Womens World Cup / ବିଶ୍ବକପ୍ରୁ ବିଦା ହେଲା ପାକିସ୍ତାନ, ଏବେ ଗୋଟିଏ ସ୍ଥାନ ପାଇଁ ରେସ୍ରେ ୩ ଦଳ
·8 months ago·2 min read

Key Points
ରୋଚକ ସ୍ଥିତିରେ ଦିନିକିଆ ମହିଳା ବିଶ୍ବକପ୍ । ଏବେ ସେମିଫାଇନାଲ ପାଇଁ ଅଛି ଗୋଟିଏ ଟିକେଟ୍ । କିନ୍ତୁ ରେସ୍ରେ ଅଛନ୍ତି ୩ ଦଳ ।
ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନର ଆଶା ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଛି । ୨୧ ଅକ୍ଟୋବର ମଙ୍ଗଳବାର ଦିନ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାଠାରୁ ୧୫୦ ରନ୍ରେ ପରାସ୍ତ ହୋଇଥିଲା । ବର୍ଷା ପାଇଁ ଏହି ମ୍ୟାଚ୍ରେ ପାକିସ୍ତାନକୁ ୨୦ ଓଭରରେ ୨୩୪ ରନ୍ର ଟାର୍ଗେଟ ମିଳିଥିଲା । କିନ୍ତୁ ପାକିସ୍ତାନ ୭ ୱିକେଟ୍ରେ କେବଳ ୮୩ ରନ୍ କରିପାରିଥିଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ୪୦ ଓଭରରେ ୯ ୱିକେଟ୍ରେ ୩୧୨ ରନ୍ କରିଥିଲା । କିନ୍ତୁ ବର୍ଷା କାରଣରୁ ପାକିସ୍ତାନକୁ ୨୦ ଓଭରରେ ୨୩୪ ରନ୍ର ଟାର୍ଗେଟ ଦିଆଯାଇଥିଲା ।
ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ପଏଣ୍ଟ୍ ଟେବୁଲ୍ର ଶୀର୍ଷରେ ପହଞ୍ଚିଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ବିଶ୍ୱକପ୍ର ସେମିଫାଇନାଲ୍ରେ ପହଞ୍ଚି ସାରିଛନ୍ତି । ଆଉ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଭାରତ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ରେସ୍ରେ ରହିଛନ୍ତି ।
ଯଦି ଟିମ୍ ଇଣ୍ଡିଆ କଥା କହିବା ତାହାଲେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବର୍ତ୍ତମାନ ୪ ପଏଣ୍ଟ୍ ସହିତ ପଏଣ୍ଟ୍ ଟେବୁଲ୍ରେ ଚତୁର୍ଥ ସ୍ଥାନରେ ଅଛି । ଟିମ୍ ଇଣ୍ଡିଆ ୫ଟି ମ୍ୟାଚ୍ ଖେଳିଛି ଏବଂ ଏହାର ନେଟ୍ ରନ୍ ରେଟ୍ +୦.୫୨୬ ରହିଛି । ଭାରତକୁ ଏବେ ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଖେଳିବାକୁ ପଡିବ ।
ଯଦି ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରେ, ତେବେ ସେମିଫାଇନାଲରେ ପ୍ରବେଶ କରିବ । କାରଣ ଏହାର ୬ ପଏଣ୍ଟ ହେବ । ସେମିଫାଇନାଲ ଦୌଡ଼ରେ ଥିବା ତିନୋଟି ଦଳ ମଧ୍ୟରୁ ଭାରତ ଏକମାତ୍ର ଦଳ ହେବ ଯିଏ ତିନୋଟି ମ୍ୟାଚ୍ ଜିତିଛି। ଯଦି ଭାରତ ନ୍ୟୁଜିଲ୍ୟାଣ୍ଡଠୁ ପରାସ୍ତ ହୁଏ ଏବଂ ବାଂଲାଦେଶକୁ ପରାସ୍ତ କରେ, ତେବେ ଭାରତକୁ ଇଂଲଣ୍ଡ ଉପରେ ନିର୍ଭର କରିବାକୁ ପଡ଼ିବ । କାହିଁକି ନା ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ପରାସ୍ତ କଲେ ଭାରତ ଶୀର୍ଷ-୪ରେ ପହଞ୍ଚିପାରିବ । ଆଉ ଯଦି ଭାରତ ତା’ର ବାକି ଦୁଇଟି ମ୍ୟାଚ୍ ହାରିଯାଏ, ତେବେ ବିଶ୍ବକପ୍ ତା'ର ଯାତ୍ରା ସେହିଠାରେ ହିଁ ଶେଷ ହୋଇଯିବ ।
ସେହିପରି ନ୍ୟୁଜିଲ୍ୟାଣ୍ଡ ପାଞ୍ଚଟି ମ୍ୟାଚ୍ରୁ ୪ ପଏଣ୍ଟ ପାଇଛି ଏବଂ ତା'ର ନେଟ୍ ରନ୍ ରେଟ୍ -୦.୨୪୫ ରହିଛି । ନ୍ୟୁଜିଲ୍ୟାଣ୍ଡ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଅଛି । ଯଦି ନ୍ୟୁଜିଲ୍ୟାଣ୍ଡ ତା’ର ଦୁଇଟି ମ୍ୟାଚ୍ (ଭାରତ ଏବଂ ଇଂଲଣ୍ଡ ବିପକ୍ଷରେ) ଜିତେ, ତେବେ ଏହା ୮ ପଏଣ୍ଟ ସହିତ ସେମିଫାଇନାଲରେ ପ୍ରବେଶ କରିବ । ଯଦି ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରେ କିନ୍ତୁ ଇଂଲଣ୍ଡଠାରୁ ହାରିଯାଏ, ତେବେ ତାକୁ ବାଂଲାଦେଶ ଓ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡ଼ିବ ।
ଅନ୍ୟପଟେ ଯଦି ଶ୍ରୀଲଙ୍କା କଥା କହିବା ତାହାଲେ, ଶ୍ରୀଲଙ୍କା ୬ଟି ମ୍ୟାଚ୍ରୁ ୪ ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ଅଛି । ଶ୍ରୀଲଙ୍କାର ନେଟ୍ ରନ୍ ରେଟ୍ -୧.୦୩୫ ରହିଛି । ଶ୍ରୀଲଙ୍କାର କେବଳ ଗୋଟିଏ ମ୍ୟାଚ୍ ବାକି ଅଛି, ପାକିସ୍ତାନ ବିପକ୍ଷରେ । ପାକିସ୍ତାନ ବିପକ୍ଷରେ ବିଜୟ ମଧ୍ୟ ଶ୍ରୀଲଙ୍କା ପାଇଁ ଯଥେଷ୍ଟ ହେବ ନାହିଁ । ସେମାନଙ୍କୁ ଆଶା କରିବାକୁ ପଡିବ ଯେ ଭାରତ ତା’ର ଦୁଇଟି ମ୍ୟାଚ୍ରେ ପରାସ୍ତ ହେବ ଏବଂ ନ୍ୟୁଜିଲାଣ୍ଡକୁ ମଧ୍ୟ ଇଂଲଣ୍ଡ ପରାସ୍ତ କରିବାକୁ ପଡ଼ିବ । ଯଦି ଏମିତି ନ ହେବ ତେବେ ଶ୍ରୀଲଙ୍କା ମଧ୍ୟ ସେମିଫାଇନାଲ ରେସ୍ରୁ ଆଉଟ୍ ହୋଇଯିବ ।

ଅଧିକ ପଢ଼ନ୍ତୁ: ବଦଳିଲା ନକ୍ଭୀଙ୍କ ସ୍ୱର; ଭାରତକୁ ପ୍ରଶଂସା କଲେ, ନୂଆ ଚାଲ ଖେଳିଲେ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories