Videos
|
Sports

Cricket News / ଆଫଗାନିସ୍ତାନ ବିପକ୍ଷ ଭାରତୀୟ ଦଳରେ ରୋ-କୋ; ୩ ନୂଆ ଚେହେରାକୁ ସୁଯୋଗ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଆଫଗାନିସ୍ତାନ ବିପକ୍ଷ ଭାରତୀୟ ଦଳରେ ରୋ-କୋ; ୩ ନୂଆ ଚେହେରାକୁ ସୁଯୋଗ
Shubman Gill to Lead India

Key Points

ଆଗାମୀ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ଵ ଶୁବମନ ଗିଲ୍ ନେବେ । ଆଫଗାନିସ୍ତାନ ବିପକ୍ଷରେ ଭାରତ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ।
ମୁମ୍ବାଇ: ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଆଗାମୀ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ଵ ଶୁବମନ ଗିଲ୍ ନେବେ । ଆଫଗାନିସ୍ତାନ ବିପକ୍ଷରେ ଭାରତ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ।

ଜୁନ୍‌ ୬ରୁ ଆରମ୍ଭ ହେବ ଆଫଗାନିସ୍ତାନ ବିପକ୍ଷ ସିରିଜ୍ । ଜୁନ୍ ୬ରୁ ୧୦ ପର୍ଯ୍ୟନ୍ତ ନିଉ ଚଣ୍ଡିଗଡ଼ ଷ୍ଟାଡିୟମ୍‌ରେ ଖେଳାଯିବ ଏକମାତ୍ର ଟେଷ୍ଟା ମ୍ୟାଚ୍ । ସିରିଜ୍‌ରେ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ଟେଷ୍ଟ ମ୍ୟାଚ୍‌ରେ ଜାଡ଼େଜାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅକ୍ଷର ପଟେଲ ଓ ଆକାଶ ଦୀପଙ୍କୁ ସାମିଲ୍ କରାଯାଇ ନାହିଁ ।

ଏଥିସହ ପଢ଼ନ୍ତୁ: WWE ରେସଲର ଯଶପ୍ରିତ ବୁମରାହଙ୍କୁ ନେଇ ଏମିତି କହିଲେ…ସମସ୍ତେ ଆଶ୍ଚର୍ଯ୍ୟ… 

ଦଳରେ ୩ ନୂଆ ମୁହଁ

ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଉଭୟ ଟେଷ୍ଟ ଓ ଦିନିକିଆ ଦଳ ଘୋଷଣା କରିଛି । ଯେଉଁଥିରେ ୩ ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । ଟେଷ୍ଟ ଦଳରେ ଗରନୁର ବ୍ରାର, ହର୍ଷ ଦୁବେ ଓ ମାନବ ସୁତାରଙ୍କୁ ନୂଆ ଚେହେରା ଭାବେ ସ୍ଥାନ ଦିଆଯାଇଛି । ସେହିଭଳି ଦିନିକିଆ ଦଳରେ ଗରନୁର ବ୍ରାର, ହର୍ଷ ଦୁବେଙ୍କ ସହ ପ୍ରିନ୍ସ ଯାଦବ ସାମିଲ୍ ହୋଇଛନ୍ତି ।


ଖେଳିବେ ବିରାଟ, ରୋହିତ

ଅନ୍ତର୍ଜାତୀୟ ଟେଷ୍ଟ, ଟି-ଟ୍ଵେଣ୍ଟିକୁ ବାଏ ବାଏ କରିଥିବା ବିରାଟ କୋହଲି ଓ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଦଳରେ ଅଛନ୍ତି । ୩ ଟିକିଆ ଦିନିକିଆ ସିରିଜ୍ ଜୁନ ୧୪ରୁ ଜୁନ ୨୦ ପର୍ଯ୍ୟନ୍ତ ଖେଳାଯିବ । ପ୍ରଥମ ଦିନିକିଆ ଧର୍ମଶାଳାରେ ଖେଳାଯିବାକୁ ଥିବାବେଳେ ଦ୍ଵିତୀୟଟି ଲକ୍ଷ୍ନୌ ଓ ଅନ୍ତିମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ ।

ଦିନିକିଆ ଭାରତୀୟ ଦଳ

ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ୍ ରାହୁଲ୍ (ୱିକେଟ୍ ରକ୍ଷକ), ଇଶାନ କିଶନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ନିତେଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରୀଷ୍ଣା, ପ୍ରିନ୍ସ ଯାଦବ, ଗୁରନୁର ବ୍ରାର, ହର୍ଷ ଦୁବେ ।

ଏଥିସହ ପଢ଼ନ୍ତୁ: MI ଛାଡ଼ି ଏହି ଦଳରେ ଯୋଗଦେବେ ହାର୍ଦ୍ଦିକ; IPL ୨୦୨୭ରେ ଲାଗିପାରେ କୋଟି କୋଟି ବିଡିଂ 

ଟେଷ୍ଟ ପାଇଁ ଭାରତୀୟ ଦଳ

ଶୁବମନ ଗିଲ୍ (ଅଧିନାୟକ), ଯଶ୍ଵସୀ ଜୟସ୍ଵାଲ, କେଏଲ୍ ରାହୁଲ୍ (ଉପଅଧିନାୟକ), ସାଇ ସୁଦର୍ଶନ, ରିଷଭ ପନ୍ତ (ୱିକେଟ୍ ରକ୍ଷକ), ଦେବଦତ୍ତ ପଡିକ୍କଲ୍, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା, ମାନବ ସୁତାର, ଗୁରନୁର ବ୍ରାର, ହର୍ଷ ଦୁବେ, ଧ୍ରୁବ ଜୁରେଲ୍ (ୱିକେଟ୍ ରକ୍ଷକ) ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India Squad vs Afghanistan Announced: Rohit, Kohli Return in ODI Team | Argus News | Argus News