Team India Playing XI / ପଞ୍ଚମ T20ରେ ବଡ଼ ପରିବର୍ତ୍ତନ, ଟସ୍ ଜିତିଲା ଭାରତ...ପ୍ଲେଇଂ-୧୧ରୁ ବୈଭବ ସୂର୍ଯ୍ୟବଂଶୀ OUT
·2 hours ago·2 min read

Key Points
ବୈଭବଙ୍କୁ ମିଳିଲା ନାହିଁ ସୁଯୋଗ
ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି
ଇଂଲଣ୍ଡ କରିବ ପ୍ରଥମ ବ୍ୟାଟିଂ
ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି
ଇଂଲଣ୍ଡ କରିବ ପ୍ରଥମ ବ୍ୟାଟିଂ
ଭାରତୀୟ ଦଳ ଜୁଲାଇ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳୁଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୁଇଟି ମ୍ୟାଚ୍ରେ ଫ୍ଲପ୍ ହେବା ପରେ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭନରୁ ବାଦ୍ ଦିଆଯାଇଛି । ବୈଭବଙ୍କ ସ୍ଥାନରେ ସଞ୍ଜୁଙ୍କୁ ସୁଯୋଗ ମିଳିଛି । ସେହିପରି ଓ୍ବାଶିଂଟନ ସୁନ୍ଦରଙ୍କ ସ୍ଥାନରେ ସୂର୍ଯ୍ୟାଂଶ ସେଗେଡଙ୍କୁ ମଧ୍ୟ ସୁଯୋଗ ମିଳିଛି ।
ଭ୍ରମଣକାରୀ ଦଳ ସିରିଜରେ ହରାଇବା ପାଇଁ ଆଉ କିଛି ବାକି ନାହିଁ । ଇଂଲଣ୍ଡ ଦଳ ୩-୦ରେ ସିରିଜ୍କୁ ନିଜ ନାମରେ କରିସାରିଛି । ଏପରି ପରିସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇଛନ୍ତି । ଏହି ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ ଭାରତ ।
ଭାରତ ଏବଂ ଇଂଲଣ୍ଡ ଏପର୍ଯ୍ୟନ୍ତ ୩୪ ଟି ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏଥିମଧ୍ୟରୁ ଭାରତ ୧୮ଟି ମ୍ୟାଚ୍ ଜିତିଥିବା ବେଳେ ଇଂଲଣ୍ଡ ଦଳ ୧୫ଟି ମ୍ୟାଚ୍ ନିଜ ନାମରେ କରିଛି । ଗୋଟିଏ ମ୍ୟାଚ୍ ଡ୍ର' ରହିଥିଲା ।
ଅଧିକ ପଢ଼ନ୍ତୁ: ଟ୍ରାଫିକ୍ ଜାମ୍ରେ ଫସିଗଲା ଟିମ୍ ଇଣ୍ଡିଆ, ଠିକ୍ ସମୟରେ ଷ୍ଟାଡିୟମ୍ରେ ପହଞ୍ଚିପାରିଲେନି ଭାରତୀୟ ଖେଳାଳି
ସେପଟେ ଆଜିର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ଭାରତୀୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବାର ଥିଲା । ଟସ୍ ଭାରତୀୟ ସନ୍ଧ୍ୟା ୬:୩୦ରେ ହେବାର ଥିଲା । କିନ୍ତୁ ବର୍ଷା କିମ୍ବା ଝଡ଼ ନ ଥିଲେ ମଧ୍ୟ ଟସ୍ ଠିକ୍ ସମୟରେ ହୋଇନଥିଲା । ଆଉ ଏହାର ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଟ୍ରାଫିକ୍ ଜାମ୍ରେ ଟିମ୍ ଇଣ୍ଡିଆ ଫସିଯାଇଥିଲା । ଯାହା ଫଳରେ ଖେଳାଳିମାନେ ସମୟ ମଧ୍ୟରେ ରୋଜ୍ ବାଉଲ୍ ଷ୍ଟାଡିୟମରେ ପହଞ୍ଚିପାରିଲେ ନାହିଁ ।
ଟିମ୍ ଇଣ୍ଡିଆର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶାନ, ଶ୍ରେୟସ ଆୟର, ତିଲକ ବର୍ମା, ଶିବମ ଦୁବେ, ସୂର୍ଯ୍ୟାଂସ ସେଡଗେ, ଅକ୍ସର ପଟେଲ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା
Presenting #TeamIndia's Playing XI for the 5️⃣th and final T20I 🙌
— BCCI (@BCCI) July 11, 2026
Updates ▶️ https://t.co/7mo5osv0MW#ENGvIND pic.twitter.com/uSVKJB5raY
ଭ୍ରମଣକାରୀ ଦଳ ସିରିଜରେ ହରାଇବା ପାଇଁ ଆଉ କିଛି ବାକି ନାହିଁ । ଇଂଲଣ୍ଡ ଦଳ ୩-୦ରେ ସିରିଜ୍କୁ ନିଜ ନାମରେ କରିସାରିଛି । ଏପରି ପରିସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇଛନ୍ତି । ଏହି ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ ଭାରତ ।
ଭାରତ ଏବଂ ଇଂଲଣ୍ଡ ଏପର୍ଯ୍ୟନ୍ତ ୩୪ ଟି ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏଥିମଧ୍ୟରୁ ଭାରତ ୧୮ଟି ମ୍ୟାଚ୍ ଜିତିଥିବା ବେଳେ ଇଂଲଣ୍ଡ ଦଳ ୧୫ଟି ମ୍ୟାଚ୍ ନିଜ ନାମରେ କରିଛି । ଗୋଟିଏ ମ୍ୟାଚ୍ ଡ୍ର' ରହିଥିଲା ।
ଅଧିକ ପଢ଼ନ୍ତୁ: ଟ୍ରାଫିକ୍ ଜାମ୍ରେ ଫସିଗଲା ଟିମ୍ ଇଣ୍ଡିଆ, ଠିକ୍ ସମୟରେ ଷ୍ଟାଡିୟମ୍ରେ ପହଞ୍ଚିପାରିଲେନି ଭାରତୀୟ ଖେଳାଳି
ସେପଟେ ଆଜିର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ଭାରତୀୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବାର ଥିଲା । ଟସ୍ ଭାରତୀୟ ସନ୍ଧ୍ୟା ୬:୩୦ରେ ହେବାର ଥିଲା । କିନ୍ତୁ ବର୍ଷା କିମ୍ବା ଝଡ଼ ନ ଥିଲେ ମଧ୍ୟ ଟସ୍ ଠିକ୍ ସମୟରେ ହୋଇନଥିଲା । ଆଉ ଏହାର ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଟ୍ରାଫିକ୍ ଜାମ୍ରେ ଟିମ୍ ଇଣ୍ଡିଆ ଫସିଯାଇଥିଲା । ଯାହା ଫଳରେ ଖେଳାଳିମାନେ ସମୟ ମଧ୍ୟରେ ରୋଜ୍ ବାଉଲ୍ ଷ୍ଟାଡିୟମରେ ପହଞ୍ଚିପାରିଲେ ନାହିଁ ।
ଟିମ୍ ଇଣ୍ଡିଆର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶାନ, ଶ୍ରେୟସ ଆୟର, ତିଲକ ବର୍ମା, ଶିବମ ଦୁବେ, ସୂର୍ଯ୍ୟାଂସ ସେଡଗେ, ଅକ୍ସର ପଟେଲ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories