Cricket Update / ୧୫ ଫେବ୍ରୁଆରୀରେ ଭାରତ-ପାକିସ୍ତାନ ମ୍ୟାଚ୍ ହେବା ସୁନିଶ୍ଚିତ, ବିଶ୍ବକପ୍ ନୁହେଁ ଏହି ଟୁର୍ଣ୍ଣାମେଣ୍ଟରେ ହେବେ ମୁହାଁମୁହିଁ
·5 months ago·2 min read

Key Points
୧୫ ଫେବ୍ରୁଆରୀରେ ସୁନିଶ୍ଚିତ ଭାରତ-ପାକିସ୍ତାନ ମ୍ୟାଚ୍
ଟି-୨୦ ବିଶ୍ୱକପ୍ରେ ନୁହେଁ
ରାଇଜିଂ ଏସିଆ କପ୍ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍

ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଏଥିପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ସେପଟେ ଟି-୨୦ ବିଶ୍ବକପ୍କୁ ନେଇ ଏବେ ବି ବିବାଦ ଥମିବାରେ ନାଁ ନେଉନି । ୨୦୨୬ ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷରେ ମ୍ୟାଚ୍କୁ ବୟକଟ୍ କରିବ ପାକିସ୍ତାନ । ଏନେଇ ପାକିସ୍ତାନ ସରକାର ସୋସିଆଲ ମିଡିଆରେ ସୂଚନା ଦେଇଛି ।
ଆଇସିସି ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର ହୋଇଛି । ଫେବୃଆରୀ ୧୫ ତାରିଖରେ କେବଳ ଟି-୨୦ ବିଶ୍ବକପ୍ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେନି । ଏହି ଦିନ ମହିଳା ରାଇଜିଂ ଏସିଆ କପ୍ରେ ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟ ଖେଳାଯିବାକୁ ସ୍ଥିର ହୋଇଛି । ତେବେ ଏହାରି ମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରାଇଜିଂ ଏସିଆ କପରେ ଭାରତ ବିପକ୍ଷରେ ନ ଖେଳିବା ପାଇଁ ପାକିସ୍ତାନୀ ମହିଳା ଦଳକୁ ଏପର୍ଯ୍ୟନ୍ତ କୌଣସି ପରାମର୍ଶ ଜାରି କରାଯାଇନାହିଁ ।
ଅଧିକ ପଢ଼ନ୍ତୁ: ଫେବ୍ରୁଆରୀ ୭ରୁ ଟି-୨୦ ବିଶ୍ବକପ୍, ବିଦେଶୀ ଦଳରେ ଖେଳିବେ ୪୦ ଭାରତୀୟ
ଟି-୨୦ ବିଶ୍ୱକପ୍ ବ୍ୟତୀତ ଭାରତ 'A' ଏବଂ ପାକିସ୍ତାନ 'A' ମହିଳା ଦଳ ଫେବୃଆରୀ ୧୫ ତାରିଖରେ ମହିଳା ରାଇଜିଂ ଏସିଆ କପରେ ବ୍ୟାଙ୍କକରେ ପରସ୍ପରକୁ ମୁହାଁମୁହିଁ ହେବେ । ESPN କ୍ରିକ୍ ଇନ୍ଫୋ ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଯୋଜନା ଅନୁଯାୟୀ ଚାଲିଛି । ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୩ ତାରିଖରେ ଆରମ୍ଭ ହେବାକୁ ଯାଉଛି । ଭାରତ ଏବଂ ପାକିସ୍ତାନ ସମାନ ଗ୍ରୁପରେ ରହିଛି ।
ସେହିପରି ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ବର୍ତ୍ତମାନ ଜିମ୍ବାୱେ ଏବଂ ନାମିବିଆରେ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଥିଲେ । ଦୁଇ ଦଳ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ୧୯ ବର୍ଷରୁ କମ୍ ଦଳ ୫୮ ରନର ବିଶାଳ ବ୍ୟବଧାନରେ ବିଜୟୀ ହୋଇଥିଲା । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଥିଲା । ଯେତେବେଳେ କି ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା । ପ୍ରଶ୍ନ ଉଠୁଛି: ଯେତେବେଳେ ପାକିସ୍ତାନ ବାକି ଟୁର୍ଣ୍ଣାମେଣ୍ଟର ଭାରତ ବିପକ୍ଷରେ ଖେଳୁଛି, ସେତେବେଳେ ସେ କାହିଁକି ଟି-୨୦ ବିଶ୍ୱକପରେ ନ ଖେଳିବାର ଅଭିନୟ କରୁଛି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories