Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - MI ଛାଡ଼ି ଏହି ଦଳରେ ଯୋଗଦେବେ ହାର୍ଦ୍ଦିକ; IPL ୨୦୨୭ରେ ଲାଗିପାରେ କୋଟି କୋଟି ବିଡିଂ

Sports

Hardik MI exit / MI ଛାଡ଼ି ଏହି ଦଳରେ ଯୋଗଦେବେ ହାର୍ଦ୍ଦିକ; IPL ୨୦୨୭ରେ ଲାଗିପାରେ କୋଟି କୋଟି ବିଡିଂ

Debashree Debasmita Sahoo
Browse all articles by Debashree Debasmita Sahoo
·15 hours ago·3 min read
MI ଛାଡ଼ି ଏହି ଦଳରେ ଯୋଗଦେବେ ହାର୍ଦ୍ଦିକ; IPL ୨୦୨୭ରେ ଲାଗିପାରେ କୋଟି କୋଟି ବିଡିଂ
Hardik Pandya

Key Points

IPL ୨୦୨୬ ପରେ MI ଛାଡ଼ିପାରନ୍ତି ହାର୍ଦ୍ଦିକ
ମୁମ୍ବାଇ ଛାଡ଼ିଲେ କେଉଁ ଜର୍ସି ପିନ୍ଧିବେ ପାଣ୍ଡ୍ୟା ?
ଚଳିତ ଆଇପିଏଲ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡ଼ରୁ ବାହାରିସାରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଦଳ ଭିତରେ ସବୁକିଛି ଠିକ୍ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କାରଣ ନିକଟରେ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆ ପେଜକୁ ଅନଫଲୋ କରିଥିଲେ ଓ ପରେ ପୁଣି ଫଲୋ କରିଛନ୍ତି । ଏହାସହିତ ସେ ରୋହିତ ଶର୍ମା ଓ ସୂର୍ଯ୍ୟ କୁମାର ଯାଦବଙ୍କୁ ମଧ୍ୟ ଅନଫଲୋ କରିଛନ୍ତି । ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ହାର୍ଦ୍ଦିକ IPL ୨୦୨୭ରେ ହୁଏତ ମୁମ୍ବାଇ ଟିମ ଛାଡ଼ିପାରନ୍ତି ଓ ଅନ୍ୟ କୌଣସି ଟିମରେ ଯୋଗଦେଇପାରନ୍ତି । ଏହାରି ମଧ୍ୟରେ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି, ଯାହାକି କିଛି ସଙ୍କେତ ଦେଉଛି ।

ପୂର୍ବତନ କ୍ରିକେଟର ଓ ମିଡିଆ ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୭ ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ହାର୍ଦ୍ଦିକ ଉଭୟ ନିଜ ନିଜର ରାସ୍ତାକୁ ଅଲଗା କରିପାରନ୍ତି । ଯଦି ହାର୍ଦ୍ଦିକ ଆକ୍ସନ ପୁଲକୁ ଆସନ୍ତି, ତେବେ ଜଣେ ଦମଦାର ଅଲରାଉଣ୍ଡରଙ୍କୁ ସମସ୍ତେ ନିଜ ଟିମକୁ ନେବାକୁ ଚାହିଁବେ । ହାର୍ଦ୍ଦିକଙ୍କ ଉପରେ ୪ଟି ଟିମ ମାଲିକଙ୍କ ନଜର ମଧ୍ୟ ଅଛି ।

  • ଷ୍ଟାର ଖେଳାଳିଙ୍କୁ ସମ୍ଭାଳିପାରୁନାହାନ୍ତି ହାର୍ଦ୍ଦିକ !
ମୁମ୍ବାଇ ଇଣ୍ଡିଆନ୍ସରେ ଅନେକ ଷ୍ଟାର କ୍ରିକେଟର ସାମିଲ ଥିବାବେଳେ ହୁଏତ ହାର୍ଦ୍ଦିକ ସେମାନଙ୍କୁ ସମ୍ଭାଳି ପାରୁନାହାନ୍ତି । ସେ ଗୁଜୁରାଟରେ ଭଲ କାମ କରିଥିଲେ, କାରଣ ସେହି ଟିମରେ ଏତେ ବଡ଼ କ୍ରିକେଟର ନଥିଲେ । ଯଦି ହାର୍ଦ୍ଦିକ ଟ୍ରେଡ୍ କିମ୍ବା ଅକ୍ସନ ପୁଲକୁ ଆସନ୍ତି, ତେବେ ସେ ଟି-୨୦ କ୍ରିକେଟରେ ସବୁଠୁ ମୂଲ୍ୟବାନ କ୍ରିକେଟର ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ହାର୍ଦ୍ଦିକଙ୍କ ଉପରେ କେଉଁ ଟିମଗୁଡ଼ିକର ନଜର ରହିଛି ।

କୋଲକାତା ନାଇଟ୍ ରାଇଡର୍ସ (KKR): ଆନ୍ଦ୍ରେ ରସେଲଙ୍କ ପରି କିମ୍ବଦନ୍ତୀ ଅଲରାଉଣ୍ଡର ସନ୍ୟାସ ନେବା ପରେ ଟିମ ଜଣେ ନୂଆ ଅଲରାଉଣ୍ଡରକୁ ଖୋଜୁଛି । ଏଥର ସିଜିନରେ ଦଳ କ୍ୟାମରେନ୍ ଗ୍ରୀନଙ୍କୁ ୨୫.୨୦ କୋଟି ଟଙ୍କାରେ କିଣିଥିବାବେଳେ ଟିମରେ ସେ ଏତେ ଭଲ ପ୍ରଦର୍ଶନ କରିପାରିନାହାନ୍ତି । ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଠିକ୍ ଏହି ସମୟରେ ହାର୍ଦ୍ଦିକ ଯଦି KKRରେ ସାମିଲ ହେଉଛନ୍ତି, ତେବେ ଦଳକୁ ଲାଭ ହୋଇପାରେ ।

ଦିଲ୍ଲୀ କ୍ୟାପିଟାଲ୍ସ (DC): ଏହି ଟିମରେ ଅନେକ ଦିନ ଧରି ଭାରତୀୟ ଦ୍ରୁତ ବୋଲର ଏବଂ ଅଲରାଉଣ୍ଡରଙ୍କ ଅଭାବ ଅଛି, ଯିଏକି ମ୍ୟାଚକୁ ଶେଷ କରିପାରିବ । ହାର୍ଦ୍ଦିକ ଯଦି ଦିଲ୍ଲୀ ଟିମରେ ସାମିଲ ହେଉଛନ୍ତି, ତେବେ ଏହା ଦଳକୁ ଏକ ରଣନୀତିକ ସନ୍ତୁଳନ ଦେଇପାରିବ । ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ମିଳିମିଶି ଏକ ଧମାକାଦାର ଯୋଡ଼ି ହୋଇପାରିବେ । କାରଣ ଅକ୍ଷର ମଧ୍ୟ ଜଣେ ଦମଦାର ଅଲରାଉଣ୍ଡର, କିନ୍ତୁ ତାଙ୍କ କ୍ୟାପ୍ଟେନ୍ସି ଅଧିକ ପ୍ରଭାବଶାଳୀ ନୁହେଁ । ତାଙ୍କ ସ୍ଥାନରେ ହାର୍ଦ୍ଦିକ ଏହି କାମକୁ ଭଲ ଭାବେ ତୁଲାଇପାରିବେ ।

ଚେନ୍ନାଇ ସୁପର କିଙ୍ଗସ (CSK): ହାର୍ଦ୍ଦିକ ଚେନ୍ନାଇରେ ଯୋଗ ଦେଇପାରନ୍ତି ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଲା, ଯେତେବେଳେ ସେ ସିଏସକେ ସିଇଓ କାଶୀ ବିଶ୍ଵନାଥଙ୍କ ସହିତ ଏକ ଲମ୍ବା ବାର୍ତ୍ତାଳାପ କରିଥିଲେ । ମହେନ୍ଦ୍ର ସିଂ ଧୋନି ଏବେ ନିଜ କ୍ୟାରିଅରର ଶେଷ ପର୍ଯ୍ୟାୟରେ ଥିବାବେଳେ ହୁଏତ ସେ ଆଗାମୀ ଆଇପିଏଲ ସିଜିନ ଖେଳିପାରନ୍ତି । ତେବେ ହାର୍ଦ୍ଦିକ ଜଣେ ଅଭିଜ୍ଞ ଖେଳାଳି ଥିବାବେଳେ ଚାପ ଥିବାବେଳେ ସେ ଭଲ ପ୍ରଦର୍ଶନ କରନ୍ତି । ତେବେ ଚେପକ୍ ପରି ଧିମା ପିଚରେ ହାର୍ଦ୍ଦିକଙ୍କୁ ବୋଲିଂରେ ନୂଆ ଜୀବନ ମିଳିପାରେ ।

ପଢନ୍ତୁ ଏହି ଖବର: ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା ? ଜଣାପଡ଼ିଲା ସତ

ରାଜସ୍ଥାନ ରୟାଲ୍ସ (RR): ରାଜସ୍ଥାନ ନିକଟରେ ସବୁଠୁ ଭଲ ଏକ ସନ୍ତୁଳିତ ଟିମ ଅଛି, କିନ୍ତୁ ଦଳକୁ ଜଣେ ଭାରତୀୟ ଫିନିସିଂ ଅଲରାଉଣ୍ଡର ଆବଶ୍ୟକ ଅଛି । ସଞ୍ଜୁ ସାମସନ ଯିବା ପରେ ଟିମକୁ ଜଣେ ଷ୍ଟାର ଖେଳାଳିର ମଧ୍ୟ ଆବଶ୍ୟକ । ରିୟାନ ପରାଗ ଏବେ କ୍ୟାପ୍ଟେନ ଅଛନ୍ତି, କିନ୍ତୁ ଚାପ ଥିବା ସମୟରେ ସେ ଟିମକୁ ସମ୍ଭାଳିପାରୁନାହାନ୍ତି । ଏଣୁ ରାଜସ୍ଥାନ ଜଣେ ହାଇପ୍ରୋଫାଇଲ ଅଧିନାୟକ ଖୋଜୁଛି । ଗୁଜୁରାଟ ଟାଇଟନ୍ସରେ ଥିବା ସମୟରେ ହାର୍ଦ୍ଦିକଙ୍କ କ୍ୟାପ୍ଟେନ୍ସି ବେଶ ଭଲ ଥିଲା, ତେଣୁ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର ହାର୍ଦ୍ଦିକଙ୍କ ଉପରେ ନଜର ଅଛି ।

ପଢନ୍ତୁ ଏହି ଖବର: ହାର୍ଦ୍ଦିକଙ୍କ ପାରା ହାଇ ! MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hardik Pandya may Part Ways With Mumbai Indians Before IPL 2027 Auction? | Argus News