Videos
|
Sports

Adelaide Match / ଆଡିଲେଡ୍‌ରେ ଅଗ୍ନିପରୀକ୍ଷା: ଆଜି ଦ୍ବିତୀୟ ଦିନିକିଆ, ଚାପରେ ରହିବେ ରୋହିତ, କୋହଲି

Ritu Das
Browse all articles by Ritu Das
·10 months ago·2 min read
ଆଡିଲେଡ୍‌ରେ ଅଗ୍ନିପରୀକ୍ଷା: ଆଜି ଦ୍ବିତୀୟ ଦିନିକିଆ, ଚାପରେ ରହିବେ ରୋହିତ, କୋହଲି

Key Points

ବର୍ଷା ପ୍ରଭାବିତ ପର୍ଥ ଦିନିକିଆକୁ ୭ ୱିକେଟ୍‌ରେ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଆଉ କିଛି ସମୟ ପରେ ଅଷ୍ଟ୍ରେଲିଆକୁ ଭେଟିବ।
ବର୍ଷା ପ୍ରଭାବିତ ପର୍ଥ ଦିନିକିଆକୁ ୭ ୱିକେଟ୍‌ରେ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଆଉ କିଛି ସମୟ ପରେ ଅଷ୍ଟ୍ରେଲିଆକୁ ଭେଟିବ। ପ୍ରଥମ ଦିନିକିଆକୁ ସହଜରେ ଜିତି ନେଇଥିବା କଙ୍ଗାରୁ ଦଳ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଭ୍ରମଣକାରୀ ଭାରତ ଶୃଙ୍ଖଳାରେ ଜୀବିତ ରହିବା ଆଶାରେ ମଇଦାନକୁ ଓହ୍ଲାଇବ। ପର୍ଥ ଲଢ଼େଇ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ସମସ୍ତଙ୍କ ନଜର ଦୁଇ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିବ। ସେପଟେ ଅଷ୍ଟ୍ରେଲିଆ ପାଇଁ ତା’ର ଦୁଇ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର୍‌ ମିଚେଲ ଷ୍ଟାର୍କ ଓ ଜୋସ୍ ହାଜେଲଉଡ୍‌ଙ୍କ ପ୍ରଦର୍ଶନ ପୁଣି ଥରେ ଗୁରୁତ୍ବପୂର୍ଣ୍ଣ ରହିବ। ପର୍ଥରେ ଉଭୟ ନୂଆ ବଲ୍‌ରେ ଭାରତୀୟ ବ୍ୟାଟର୍‌ଙ୍କୁ ନିୟମିତ ପରୀକ୍ଷାରେ ପକାଇଥିଲେ।

ଏହାସହ ପଢ଼ନ୍ତୁ: ଯଦି ବିଶ୍ଵକପ୍ ଜିତିବାର ଅଛି ତେବେ ଗମ୍ଭୀର-ଅଗରକରଙ୍କୁ ହଟାନ୍ତୁ: ଏଭଳି କାହିଁକି କହିଲେ ସିଦ୍ଧୁ ପାଜୀ?

ଆଡିଲେଡ୍‌ରେ ମଧ୍ୟ ଏହି ଦୁଇ ଜଣ ହିଁ ଭାରତ ପାଇଁ ସବୁଠୁ ବଡ଼ ଆହ୍ବାନ ହେବେ। ‌ପ୍ରଥମ ଦିନିକିଆରେ କୋହଲି ଓ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ମାତ୍ର ୨୨ ବଲ୍‌ରେ ସୀମିତ ରହିଥିଲା। ୭ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି ରୋହିତ ୧୪ ବଲ୍ ଖେଳି ୮ ରନ୍‌ରେ ଅଟକି ଯାଇଥିଲା ବେଳେ କୋହଲି ୮ ବଲ୍ ଖେଳି ଖାତା ଖୋଲି ପାରି ନଥିଲେ। ଏଣୁ ଭାରତୀୟ ଦଳ ଭଳି ଏହି ଦୁଇ କିଂବଦନ୍ତି ତାରକା ମଧ୍ୟ ଗୁରୁବାରର ଏହି ମୁକାବିଲାରେ ଢେର୍‌ ଚାପରେ ରହିବେ। ଅଷ୍ଟ୍ରେଲିଆ ତା’ର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ, ଆଲେକ୍ସ କେରି, କ୍ୟାମରନ୍ ଗ୍ରିନ୍, ଆଡାମ ଜାମ୍ପା ଓ ଜୋସ୍ ଇଂଗ୍ଲିସ୍‌ଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ପ୍ରଥମ ଦିନିକିଆରେ ଭାରତକୁ ସହଜରେ ହରାଇ ସାରିଛି। ଦୁଇ ପଦାର୍ପଣକାରୀ ମାଥ୍ୟୁ ରେନ୍‌ସ’ ଓ ମିଚେଲ ଓଏନ୍‌ଙ୍କ ସହ ଅନଭିଜ୍ଞ ମ୍ୟାଟ୍ କୁନେମନ୍ ଓ ଜୋସ୍ ଫିଲିପ୍ ସଫଳତାର ସହ ଏମାନଙ୍କ ଶୂନ୍ୟସ୍ଥାନ ପୂରଣ କରିନେଇଥିଲେ।

ଏହାସହ ପଢ଼ନ୍ତୁ: ବିଶ୍ବକପ୍‌ରୁ ବିଦା ହେଲା ପାକିସ୍ତାନ, ଏବେ ଗୋଟିଏ ସ୍ଥାନ ପାଇଁ ରେସ୍‌ରେ ୩ ଦଳ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତ ପକ୍ଷରୁ ପଦାର୍ପଣକାରୀ ନୀତୀଶ କୁମାର ରେଡ୍ଡୀ କିଛି ଆତ୍ମବିଶ୍ବାସଭରା ସଟ୍ ଖେଳିଥିଲା ବେଳେ ବାମହାତୀ ବୋଲର୍‌ ଅର୍ଶଦୀପ ସିଂହ ପ୍ରଭାବୀ ବୋଲିଂ କରିଥିଲେ। ସେହିଭଳି କେଏଲ୍ ରାହୁଲ ଓ ଅକ୍ଷର ପଟେଲ ଦଳର ସମ୍ମାନ ରଖିଥିଲେ। ଅନ୍ୟମାନେ ପ୍ରାୟତଃ ନିରାଶ କରିଥିଲେ। ଦ୍ବିତୀୟ ଦିନିକିଆରେ ମଧ୍ୟ ଘରୋଇ ଦଳ ଏହି ସଫଳତାକୁ ଦୋହରାଇବ ବୋଲି ପୂର୍ବରୁ ଦୃଢ଼ୋକ୍ତି ପ୍ରକାଶ କରିସାରିଛି। ଭାରତ ପାଇଁ ପର୍ଥ ଭଳି ଆଡିଲେଡ୍ ପିଚ୍ ମଧ୍ୟ ଅଗ୍ନିପରୀକ୍ଷା ସଦୃଶ ହେବ। ଏଠାରେ ବି ଟସ୍ ଗୁରୁତ୍ବପୂର୍ଣ୍ଣ ରହିବ। ନୂଆ ଅଧିନାୟକ ଶୁଭମନ୍ ଗିଲ୍ ନିଜ ପ୍ରଥମ ମ୍ୟାଚ୍‌ରେ ପରାଜୟର ସ୍ବାଦ ଚାଖିଥିଲେ। ଗୁରୁବାର ହାରିଲେ ନିଜ ନେତୃତ୍ବର ପ୍ରଥମ ଏକଦିବସୀୟ ଶୃଙ୍ଖଳା ହାରିବାର ଅଲୋଡ଼ା ରେକର୍ଡ କରିବେ।
Adelaide ODI: Rohit & Kohli Face Pressure in 2nd Match | Argus News