No trophy for Team India / ଏସିଆ କପ୍ ଜିତିଲା ଭାରତ, କିନ୍ତୁ ନକଭିଙ୍କଠୁ ଟ୍ରଫି ନେଲାନି ଟିମ୍ ଇଣ୍ଡିଆ

Key Points
ଏସିଆ କପ୍ ଜିତିଲା ଭାରତ । କିନ୍ତୁ ACC ଅଧ୍ୟକ୍ଷଙ୍କଠାରୁ ଟ୍ରଫି ନେଲାନି ଭାରତ । ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ ମଞ୍ଚରୁ ଲଜ୍ଜିତ ହୋଇ ଫେରିବାକୁ ପଡ଼ିଥିଲା ।
ଏସିଆ କପ୍-୨୦୨୫ରେ ଦମଦାର ବିଜୟ ହାସଲ କଲା ଭାରତ । ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ୫ ଓ୍ବିକେଟ ହରାଇଲା ଭାରତ । କିନ୍ତୁ ନେଲାନି ଟିମ୍ ଇଣ୍ଡିଆ । ACC ଅଧ୍ୟକ୍ଷଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କଲା ଭାରତ । ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ତଥା ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭିଙ୍କଠାରୁ ଏସିଆ ଟ୍ରଫି ଗ୍ରହଣ କରିବାକୁ ଭାରତ ମନା କରିଛି ।
ଅଧିକ ପଢ଼ନ୍ତୁ: 'ଅପରେସନ୍ ହ୍ବାଇଟ୍ ବଲ' ସଫଳ, ପାକିସ୍ତାନକୁ ହରାଇ ନବମ ଥର ଏସିଆ କପ୍ ଜିତିଲା ଭାରତ
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ଫାଇନାଲରେ ଭାରତ ବିଜୟ ହୋଇଛି । ମ୍ୟାଚ ସରିବାର ଘଣ୍ଟାକ ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରେଜେଣ୍ଟେସନ୍ ସମାରୋହ ଆରମ୍ଭରେ ନକଭି ଓ ଟିମ ଇଣ୍ଡିଆର ଖେଳାଳିମାନେ ମଞ୍ଚରେ ଉପସ୍ଥିତ ଥିଲେ । ମୋହସିନ ନକଭି ଟ୍ରଫି ପ୍ରଦାନ ପାଇଁ ଆସିଥିବା ବେଳେ ତାଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଥିଲେ ଟିମ୍ ଇଣ୍ଡିଆ ।
📱 Get Argus News App
✨Don’t lift the trophy, 𝐭𝐫𝐨𝐩𝐡𝐲 𝐭𝐡𝐞 𝐥𝐢𝐟𝐭! 🏆🇮🇳😂 pic.twitter.com/NAOPbnPFuT
— Mumbai Indians (@mipaltan) September 28, 2025
ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଥିଲା ଯେ ଯଦି ନକଭି ଟ୍ରଫି ପ୍ରଦାନ କରିବାକୁ ଚେଷ୍ଟା କରନ୍ତି ତେବେ ଭାରତୀୟ ଦଳ ଏହାକୁ ଗ୍ରହଣ କରିବ ନାହିଁ । ନକଭି ଅପେକ୍ଷା କରିଥିବା ବେଳେ ଆୟୋଜକଙ୍କ ମଧ୍ୟରୁ କେହି ଟ୍ରଫିକୁ ଭାରତୀୟ ଡ୍ରେସିଂ ରୁମକୁ ନେଇଯାଇଥିଲେ । ଶେଷରେ ନକଭିଙ୍କୁ ମଞ୍ଚରୁ ଲଜ୍ଜିତ ହୋଇ ଫେରିବାକୁ ପଡ଼ିଥିଲା । ପୂର୍ବରୁ ଭାରତୀୟ ଦଳ ACC ଅଧ୍ୟକ୍ଷଙ୍କଠାରୁ ଟ୍ରଫି ଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଥିଲେ ।
Related Topics
Explore more stories