Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IND vs PAK / ଫାଇନାଲ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କଲାନି ଭାରତ, ପ୍ରାକ୍ଟିସ୍ କରିବାକୁ ଆସିଲେନି ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·9 months ago·3 min read
ଫାଇନାଲ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କଲାନି ଭାରତ, ପ୍ରାକ୍ଟିସ୍ କରିବାକୁ ଆସିଲେନି ଖେଳାଳି

Key Points

ରବିବାର ଖେଳାଯିବ ଏସିଆ କପ୍ ଫାଇନାଲ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ନୂଆ ରଣନୀତି ଆପଣାଇଲା ଭାରତ ।

ସେପ୍ଟେମ୍ବର ୨୮ରେ ଖେଳାଯିବ ଏସିଆ କପ୍-୨୦୨୫ର ଫାଇନାଲ ମ୍ୟାଚ୍ । ୪୧ ବର୍ଷରେ ପ୍ରଥମ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ନବମ ଥର ପାଇଁ ଏସିଆ କପ୍ ଜିତିବାକୁ ଲକ୍ଷ୍ୟ ରଖିଛି । ପାକିସ୍ତାନ ଯେଉଁ ଫର୍ମରେ ଅଛି, ତାହା ଦେଖିଲେ ଭାରତକୁ ଟାଇଟଲ୍ ଜିତିବାରେ କୌଣସି ଅସୁବିଧା ହେବା ନାହିଁ ।


ବହୁ-ରାଷ୍ଟ୍ରୀୟ ଇଭେଣ୍ଟଗୁଡ଼ିକରେ ସାଧାରଣତଃ ଫାଇନାଲ୍ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଉଭୟ ଦଳ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ କରାଯାଏ । ଯେଉଁଥିରେ ଅଧିନାୟକମାନେ ଟ୍ରଫି ସହିତ ଫଟୋସୁଟ୍ କରନ୍ତି । ତେବେ ଏସିଆ କପ୍ ଫାଇନାଲ ପୂର୍ବରୁ ଟ୍ରଫି ସହିତ କୌଣସି ଫଟୋସୁଟ୍ ହୋଇନାହିଁ ।

ଅଧିକ ପଢ଼ନ୍ତୁ: ଫାଇନାଲ ପୂର୍ବରୁ ପାକିସ୍ତାନର ନୂଆ ଡ୍ରାମା, ହାରିସ୍ ରୈଫଙ୍କ ପାଇଁ ଜରିମାନା ଦେବେ ପିସିବି ମୁଖ୍ୟ


ସେପଟେ ସେପ୍ଟେମ୍ବର ୨୭ ତାରିଖରେ ଅର୍ଥାତ ଫାଇନାଲ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳ ଅଭ୍ୟାସ ମଧ୍ୟ କରିନଥିଲା । ଖେଳାଳିଙ୍କ ଥକ୍କାପଣ ପାଇଁ ଭାରତୀୟ ଦଳର ଖେଳାଳି ମାନେ ପ୍ରାକ୍ଟିସ୍ କରିବାକୁ ଆସିନଥିଲେ । କାହିଁକି ନା ଗତ ୪ ଦିନ ମଧ୍ୟରେ ଭାରତ ଦୁଇଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିଛି । ତେଣୁ ଫାଇନାଲ ପୂର୍ବରୁ ଖେଳାଳିଙ୍କୁ ଯଥେଷ୍ଟ ଆରାମ ପାଇଁ ଆଜି ଟିମ୍ ଇଣ୍ଡିଆ ପ୍ରାକ୍ଟିସ୍ ପାଇଁ ଆସିନଥିଲା । ଏହା ସହିତ, ଭାରତୀୟ ଦଳ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବ ନାହିଁ ।


ଭାରତୀୟ ଖେଳାଳିମାନେ ହୋଟେଲରେ ବିଶ୍ରାମ ଏବଂ ରଣନୀତି ଉପରେ ଧ୍ୟାନ ଦେଉଛନ୍ତି। ଏହି ପଦକ୍ଷେପ ଖେଳାଳିମାନଙ୍କୁ ମାନସିକ ଭାବରେ ପ୍ରସ୍ତୁତ ଏବଂ ସତେଜ ରଖିବା ପାଇଁ ଉଦ୍ଦିଷ୍ଟ । ଶ୍ରୀଲଙ୍କା ବିପକ୍ଷରେ ସୁପର ଫୋର୍ ମ୍ୟାଚ୍ ପରେ ଭାରତୀୟ ଖେଳାଳିମାନଙ୍କ ପାଇଁ ବିଶ୍ରାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଚଳିତ ଏସିଆ କପରେ ପୂର୍ବରୁ ଦୁଇ ଥର ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇସାରିଛନ୍ତି । ପ୍ରଥମେ ଗ୍ରୁପ୍ ପର୍ଯ୍ୟାୟ ପରେ ସୁପର-୪ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଆଉ ଦୁଇ ଥର ଭାରତ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା । ଆଉ ଏବେ ଫାଇନାଲ ମ୍ୟାଚରେ ମଧ୍ୟ ପାକିସ୍ତାନକୁ ହରାଇ ଏସିଆ କପ୍ ଟାଇଟଲ ଜିତିବାକୁ ଚେଷ୍ଟା କରିବ ।


ଅନ୍ୟପଟେ ଚଳିତ ଏସିଆ କପରେ ପାକିସ୍ତାନ ଖେଳ କମ୍ ବିବାଦ ପାଇଁ ବେଶ୍ ଚର୍ଚ୍ଚାରେ ରହିଛି । ଆଉ ଏବେ ଫାଇନାଲ ଫାଇଟ୍ ପୂର୍ବରୁ ନୂଆ ନାଟକ କରିଛି ପାକିସ୍ତାନ । ଏହି ବିବାଦ ପାକିସ୍ତାନ ଖେଳାଳି ନୁହେଁ ବରଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକଭି ସୃଷ୍ଟି କରିଛନ୍ତି ।


ସେପ୍ଟେମ୍ବର ୨୧ ତାରିଖରେ ସୁପର-୪ ରାଉଣ୍ଡ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ସେହି ମ୍ୟାଚ୍‌ ସମୟରେ, ହାରିସ୍‌ ରୈଫ ୬-୦ ଏବଂ ଏକ ଯୁଦ୍ଧ ବିମାନ ଖସାଇବାର ଔଦ୍ଧତ ଇଙ୍ଗିତ କରିଥିଲେ । ସେହିପରି ସାହିବଜାଦା ଫରହାନ୍‌ ମଧ୍ୟ ଅର୍ଦ୍ଧଶତକ ହାସଲ କରିବା ପରେ ଗନ୍ ସେଲିବ୍ରେସନ୍ କରି ବିବାଦ ସୃଷ୍ଟି କରିଥିଲେ । ଏଭଳି ଅଭଦ୍ରାମୀ ପାଇଁ ବିସିସିଆଇ ହାରିସ୍ ରୈଫ ଓ ଫରହାନଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ ଦାଖଲ କରିଥିଲା ।


ଏହି ମାମଲାରେ ଆଇସିସି ହାରିସ୍‌ ରୈଫଙ୍କୁ ତାଙ୍କ ମ୍ୟାଚ୍‌ ଫି'‌ର ୩୦ ପ୍ରତିଶତ ଜରିମାନା ଲଗାଇଥିଲେ । ଅନ୍ୟପଟେ ସାହିବଜାଦା ଫରହାନ୍‌ଙ୍କୁ ଚେତାବନୀ ଦେଇଥିଲେ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପିସିବି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବରେ ହାରିସ୍‌ ରୈଫଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୋହସିନ୍ ନକଭିଙ୍କ ଏହି କାର୍ଯ୍ୟ ଏହା ସ୍ପଷ୍ଟ କରୁଛି ପଡ଼ିଆରେ ହାରିସ୍ ରୈଫ୍ କରିଥିବା ଅଭଦ୍ରାମୀକୁ ସେ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛନ୍ତି।


Related Topics

Explore more stories

Sponsored
India Skip Press Conference and Practice Ahead of Asia Cup 2025 Final | Argus News