧୮ରେ ଓମାନ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଯଦି ଜିତେଶ ଶର୍ମାଙ୍କ ଅଧିନାୟକତ୍ବରେ ଖେଳୁଥିବା ଭାରତ A ଦଳ ଓମାନ ବିପକ୍ଷ ମ୍ୟାଚରେ ବିଜୟଲାଭ କରେ, ତେବେ ଟିମ୍ ଇଣ୍ଡିଆ ସେମିଫାଇନାଲ ନିଜ ସ୍ଥାନ ପକ୍କା କରିବ ।

ଅଧିକ ପଢ଼ନ୍ତୁ: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ T20 ପାଇଁ ଆସିଲା ଟିକେଟ୍ ବିକ୍ରି ତାରିଖ, ଏହି ୨ ଦିନ କାଉଣ୍ଟରରେ ମିଳିବ
ଟିମ୍ ଇଣ୍ଡିଆକୁ ଓମାନ ବିପକ୍ଷରେ ଏକ ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ

ଭାରତ A ମଙ୍ଗଳବାର ରାତି ୮ଟାରେ ଦୋହାର ୱେଷ୍ଟ ଏଣ୍ଡ ପାର୍କ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ACC ପୁରୁଷ ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ରେ ଓମାନ ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ। ଏହି ମ୍ୟାଚରେ ବିଜୟ ହାସଲ କଲେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିବ । ଯେଉଁଠାରେ ସେମାନେ ଶ୍ରୀଲଙ୍କା, ଆଫଗାନିସ୍ତାନ କିମ୍ବା ବାଂଲାଦେଶର ଜୁନିଅର ଦଳ ସହିତ ମୁହାଁମୁହିଁ ହୋଇପାରନ୍ତି ।
ଆଉ ଭାରତ A ର ଦଳ ପେପର ଓ ଫିଲ୍ଡରେ ବହୁତ ଶକ୍ତିଶାଳୀ ନଜର ଆସୁଛି । ତେଣୁ ଫାଇନାଲରେ ପ୍ରବେଶ କରିବା ଭାରତ ପାଇଁ କଷ୍ଟକର ନୁହେଁ । ସେହିପରି ଅନ୍ୟଏକ ସେମିଫାଇନାଲରେ ମଧ୍ୟ ପାକିସ୍ତାନ ସହଜରେ ଜିତିପାରେ । ଆଉ ଯଦି ସେମିଫାଇନାଲରେ ଭାରତ ଓ ପାକିସ୍ତାନ ବିଜୟ ଲାଭ କରନ୍ତି । ତେବେ ପୁଣି ଥରେ ଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯାଇପାରେ ।

ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇପାରେ

ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୨୩ ତାରିଖରେ ଖେଳାଯିବ । ଏହି ମ୍ୟାଚ୍ ରବିବାର ରାତି ୮ଟାରେ ଆରମ୍ଭ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୂର୍ବ ମ୍ୟାଚରେ କଡ଼ା ଟକ୍କର ହୋଇଥିଲା । ତେଣୁ ଯଦି ଦୁଇ ଦଳ ଫାଇନାଲରେ ଖେଳନ୍ତି, ତେବେ ଏହା ନିଶ୍ଚିତ ଭାବେ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ ହୋଇପାରେ । ଏସିଆ କପ୍ ୨୦୨୫ ପରଠାରୁ ଏହି ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ପ୍ରତ୍ୟେକ ସ୍ତରରେ କ୍ରମାଗତ ଭାବରେ ଆକ୍ରମଣାତ୍ମକ ହେବାରେ ଲାଗିଛି । ଆଉ ଗତ ମ୍ୟାଚରେ ଯୁବ ଖେଳାଳିଙ୍କ ଉତ୍ସାହ ସ୍ପଷ୍ଟ ଭାବରେ ଦେଖାଯାଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
High-Voltage India vs Pakistan Battle Likely in Asia Cup Rising Stars 2025 | Argus News