Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପଞ୍ଚମ ଟି-୨୦ରେ ଦଳକୁ ଫେରିବେ ସଞ୍ଜୁ ସାମସନ୍ ? ବୈଭବ ନୁହଁନ୍ତି, ଏହି ଖେଳାଳି ପଡ଼ିପାରନ୍ତି ବାଦ୍‌

Sports

Sanju Samson Comeback / ପଞ୍ଚମ ଟି-୨୦ରେ ଦଳକୁ ଫେରିବେ ସଞ୍ଜୁ ସାମସନ୍ ? ବୈଭବ ନୁହଁନ୍ତି, ଏହି ଖେଳାଳି ପଡ଼ିପାରନ୍ତି ବାଦ୍‌

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପଞ୍ଚମ ଟି-୨୦ରେ ଦଳକୁ ଫେରିବେ ସଞ୍ଜୁ ସାମସନ୍ ? ବୈଭବ ନୁହଁନ୍ତି, ଏହି ଖେଳାଳି ପଡ଼ିପାରନ୍ତି ବାଦ୍‌
Sanju Samson

Key Points

୫ମ T20ରେ ଫେରିବେ କି ସଞ୍ଜୁ ସାମସନ ?
କାହାକୁ ବାଦ୍ ଦେବ ଟିମ୍ ଇଣ୍ଡିଆ?
ବୈଭବ ନୁହେଁ, ବାଦ୍ ପଡ଼ିବେ ଏହି ଖେଳାଳି !
ଇଂଲଣ୍ଡ ବିପକ୍ଷରେ ସିରିଜ୍‌ ହାତଛାଡ଼ ହୋଇସାରିଛି । ଏବେ ନଜର କେବଳ ଶେଷ ମ୍ୟାଚ୍‌ ଉପରେ । ଇଂଲଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ପୂର୍ବରୁ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ରମାଗତ ଭାବେ ବିଫଳ ହେଉଥିବା ତିଲକ ବର୍ମାଙ୍କ ସ୍ଥାନରେ ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ । ଯଦି ଏପରି ହୁଏ, ତେବେ ଏହା ସଞ୍ଜୁଙ୍କ ପାଇଁ କେବଳ କମ୍‌ବ୍ୟାକ୍‌ର ସୁଯୋଗ ନୁହେଁ, ବରଂ ଟି-୨୦ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିବାର ଶେଷ ପରୀକ୍ଷା ମଧ୍ୟ ହୋଇପାରେ ।

ଭାରତୀୟ ଦଳ ଜୁଲାଇ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳିବାକୁ ଯାଉଛି । ଭ୍ରମଣକାରୀ ଦଳ ସିରିଜରେ ହରାଇବା ପାଇଁ ଆଉ କିଛି ବାକି ନାହିଁ । ଇଂଲଣ୍ଡ ଦଳ ୩-୦ରେ ସିରିଜ୍‌କୁ ନିଜ ନାମରେ କରିସାରିଛି । ଏପରି ପରିସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇପାରନ୍ତି । ତେବେ ସଞ୍ଜୁଙ୍କୁ ବୈଭବ ବଦଳରେ ନୁହେଁ ବରଂ ଉପ-ଅଧିନାୟକ ତିଲକ ବର୍ମାଙ୍କ ସ୍ଥାନରେ ସୁଯୋଗ ମିଳିପାରେ ।

ସଞ୍ଜୁ ସାମସନ ତିଲକଙ୍କ ସ୍ଥାନ ନେଇପାରିବେ କି ?

ତିଲକ ବର୍ମା ଆର୍ୟଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ନିରନ୍ତର ସଂଘର୍ଷ କରିଛନ୍ତି । ସେ ମଧ୍ୟକ୍ରମରେ ବ୍ୟାଟିଂ କରନ୍ତି, ଯେଉଁଠାରେ ତାଙ୍କୁ ୱିକେଟ୍ ପତନ ରୋକିବା ଏବଂ ରନ୍ ହାରକୁ ଜାରି ରଖିବା ଆବଶ୍ୟକ । ତିଲକ ଏହି ଉଭୟ କ୍ଷେତ୍ରରେ ଦୁର୍ବଳ ପ୍ରମାଣିତ ହୋଇଛନ୍ତି । ଆର୍ୟଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ପରଠାରୁ ସେ ୧୯, ୫୫, ୧୩, ୨୪, ୩ ଏବଂ ୧୧ ରନ୍ କରିଛନ୍ତି । ଏପରି ପରିସ୍ଥିତିରେ, ଯଦି ଟିମ୍‌ ମ୍ୟାନେଜମେଣ୍ଟ ଶେଷ ମ୍ୟାଚ୍‌ରେ ତିଲକଙ୍କ ସ୍ଥାନରେ ସଞ୍ଜୁଙ୍କୁ ସୁଯୋଗ ଦିଏ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ।

ଅଧିକ ପଢ଼ନ୍ତୁ: ଭାରତ-ଇଂଲଣ୍ଡ ପଞ୍ଚମ ଟି-୨୦ରେ ବଦଳିଲା ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌...


ପୂର୍ବରୁ ମଧ୍ୟକ୍ରମରେ ସଞ୍ଜୁ ସାମସନଙ୍କୁ ଚେଷ୍ଟା କରାଯାଇଛି । ୨୦୨୫ ଏସିଆ କପରେ ଶୁବମନ ଗିଲଙ୍କୁ ଦଳରେ ସାମିଲ କରାଯିବା ପରେ ସଞ୍ଜୁଙ୍କୁ ୫ ନମ୍ବରରେ ଏବଂ କେତେକ ସମୟରେ ତା'ଠାରୁ ମଧ୍ୟ ତଳେ ବ୍ୟାଟିଂ କରିବାକୁ ପଡିଥିଲା । କିନ୍ତୁ ଏହି ସ୍ଥାନରେ ତାଙ୍କର ପ୍ରଦର୍ଶନ ବିଶେଷ ପ୍ରଭାବଶାଳୀ ନୁହେଁ । ୫ ନମ୍ବରରେ ସଞ୍ଜୁ ଟି-୨୦ରେ ଆଠଟି ଇନିଂସ ଖେଳିଛନ୍ତି, ମାତ୍ର ୧୩୮ ରନ କରିଛନ୍ତି । ସେହିପରି ସଞ୍ଜୁ ୬ ଏବଂ ୭ ନମ୍ବରରେ ଗୋଟିଏ ଇନିଂସ ଖେଳି ଯଥାକ୍ରମେ ୧୨ ଏବଂ ୧୯ ରନ କରିଛନ୍ତି । ୱିକେଟକିପର-ବ୍ୟାଟ୍ସମ୍ୟାନଙ୍କ ପ୍ରିୟ ସ୍ଥାନ ହେଉଛି ଓପନିଂ, ଯେଉଁଠାରେ ସେ ୩୧ ଇନିଂସରେ ୧୭୮ ଷ୍ଟ୍ରାଇକ୍ ରେଟରେ ୯୩୨ ରନ କରିଛନ୍ତି, ଯେଉଁଥିରେ ତିନୋଟି ଶତକ ଏବଂ ଚାରିଟି ଅର୍ଦ୍ଧଶତକ ରହିଛି ।

ଯଦି ସଞ୍ଜୁ ସାମସନ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟି-୨୦ରେ ସ୍ଥାନ ପାଆନ୍ତି, ତେବେ ଏହା ତାଙ୍କର ଶେଷ ସୁଯୋଗ ହୋଇପାରେ। ଟି-୨୦ ବିଶ୍ୱକପରେ ତିନୋଟି ଚମତ୍କାର ଇନିଂସ ପରେ, ସେ ତିନୋଟି ମ୍ୟାଚ୍‌ରେ କେବଳ ପାଞ୍ଚ ରନ କରିପାରିଥିଲେ । ତାଙ୍କୁ ଜିମ୍ବାୱେ ଟି-୨୦ ସିରିଜରୁ ବାଦ୍‌ ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored