Cricket / ଭାଇଜାଗରେ ୫୦ ରନ୍ରେ ଜିତିଲା ନ୍ୟୁଜିଲାଣ୍ଡ; ଶିବମ ଦୁବେଙ୍କ ବିସ୍ଫୋରକ ପାଳି ବେକାର
·5 months ago·2 min read

Key Points
ହ୍ୟାଟ୍ରିକ୍ ବିଜୟ ପରେ ବିଶାଖାପାଟଣାରେ ଭାରତ ହାରିଛି । ୫୦ ରନ୍ରେ ମ୍ୟାଚ୍ ଜିତି ନେଇଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ।
ବିଶାଖାପାଟଣା: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ଟି-ଟ୍ଵେଣ୍ଟି ସିରିଜ୍ରେ ଚତୁର୍ଥ ମୁକାବିଲା ଭାରତ ହାରିଛି । ହ୍ୟାଟ୍ରିକ୍ ବିଜୟ ପରେ ବିଶାଖାପାଟଣାରେ ଭାରତ ହାରିଛି । ୫୦ ରନ୍ରେ ମ୍ୟାଚ୍ ଜିତି ନେଇଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ।
ପ୍ରଥମ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ୍ ହରାଇ ଭାରତକୁ ୨୧୬ ରନ୍ର ଟାର୍ଗେଟ୍ ଦେଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସର୍ବାଧିକ ୬୨ଲ ରନ୍ କରିଥିବା ବେଳେ ଦେବନ ୪୪ ରନ୍ ଓ ମିଚେଲ୍ ୩୯ ରନ୍ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ଓ କୁଲଦୀପ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଏଥିସହ ପଢ଼ନ୍ତୁ: ଟି-ଟ୍ଵେଣ୍ଟି ରାଙ୍କିଂରେ ଉପରକୁ ଉଠିଲେ ଅଧିନାୟକ ସୂର୍ଯ୍ୟକୁମାର; ଫାଇଦାରେ ପାଣ୍ଡ୍ୟା ଓ ବୁମ୍ରା
୨୧୬ ରନ୍ ପିଛା କରି ବ୍ୟାଟିଂ କରିଥିବା ଭାରତ ୧୮.୪ ଓଭରରେ ୧୬୫ ରନ୍ କରି ସମସ୍ତ ୱିକେଟ୍ ହରାଇଛି । ଭାରତ ପକ୍ଷରୁ ଶିବମ ଦୁବେ ୨୩ ରନ୍ରେ ସର୍ବାଧିକ ୬୫ ରନ୍ ସ୍କୋର କରିଛନ୍ଚି । ସେହିଭଳି ରିଙ୍କୁ ସିଂହ ୩୯ ରନ୍ ଓ ସଞ୍ଜୁ ସାମସନ ୨୪ ରନ୍ କରିଛନ୍ତି ।
ମ୍ୟାଚ୍ ଆରମ୍ଭରୁ ଓପନର ଅଭିଷେକ ଶର୍ମା କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ । ଏହାପରେ ଦଳୀୟ ସ୍କୋର୍ ୯ ରନ୍ ହୋଇଥିବା ବେଳେ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିଲେ ଅଧିନାୟକ ସୂର୍ଯ୍ୟ କୁମାର । ଅଭିଷେକ ଶର୍ମା ଓ ଅର୍ଶଦୀପ ସିଂହ କୌଣସି ରନ୍ ନକରି ଆଉଟ୍ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ସାଟେଲାଇଟ୍ ସର୍ଭେରୁ ଧରାପଡ଼ୁଛି ସତ; ରାସ୍ତା ଓ ନଦୀକୁ ଜମି ଦର୍ଶାଇ କରିଛନ୍ତି ପଞ୍ଜୀକରଣ
୫ ଟିକିଆ ସିରିଜ୍କୁ ଭାରତ ପୂର୍ବରୁ ହିଁ ଜିତି ସାରିଛି । ଏବେ ଚତୁର୍ଥ ମ୍ୟାଚ୍ ନ୍ୟୁଜିଲାଣ୍ଡ ଜିତିବା ସହ ସିରିଜ୍ରେ ଭାରତ ୩-୧ରେ ଆଗୁଆ ରହିଛି । ସିରିଜ୍ର ପ୍ରତମ ମୁକାବିଲା ଜାନୁଆରୀ ୨୧ରେ ନାଗପୁରରେ ଖେଳା ଯାଇଥିଲା । ଯାହାକୁ ଭାରତ ୪୮ ରନ୍ରେ ଜିତି ନେଇଥିଲା ।
ଏହା ପରେ ରାୟପୁର ମୁକାବିଲାକୁ ୭ ୱିକେଟ୍ରେ ଜିତିଥିଲା ଭାରତ । ଗୁଆହାଟି ମ୍ୟାଚ୍କୁ ଭାରତ ୮ ୱିକେଟ୍ରେ ଜିତି ନେଇଥିଲା । ଏବେ ବିଶାଖାପାଟଣାରେ ନ୍ୟୁଜିଲାଣ୍ଡ ଜିତିଛି । ଶେଷ ତଥା ପଞ୍ଚମ ମୁକାବିଲା ଜାନୁଆରୀ ୩୧ରେ ଥିରୁବନନ୍ତପୁରମରେ ଖେଳାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories