India Pakistan No Handshake / କ୍ରିକେଟ୍ରେ ଦୂରତା, ହକିରେ ଭାଇଚାରା ? ଭାଇରାଲ ହେଉଛି ଭାରତ-ପାକ୍ ମ୍ୟାଚ୍ ପରର ଦୃଶ୍ୟ
·1 hour ago·2 min read

Key Points
ହ୍ୟାଣ୍ଡଶେକ୍ ନୁହେଁ, ହାଇ-ଫାଇଭ୍ !
ପାକିସ୍ତାନ ବିପକ୍ଷରେ ଭାରତର ଅଲଗା ଭାବନା
ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ କ’ଣ କଲେ ଭାରତୀୟ ଖେଳାଳି?

ଭାରତ-ପାକିସ୍ତାନ ମ୍ୟାଚ୍ ମାନେ କେବଳ ଖେଳ ନୁହେଁ, ଏହା ସହ ଜଡ଼ିତ ଥାଏ କୋଟି କୋଟି ଲୋକଙ୍କ ଭାବନା, ଉତ୍ସାହ ଆଉ ଅନେକ ଅଲୋଚନା । କିନ୍ତୁ ନେଦରଲ୍ୟାଣ୍ଡସ୍ର ଆମ୍ଷ୍ଟେଲଭିନ୍ରେ ୫-୩ର ରୋମାଞ୍ଚକ ବିଜୟ ପରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଲା । ପାକିସ୍ତାନକୁ ପରାସ୍ତ କରିବା ପରେ ଭାରତୀୟ ଖେଳାଳିମାନେ ପାରମ୍ପରିକ ଭାବେ ହାତ ମିଳାଇନଥିଲେ, କିନ୍ତୁ ହାଇ-ଫାଇଭ୍ ମାଧ୍ୟମରେ ଖେଳ ଭାବନାର ଏକ ଅଲଗା ଚିତ୍ର ଦେଖାଇଥିଲେ ।
ଏହି ଘଟଣା ଏମିତି ଏକ ସମୟରେ ଘଟିଛି, ଯେତେବେଳେ ଭାରତ-ପାକିସ୍ତାନ କ୍ରୀଡ଼ାରେ ହ୍ୟାଣ୍ଡସେକ୍କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ୨୨ ଏପ୍ରିଲ ୨୦୨୫ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ରେ ଭାରତୀୟ ଖେଳାଳିମାନେ ପାରମ୍ପାରିକ ହ୍ୟାଣ୍ଡସେକ୍ରୁ ଦୂରେଇ ରହିଥିବା ଦେଖିବାକୁ ମିଳୁଛି ।
କିନ୍ତୁ ହକିରେ ଚିତ୍ର କିଛିଟା ଭିନ୍ନ । ହକି ଇଣ୍ଡିଆ ପକ୍ଷରୁ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବା ଉପରେ ଭାରତୀୟ ଦଳ ପାଇଁ କୌଣସି ଔପଚାରିକ ନିଷେଧ ଥିବା କୁହାଯାଇନାହିଁ । ଏହା ସତ୍ତ୍ୱେ ଆମ୍ଷ୍ଟେଲଭିନ୍ର ମ୍ୟାଚ୍ ପରେ ହାଇ-ଫାଇଭ୍ ଦୃଶ୍ୟ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି ।
ଅଧିକ ପଢ଼ନ୍ତୁ: କ୍ୟାରିୟରର ଖରାପ ସମୟରେ ବିରାଟ କୋହଲି ଦେଇଥିଲେ ଏହି ମନ୍ତ୍ର, ବଦଳିଗଲା ସିନ୍ଧୁଙ୍କ ଭାଗ୍ୟ
ତେବେ ଏହା ପ୍ରଥମ ଥର ନୁହେଁ । ୨୩ ଜୁନ୍ ୨୦୨୬ରେ ଲଣ୍ଡନ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରୋ-ଲିଗ୍ ମୁକାବିଲା ହୋଇଥିଲା । ସେହି ମ୍ୟାଚ୍ ପରେ ମଧ୍ୟ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ହାଇ-ଫାଇଭ୍ ଦେଖିବାକୁ ମିଳିଥିଲା ।
ଆମ୍ଷ୍ଟେଲଭିନ୍ର ୱାଗ୍ନର ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ପୁଲ୍-ଡି ମ୍ୟାଚ୍ରେ ଭାରତ ଆରମ୍ଭରୁ ହିଁ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଥିଲା। ଶେଷରେ ଭାରତ ୫-୩ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ୍ ଅର୍ଥାତ୍ ଟପ୍-୮ରେ ସ୍ଥାନ ପକ୍କା କରିଥିଲା । ଅନ୍ୟପଟେ ଏହି ପରାଜୟ ସହ ପାକିସ୍ତାନ ବିଶ୍ବକପ୍ରୁ ବାଦ୍ ପଡ଼ିଛି ।
ମ୍ୟାଚ୍ ପରେ ଆଉ ଏକ ଦୃଶ୍ୟ ଚର୍ଚ୍ଚାରେ ମଧ୍ୟ ଥିଲା । ଭାରତର ମନଦୀପ ସିଂହ ଓ ପାକିସ୍ତାନର ମହମ୍ମଦ ହମ୍ମାଦୁଦ୍ଦିନ୍ ପରସ୍ପରଙ୍କ ସହ ହାତ ମିଳାଇଥିବା ଦେଖିବାକୁ ମିଳିଥିଲା ।
ନୋ ହ୍ୟାଣ୍ଡସେକ୍ ନୀତି: ଭାରତ କେବେ ଭିନ୍ନ ମନୋଭାବ ଦେଖାଇଥିଲା ?
ସେପ୍ଟେମ୍ବର ୨୦୨୫: ଏସିଆ କପ୍ ସମୟରେ ଭାରତ ଏବଂ ପାକିସ୍ତାନ ଦଳ ତିନିଥର ପରସ୍ପରର ମୁହାଁମୁହିଁ ହୋଇଥିଲେ । ତିନୋଟି ମ୍ୟାଚ୍ରେ, ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଇନଥଲେ ।
ଅକ୍ଟୋବର ୨୦୨୫: ମହିଳା ଏକଦିବସୀୟ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ କୌଣସି ହ୍ୟାଣ୍ଡସେକ୍ ହୋଇନଥିଲା ।
ନଭେମ୍ବର ୨୦୨୫: ପୁରୁଷ ରାଇଜିଂ ଷ୍ଟାର୍ସ ଏସିଆ କପରେ ମଧ୍ୟ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାରୁ ନିବୃତ୍ତ ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଏହି ଧାରା ଜାରି ରହିଥିଲା ।
ଡିସେମ୍ବର ୨୦୨୫: ୧୯ ବର୍ଷରୁ କମ୍ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ ସମୟରେ ମଧ୍ୟ ନୋ ହ୍ୟାଣ୍ଡସେକ୍ ନୀତି ଜାରି ରଖିଥିଲା ।
ଫେବୃଆରୀ ୨୦୨୬: ୧୯ ବର୍ଷରୁ କମ୍ ବିଶ୍ୱକପ୍ ସମୟରେ, ଭାରତ ଏବଂ ପାକିସ୍ତାନର ମହିଳା ଖେଳାଳିମାନେ ହାତ ମିଳାଇବାରୁ ନିବୃତ୍ତ ରହିଥିଲେ।
ଜୁନ ୨୦୨୬: ମହିଳା ଟି୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଥିଲା ।
ଏହି ଘଟଣା ଏମିତି ଏକ ସମୟରେ ଘଟିଛି, ଯେତେବେଳେ ଭାରତ-ପାକିସ୍ତାନ କ୍ରୀଡ଼ାରେ ହ୍ୟାଣ୍ଡସେକ୍କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ୨୨ ଏପ୍ରିଲ ୨୦୨୫ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ରେ ଭାରତୀୟ ଖେଳାଳିମାନେ ପାରମ୍ପାରିକ ହ୍ୟାଣ୍ଡସେକ୍ରୁ ଦୂରେଇ ରହିଥିବା ଦେଖିବାକୁ ମିଳୁଛି ।
କିନ୍ତୁ ହକିରେ ଚିତ୍ର କିଛିଟା ଭିନ୍ନ । ହକି ଇଣ୍ଡିଆ ପକ୍ଷରୁ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବା ଉପରେ ଭାରତୀୟ ଦଳ ପାଇଁ କୌଣସି ଔପଚାରିକ ନିଷେଧ ଥିବା କୁହାଯାଇନାହିଁ । ଏହା ସତ୍ତ୍ୱେ ଆମ୍ଷ୍ଟେଲଭିନ୍ର ମ୍ୟାଚ୍ ପରେ ହାଇ-ଫାଇଭ୍ ଦୃଶ୍ୟ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି ।
