Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବେଲଫାଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଫେଲ୍; ୩୪ ରନ୍‌ରେ ଜିତିଲା ଆୟରଲାଣ୍ଡ

Sports

Ireland Beat India / ବେଲଫାଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଫେଲ୍; ୩୪ ରନ୍‌ରେ ଜିତିଲା ଆୟରଲାଣ୍ଡ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବେଲଫାଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଫେଲ୍; ୩୪ ରନ୍‌ରେ ଜିତିଲା ଆୟରଲାଣ୍ଡ
Batting Collapse Hands Ireland 34-Run Victory

Key Points

ଆୟରଲାଣ୍ଡ ଠାରୁ ହାରିଲା ଭାରତ । ବେଲଫାଷ୍ଟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ଆୟରଲାଣ୍ଡ ଆଗରେ ଭାରତ ୨୦ ଓଭର୍‌ ବି ତିଷ୍ଠି ପାରିନି ।
ମୁମ୍ବାଇ: ବିଶ୍ଵ ବିଜୟୀ ଭାରତକୁ ବଡ଼ ଝଟ୍‌କା । ଆୟରଲାଣ୍ଡ ଠାରୁ ହାରିଲା ଭାରତ । ବେଲଫାଷ୍ଟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ଆୟରଲାଣ୍ଡ ଆଗରେ ଭାରତ ୨୦ ଓଭର୍‌ ବି ତିଷ୍ଠି ପାରିନି । ପ୍ରଥମ ଟି-ଟ୍ଵେଣ୍ଟି ମ୍ୟାଚ୍‌କୁ ଆୟରଲାଣ୍ଡ ୩୪ ରନ୍‌ରେ ଜିତି ନେଇଛି ।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ଆୟରଲାଣ୍ଡ ୯ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା । ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୧୮.୫ ଓଭର୍‌ରେ ଭାରତ ୧୪୮ରେ ଅଲଆଉଟ୍ ହୋଇ ଯାଇଛି ।

ଏଥିସହ ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ମିଳିଲାନି ସୁଯୋଗ ? ଶ୍ରେୟସ ଆୟର କହିଲେ ବଡ଼ କାରଣ 

ଆୟରଲାଣ୍ଡ ପକ୍ଷରୁ ଅଧିନୟାକ ଲୋର୍ସାନ ଟକର ୩୬ ବଲ୍‌ରେ ସର୍ବାଧିକ ୫୦ ରନ୍ କରିଥିବା ବେଳେ ଗରେଥ ଡେଲାନି ୩୨ ବଲ୍‌ରେ ୪୯ ରନ୍ କରିଥିଲେ । ଭାରତ ପକ୍ଷରୁ ହର୍ଷିତ ରାଣା ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ସଫଳତା ପାଇଥିଲେ ।

ଫେଲ୍ ମାରିଲେ ଅଭିଜ୍ଞ

ଆଜିର ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ଡେବ୍ୟୁ କରିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଦଳରେ ଅନେକ ଅନୁଭବୀ ଖେଳାଳି ରହିଥିବାରୁ ତାଙ୍କୁ ସୁଯୋଗ ମିଳି ନଥିଲା । ହେଲେ ଆୟରଲାଣ୍ଡ ବିପକ୍ଷରେ ଫେଲ୍ ମାରିଥିଲେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ, ଇଶାନ କିଷନ, ଅଧିନାୟକ ଶ୍ରେୟସ ଆୟର ।

ଓପନର୍ ଅଭିଷେକ ଶର୍ମା ୨୦ ବଲ୍‌ରେ ୭ ଚଉକା, ୨ ଛକା ସହାୟତାରେ ସର୍ବାଧିକ ୪୯ ରନ୍ ସ୍କୋର୍ କରିଛନ୍ତି । ସଞ୍ଜୁ ସାମସନ ମାତ୍ର ୫ ରନ୍, ଇଶାନ କିଷନ ୧ ରନ୍, ଶ୍ରେୟସ ଆୟର ୩ ରନ୍, ୱାଶିଂଟନ୍ ସୁନ୍ଦର ୯ ରନ୍ କରି ଆଉଟ୍ ହୋଇଥିଲେ । ଶିବମ ଦୁବେ ୧୪ ବଲ୍‌ରେ ୨୫ ରନ୍ କରି କିଛି ସମୟ ପାଇଁ ଭାରତକୁ ବଳ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ବଲିଉଡ୍‌ରୁ ସିଧା କ୍ରିକେଟ୍; ଜନ୍ ଆବ୍ରାହମ ହେଲେ ଏହି ଟିମ୍‌ର ମାଲିକ 

ଡେବ୍ୟୁ ମ୍ୟାଚ୍‌ରେ ୫ ୱିକେଟ୍

ସେପଟେ ଆୟରଲାଣ୍ଡ ପକ୍ଷରୁ ପ୍ରଥମ ଅନ୍ତର୍ଜାତୀୟ ଖେଳିଥିବା ଜୟ ମୁନ୍ଦରା ଓ ମାଟ୍ଟ ହଲାର୍ଡ ମୋଟ ୫ଟି ୱିକେଟ୍ ନେଇଛନ୍ତି । ମାଟ୍ଟ ହଲାର୍ଡ ୩ଟି ୱିକେଟ୍ ନେଇ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ୨ଟି ୱିକେଟ୍ ନେଇଛନ୍ତି ଜୟ ମୁନ୍ଦରା । ସ୍ପିନର ମାଥ୍ୟୁ ହମ୍ପ୍ରିଜ ୩ ୱିକେଟ୍ ଅକ୍ତଆର୍ କରିଛନ୍ତି । ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଜୁନ୍‌ ୨୮ରେ ଖେଳାଯିବ ।

ସ୍କୋର ବୋର୍ଡ

ଆୟରଲାଣ୍ଡ: ୧୮୨/୯
ଭାରତ: ୧୪୮ରେ ଅଲଆଉଟ୍ (୧୮.୫ ଓଭର୍)
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored