Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Australia / ଦୀପାବଳି ଉପହାର ଦେଇପାରିଲାନି ଭାରତ, ପ୍ରଥମ ଦିନିକିଆ ଜିତିଲା ଅଷ୍ଟ୍ରେଲିଆ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଦୀପାବଳି ଉପହାର ଦେଇପାରିଲାନି ଭାରତ, ପ୍ରଥମ ଦିନିକିଆ ଜିତିଲା ଅଷ୍ଟ୍ରେଲିଆ

Key Points

ପ୍ରଥମ ODI ଜିତିଲା ଅଷ୍ଟ୍ରେଲିଆ ବର୍ଷା ବାଧାପ୍ରାପ୍ତ ପ୍ରଥମ ODIରେ ଭାରତର ଶୋଚନୀୟ ପରାଜୟ ୨୬ ଓଭର ବିଶିଷ୍ଟ ODIରେ DLSରେ ୭ ୱିକେଟ୍‌ରେ ହାରିଲା ଭାରତ
ସାରା ଦେଶରେ ଦୀପାବଳି ପ୍ରସ୍ତୁତି ଚାଲିଛି । ପ୍ରଶଂସକମାନେ ଆଶା କରିଥିଲେ ଯେ ଟିମ୍ ଇଣ୍ଡିଆ ପ୍ରଥମ ODIରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବ, ଦେଶକୁ ବିଜୟର ଉପହାର ଦେବ । କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇପାରିଲା ନାହିଁ । ପର୍ଥରେ ଖେଳାଯାଇଥିବା ପ୍ରଥମ ODIରେ ଅଷ୍ଟ୍ରେଲିଆ ଭାରତକୁ ୭ ୱିକେଟରେ ପରାସ୍ତ କରିଛି । ଅଧିନାୟକ ମିଚେଲ ମାର୍ଶ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ୪୬ ରନର ଅପରାଜିତ ଇନିଂସ ଖେଳିଥିଲେ । ଲଗାତର ବର୍ଷା ଯୋଗୁଁ ଏହି ମ୍ୟାଚ୍‌କୁ ୨୬ ଓଭରରକୁ ହ୍ରାସ କରାଯାଇଥିଲା ।

ପର୍ଥରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୬ ଓଭରରେ ୯ ଓ୍ବିକେଟ ବିନିମୟରେ ୧୩୬ ରନ୍ କରିଥିଲା । ଭାରତ ପକ୍ଷରୁ ରାହୁଲ ସର୍ବାଧିକ ୩୮ ରନ୍ ଓ ଅକ୍ଷର ପଟେଲ ୩୧ ରନ୍ କରିଥିଲେ । କିନ୍ତୁ DLS ନିୟମ ଅନୁଯାୟୀ ଅଷ୍ଟ୍ରେଲିଆକୁ ୧୩୧ ରନ୍‌ ଟାର୍ଗେଟ ଦିଆଯାଇଥିଲା । ଏହି ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ମାତ୍ର ୨୧.୧ ଓଭରରେ ହାସଲ କରିଥିଲେ ।

ଅଧିକ ପଢ଼ନ୍ତୁ: ପର୍ଥରେ ହେଲା ଅନର୍ଥ, ପ୍ରଥମ ଦିନିକିଆରେ ଫେଲ୍‌ ମାରିଲେ ରୋ-କୋ


ଅଷ୍ଟ୍ରେଲିଆ ସହଜରେ ଲକ୍ଷ୍ୟ ପିଛା କରିଥିଲେ

୧୩୧ ରନ୍ ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ଦଳର ଆରମ୍ଭ ଭଲ ନଥିଲା। ପାଞ୍ଚଟି ବଲ୍‌ରେ ଦୁଇଟି ଚୌକା ମାରିବା ପରେ ଟ୍ରାଭିସ୍ ହେଡ୍ ଅର୍ଶଦୀପ ସିଂହଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ତା’ପରେ ମାଥ୍ୟୁ ସର୍ଟ ମାତ୍ର ଆଠ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । କିନ୍ତୁ ମିଚେଲ୍ ମାର୍ଶଙ୍କ ୪୬ ରନ୍‌ ଓ ମ୍ୟାଟ୍ ରେନଶାଙ୍କ ୨୧ ରନ୍‌ ଫଳରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ନିଜ ନାମରେ କରିଥିଲା ।

ପର୍ଥ ଦିନିକିଆରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । କାହିଁକି ନା ଉଭୟ ୨୨୩ ଦିନ ପରେ ଟିମ୍ ଇଣ୍ଡିଆ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । କିନ୍ତୁ ଏହି ଲିଜେଣ୍ଡ ଖେଳାଳିଙ୍କ କମବ୍ୟାକ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ହସଲ କରିପାରିନଥିଲା ।

୨୦୨୫ରେ ଭାରତର ପ୍ରଥମ ପରାଜୟ

ଏହା ଚଳିତ ବର୍ଷ ODI କ୍ରିକେଟରେ ଭାରତର ପ୍ରଥମ ପରାଜୟ। ଏହା ଭାରତର ବିଜୟ ଧାରା ମଧ୍ୟ ଶେଷ କରିଦେଇଛି। ଲଗାତାର ଆଠଟି ବିଜୟ ପରେ ଟିମ୍ ଇଣ୍ଡିଆ ଏକ ODI ମ୍ୟାଚ୍ ହାରିଛି। ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ଭାରତୀୟ ବୋଲରମାନେ ମଧ୍ୟ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରିଲେ ନାହିଁ । ଯାହାଫଳରେ ଭାରତ ଏହି ମ୍ୟାଚ୍‌ରେ ଶୋଚନୀୟ ପରାଜୟର ସାମ୍ନା କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
No Diwali Gift! Australia Beat India by 7 Wickets in Perth ODI | Argus News