ଅଧିକ ପଢ଼ନ୍ତୁ: କ୍ୟାରିୟରର ଖରାପ ସମୟରେ ବିରାଟ କୋହଲି ଦେଇଥିଲେ ଏହି ମନ୍ତ୍ର, ବଦଳିଗଲା ସିନ୍ଧୁଙ୍କ ଭାଗ୍ୟ
ତେବେ ଏହା ପ୍ରଥମ ଥର ନୁହେଁ । ୨୩ ଜୁନ୍ ୨୦୨୬ରେ ଲଣ୍ଡନ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରୋ-ଲିଗ୍ ମୁକାବିଲା ହୋଇଥିଲା । ସେହି ମ୍ୟାଚ୍ ପରେ ମଧ୍ୟ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ହାଇ-ଫାଇଭ୍ ଦେଖିବାକୁ ମିଳିଥିଲା ।ଆମ୍ଷ୍ଟେଲଭିନ୍ର ୱାଗ୍ନର ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ପୁଲ୍-ଡି ମ୍ୟାଚ୍ରେ ଭାରତ ଆରମ୍ଭରୁ ହିଁ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଥିଲା। ଶେଷରେ ଭାରତ ୫-୩ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ୍ ଅର୍ଥାତ୍ ଟପ୍-୮ରେ ସ୍ଥାନ ପକ୍କା କରିଥିଲା । ଅନ୍ୟପଟେ ଏହି ପରାଜୟ ସହ ପାକିସ୍ତାନ ବିଶ୍ବକପ୍ରୁ ବାଦ୍ ପଡ଼ିଛି ।
ମ୍ୟାଚ୍ ପରେ ଆଉ ଏକ ଦୃଶ୍ୟ ଚର୍ଚ୍ଚାରେ ମଧ୍ୟ ଥିଲା । ଭାରତର ମନଦୀପ ସିଂହ ଓ ପାକିସ୍ତାନର ମହମ୍ମଦ ହମ୍ମାଦୁଦ୍ଦିନ୍ ପରସ୍ପରଙ୍କ ସହ ହାତ ମିଳାଇଥିବା ଦେଖିବାକୁ ମିଳିଥିଲା ।
ନୋ ହ୍ୟାଣ୍ଡସେକ୍ ନୀତି: ଭାରତ କେବେ ଭିନ୍ନ ମନୋଭାବ ଦେଖାଇଥିଲା ?
ସେପ୍ଟେମ୍ବର ୨୦୨୫: ଏସିଆ କପ୍ ସମୟରେ ଭାରତ ଏବଂ ପାକିସ୍ତାନ ଦଳ ତିନିଥର ପରସ୍ପରର ମୁହାଁମୁହିଁ ହୋଇଥିଲେ । ତିନୋଟି ମ୍ୟାଚ୍ରେ, ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଇନଥଲେ ।
ଅକ୍ଟୋବର ୨୦୨୫: ମହିଳା ଏକଦିବସୀୟ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ କୌଣସି ହ୍ୟାଣ୍ଡସେକ୍ ହୋଇନଥିଲା ।
ନଭେମ୍ବର ୨୦୨୫: ପୁରୁଷ ରାଇଜିଂ ଷ୍ଟାର୍ସ ଏସିଆ କପରେ ମଧ୍ୟ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାରୁ ନିବୃତ୍ତ ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଏହି ଧାରା ଜାରି ରହିଥିଲା ।
ଡିସେମ୍ବର ୨୦୨୫: ୧୯ ବର୍ଷରୁ କମ୍ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ ସମୟରେ ମଧ୍ୟ ନୋ ହ୍ୟାଣ୍ଡସେକ୍ ନୀତି ଜାରି ରଖିଥିଲା ।
ଫେବୃଆରୀ ୨୦୨୬: ୧୯ ବର୍ଷରୁ କମ୍ ବିଶ୍ୱକପ୍ ସମୟରେ, ଭାରତ ଏବଂ ପାକିସ୍ତାନର ମହିଳା ଖେଳାଳିମାନେ ହାତ ମିଳାଇବାରୁ ନିବୃତ୍ତ ରହିଥିଲେ।
ଜୁନ ୨୦୨୬: ମହିଳା ଟି୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories