Videos
|
Sports

Team India Traffic Jam / ଟ୍ରାଫିକ୍‌ ଜାମ୍‌ରେ ଫସିଗଲା ଟିମ୍ ଇଣ୍ଡିଆ, ଠିକ୍‌ ସମୟରେ ଷ୍ଟାଡିୟମ୍‌ରେ ପହଞ୍ଚିପାରିଲେନି ଭାରତୀୟ ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·1 min read
ଟ୍ରାଫିକ୍‌ ଜାମ୍‌ରେ ଫସିଗଲା ଟିମ୍ ଇଣ୍ଡିଆ, ଠିକ୍‌ ସମୟରେ ଷ୍ଟାଡିୟମ୍‌ରେ ପହଞ୍ଚିପାରିଲେନି ଭାରତୀୟ ଖେଳାଳି
Team India Traffic Jam

Key Points

ମ୍ୟାଚ୍ ପୂର୍ବରୁ ବଡ଼ ଅଜବ ଘଟଣା
ଷ୍ଟାଡିୟମ୍‌ରେ ପହଞ୍ଚିପାରିଲେନି ଭାରତୀୟ ଖେଳାଳି
ଟ୍ରାଫିକ୍ ଜାମ୍‌ ଯୋଗୁଁ ବଦଳିଲା ସମୟ
ନା ବର୍ଷା, ନା ଝଡ଼… ତଥାପି ଅଟକିଗଲା ଭାରତ-ଇଂଲଣ୍ଡ ପଞ୍ଚମ ଟି-୨୦ର ଟସ୍‌ । ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଟିମ୍‌ ଇଣ୍ଡିଆ ଖେଳାଳିମାନେ ଟ୍ରାଫିକ୍‌ ଜାମ୍‌ରେ ଫସିଯିବାରୁ ସମୟରେ ରୋଜ୍ ବାଉଲ୍‌ ଷ୍ଟାଡିୟମ୍‌ରେ ପହଞ୍ଚିପାରିନଥିଲେ । ଯାହାଫଳରେ ଧାର୍ଯ୍ୟ ସମୟରେ ହୋଇପାରିଲା ନାହିଁ ଟସ୍‌ ଏବଂ ମ୍ୟାଚ୍‌ ଆରମ୍ଭ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଅଧିକ ପଢ଼ନ୍ତୁ: ପଞ୍ଚମ ଟି-୨୦ରେ ଦଳକୁ ଫେରିବେ ସଞ୍ଜୁ ସାମସନ୍ ? ବୈଭବ ନୁହଁନ୍ତି, ଏହି ଖେଳାଳି ପଡ଼ିପାରନ୍ତି ବାଦ୍‌


ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ସାଉଥାମ୍ପଟନ୍‌ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଟସ୍ ଭାରତୀୟ ସନ୍ଧ୍ୟା ୬:୩୦ରେ ହେବାର ଥିଲା । କିନ୍ତୁ ବର୍ଷା କିମ୍ବା ଝଡ଼ ନ ଥିଲେ ମଧ୍ୟ ଟସ୍ ଠିକ୍ ସମୟରେ ହୋଇନଥିଲା । ଆଉ ଏହାର ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଟ୍ରାଫିକ୍‌ ଜାମ୍‌ରେ ଟିମ୍‌ ଇଣ୍ଡିଆ ଫସିଯାଇଥିଲା । ଯାହା ଫଳରେ ଖେଳାଳିମାନେ ସମୟ ମଧ୍ୟରେ ରୋଜ୍ ବାଉଲ୍ ଷ୍ଟାଡିୟମରେ ପହଞ୍ଚିପାରିଲେ ନାହିଁ ।

ଭାରତୀୟ ଦଳ ନିର୍ଦ୍ଧାରିତ ହୋଇଥିବା ଟସ୍ ସମୟର କିଛି ସମୟ ପରେ ଷ୍ଟାଡିୟମରେ ପହଞ୍ଚିଥିଲା । ଯାହାଫଳରେ ଟସ୍ ସମୟ ପରିବର୍ତ୍ତନ କରାଯାଇଥିଲା । ପଞ୍ଚମ ଟି-୨୦ ମ୍ୟାଚ୍ ପାଇଁ ଟସ୍ ସନ୍ଧ୍ୟା ୭:୧୫ ରେ ହେବ, ମ୍ୟାଚ୍ ଅଧ ଘଣ୍ଟା ବିଳମ୍ବରେ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India Team Stuck in Traffic! Toss Delayed Ahead of 5th T20 vs England | Argus News