Videos
|
Sports

IND vs NZ 3rd T20I / ଭାରତ-ନ୍ୟୁଜିଲାଣ୍ଡ ତୃତୀୟ T20: ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଭାରତ-ନ୍ୟୁଜିଲାଣ୍ଡ ତୃତୀୟ T20: ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
India vs New Zealand

Key Points

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ T20
ଟସ୍ ଜିତି ବୋଲିଂ କରିବ ଭାରତ
ନ୍ୟୁଜିଲାଣ୍ଡର ପ୍ଲେଇଂ ୧୧ରେ ୩ ପରିବର୍ତ୍ତନ


ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜ୍‌ର ତୃତୀୟ ମୁକାବିଲା ୱେଲିଂଟନ୍‌ର ସ୍କାଏ ଷ୍ଟାଡିୟମ୍‌ରେ ଖେଳାଯାଉଛି । ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତୀୟ ଦଳ ଆଗୁଆ ରହିଛି । ତେବେ ଆଜିର ମ୍ୟାଚ୍‌ରେ ବିଜୟଲାଭ କରି ଭାରତ ସିରିଜ୍‌କୁ ଆଗୁଆ ନିଜ ନାମରେ କରିବାକୁ ଚେଷ୍ଟା କରିବ । ସେହିପରି ସିରିଜ୍‌ରେ ନିଜର ଆଶା ବଜାୟ ରଖିବା ପାଇଁ ନ୍ୟୁଜିଲାଣ୍ଡ ଦଳ ପାଇଁ ଏହି ମ୍ୟାଚ୍ ଜିତିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।


ଏଥି ସହ ପଢନ୍ତୁ:  ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ, ୪ ବର୍ଷ ପରେ ଦଳକୁ ଫେରିଲେ ଭୁବନେଶ୍ୱର କୁମାର
ଆଜିର ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ଆଜି ମଧ୍ୟ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରୁଛି ।

ଅନ୍ୟପକ୍ଷରେ, ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବ ମ୍ୟାଚ୍‌ରେ କ୍ରାଇଷ୍ଟଚର୍ଚ୍ଚରେ ଖେଳିଥିବା ସମାନ ଚୂଡ଼ାନ୍ତ ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ ।



ଭାରତୀୟ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟାସ ଆୟର (ଅଧିନାୟକ), ତିଲକ ବର୍ମା, ନମନ ଧୀର, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂହ

ନ୍ୟୁଜିଲାଣ୍ଡ ଏକାଦଶ: ଫିନ୍ ଆଲେନ, ଟିମ ସାଇଫର୍ଟ, ଡାରେଲ ମିଚେଲ, ଗ୍ଲେନ୍‌ ଫିଲିପ୍ସ, ବେଭନ ଜାକବ୍ସ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର (ଅଧିନାୟକ), କାୟଲ ଜାମିସନ୍‌, ଆଡାମ ମିଲନେ, ଜାକବ ଡଫି ଓ ମାଥ୍ୟୁ ଫିସର
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: