England Defeat India / ଆୟରଲାଣ୍ଡ ପରେ ଇଂଲଣ୍ଡଠୁ ହାରିଲା ଭାରତ; ଭାରି ପଡ଼ିଲେ ଜାକବ ବେଥେଲ୍
·1 hour ago·2 min read

Key Points
ଇଂଲଣ୍ଡର ପାଳି ଆରମ୍ଭରୁ ଲାଗୁଥିଲା ଘରୋଇ ଦଳ ହାତରୁ ମ୍ୟାଚ୍ ଖସି ଯାଇପାରେ । କାରଣ- ପ୍ରଥମ ଓଭର୍ରେ ହିଁ ଇଂଲଣ୍ଡର ଦୁଇ ଓପନର୍ ଫିଲ୍ ସଲ୍ଟ ଏବଂ ଜଶ୍ ବଟଲର ଆଉଟ୍ ହୋଇଥିଲେ ।
ମାଞ୍ଚେଷ୍ଟର: ବୈଭବଙ୍କ ଡେବ୍ୟୁ କ୍ରେଜ୍ ଭିତରେ ମାଞ୍ଚେଷ୍ଟରରେ ଖେଳା ଯାଇଛି ଇଂଲଣ୍ଡ-ଭାରତ ଦ୍ଵିତୀୟ ଟି-ଟ୍ଵେଣ୍ଟି । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ୭ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା ଟିମ୍ ଇଣ୍ଡିଆ । ୧୯୧ ରନ୍ର ପିଛା କରୁଥିବା ଘରୋଇ ଦଳ ଇଂଲଣ୍ଡ ୬ ବଲ୍ ବାକି ଥାଇ ମ୍ୟାଚ୍କୁ ୪ ୱିକେଟ୍ରେ ଜିତି ନେଇଛି ।
ଇଂଲଣ୍ଡର ପାଳି ଆରମ୍ଭରୁ ଲାଗୁଥିଲା ଘରୋଇ ଦଳ ହାତରୁ ମ୍ୟାଚ୍ ଖସି ଯାଇପାରେ । କାରଣ- ପ୍ରଥମ ଓଭର୍ରେ ହିଁ ଇଂଲଣ୍ଡର ଦୁଇ ଓପନର୍ ଫିଲ୍ ସଲ୍ଟ ଏବଂ ଜଶ୍ ବଟଲର ଆଉଟ୍ ହୋଇଥିଲେ । ଦଳୀୟ ସ୍କୋର୍ ମାତ୍ର ୨ ରନ୍ ହୋଇଥିବା ବେଳେ ଖସିଥିଲା ୨ ୱିକେଟ୍ । ଫିଲ୍ ସଲ୍ଟ ଏବଂ ଜଶ୍ ବଟଲର ଉଭୟ ଖାତା ନ ଖୋଲି ପାଭିଲିୟନ୍ ଫେରିଥିଲେ ।
ଏଥିସହ ପଢ଼ନ୍ତୁ: ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ, ୧୫ ବର୍ଷରେ କଲେ ଡେବ୍ୟୁ...ଭାଙ୍ଗିଲେ ସଚିନଙ୍କ ରେକର୍ଡ
ଦୁଇ ଓପନରଙ୍କ ଆଉଟ୍ ପରେ ବ୍ୟାଟିଂ ପାଇଁ ଆସିଥିଲେ ଅଧିନାୟକ ହାରି ବ୍ରୁକ୍ । ସେ ୧୫ ବଲ୍ରେ ୩୯ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ । ଦଳୀୟ ସ୍କୋର୍ ୫୧ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ହାରି ବ୍ରୁକ୍ । ଏହାପରେ ଜାକବ ବେଥେଲ୍ ଓ ଟମ୍ ବାଣ୍ଟନଙ୍କ ଯୋଡ଼ି ଦଳକୁ ବଳ ଦେଇଥିଲା । ୧୨.୬ ଓଭର୍ରେ ଦଳୀୟ ସ୍କୋର୍ ୧୧୮ ରନ୍ ହୋଇଥିବା ବେଳେ ୩୯ ରନ୍ କରି ଆଉଟ୍ ହୋଇଥିଲେ ଟମ୍ ବାଣ୍ଟନ ।
ଜାକବ ବେଥେଲଙ୍କ ଅପରାଜିତ ୭୬ ରନ୍
ଇଂଲଣ୍ଡ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ଜାବତ ବେଥେଲ୍ । ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିବା ବେଳେ ବେଥେଲ୍ ସେମିତି କ୍ରିଜ୍ରେ ଛିଡ଼ା ହୋଇଥିଲେ । ୪୬ ବଲ୍ରେ ବେଥେଲ୍ ଅପରାଜିତ ୭୬ ରନ୍ ସ୍କୋର୍ କରିଛନ୍ତି । ଯେଉଁଥିରେ ୫ଟି ଚଉକା ଓ ୫ଟି ଛକା ସାମିଲ୍ ରହିଛି । ଏଭଳି ଭାବେ ଇଂଲଣ୍ଡ ମାତ୍ର ୬ ବଲ୍ ବାକି ତାଇ ୬ ୱିକେଟ୍ ହରାଇ ମ୍ୟାଚ୍କୁ ୪ ୱିକେଟ୍ରେ ଜିତି ନେଇଛି ।
ଡେବ୍ୟୁ ମ୍ୟାଚ୍ରେ ବୈଭବଙ୍କ ପ୍ରଦର୍ଶନ
ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି । ଏହି ମ୍ୟାଚ୍ରେ ବୈଭବ ୧୦ଟି ବଲ୍ରେ ୧୪ ରନ୍ କରି ଷ୍ଟମ୍ପ ଆଉଟ୍ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ରେ ବୈଭବ ପ୍ରଥମଥର ଜୋଫ୍ରା ଆର୍ଚରଙ୍କ ସାମ୍ନା କରିଛନ୍ତି । ଆଉ ୧୫ ବର୍ଷ ବୟସରେ ୨ଟି ଛକା ମାରିଛନ୍ତି ।
ଭାରତ ପକ୍ଷରୁ ଅଭିଷେକ ଶର୍ମା ୨୪ ବଲ୍ରେ ୪୩ ରନ୍ କରିଥିବା ବେଳେ ଇଶାନ କିଷନ ୪୦ ବଲ୍ର ୪୯ ରନ୍, ଶ୍ରେୟସ ଆୟର ୨୨ ବଲ୍ରେ ୩୭ ରନ୍, ତିଳକ ବର୍ମା ୧୧ ବଲ୍ରେ ୨୪ ରନ୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପ୍ରତି ମ୍ୟାଚ୍ରୁ କେତେ ଟଙ୍କା ପାଇବେ ବୈଭବ ସୂର୍ଯ୍ୟବଂଶୀ ?
ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଲେ ହର୍ଷିତ ରାଣା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟି ବର୍ଷା ଯୋଗୁଁ ବାତିଲ୍ ହୋଇଥିଲା । ୫ ଟିକିଆ ଟି-ଟ୍ଵେଣ୍ଟି ସିରିଜ୍ରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି । ଏହା ପୂର୍ବରୁ ଭାରତ, ଆୟରଲାଣ୍ଡ ବିପକ୍ଷ ଟି-ଟ୍ଵେଣ୍ଟି ସିରିଜ୍ ୨-୦ରେ ହାରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories