India vs Pakistan Hockey / ଭାରତ-ପାକିସ୍ତାନ ମହାମୁକାବିଲା, ଆଜି ହାରିଲେ ବିଶ୍ୱକପ୍ରୁ ବିଦାୟ !
·2 weeks ago·2 min read

Key Points
ହକି ବିଶ୍ୱକପ୍ରେ ହାଇଭୋଲଟେଜ୍ ମ୍ୟାଚ୍
ଭାରତ ପାଇଁ ‘କର ବା ମର’
ପାକିସ୍ତାନ ବିପକ୍ଷରେ ଭାରତର ଅଗ୍ନିପରୀକ୍ଷା
ଭାରତ ପାଇଁ ‘କର ବା ମର’
ପାକିସ୍ତାନ ବିପକ୍ଷରେ ଭାରତର ଅଗ୍ନିପରୀକ୍ଷା
ଆଜି ହକି ମଇଦାନରେ ହେବ ଭାରତ-ପାକିସ୍ତାନର ମହାମୁକାବିଲ । ଏହା କେବଳ ଏକ ମ୍ୟାଚ୍ ନୁହେଁ, ବରଂ ଭାରତ ପାଇଁ ଏହା ‘କର ବା ମର’ ଲଢ଼େଇ । ଯଦି ଭାରତ ଏହି ମ୍ୟାଚ୍ରେ ପରାଜୟ ବରଣ କରେ ତେବେ ବିଶ୍ୱକପ୍ରୁ ବିଦାୟ, ଆଉ ଜିତିଲେ କିମ୍ବା ମ୍ୟାଚ୍ ଡ୍ର ରଖିଲେ ପରବର୍ତ୍ତୀ ରାଉଣ୍ଡର ଟିକେଟ୍ । ବିଶ୍ୱକପ୍ର ଏହି ହାଇଭୋଲ୍ଟେଜ୍ ମୁକାବିଲାରେ ଇତିହାସ ଭାରତ ସପକ୍ଷରେ ଥିଲେ ବି, ପାକିସ୍ତାନ ମଧ୍ୟ କୌଣସି ମୁହୂର୍ତ୍ତରେ ବଡ଼ ଝଟକା ଦେଇପାରେ ।
ପୁଲ୍-ଡିରେ ଭାରତ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ୩ ପଏଣ୍ଟ ହାସଲ କରିଛି । ୱେଲ୍ସ ବିପକ୍ଷରେ ଭାରତ ୩-୧ରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ୨-୪ରେ ପରାଜୟ ବରଣ କରିଥିଲା । ଅନ୍ୟପଟେ ଇଂଲଣ୍ଡ ୬ ପଏଣ୍ଟ ସହ ଟେବୁଲ୍ର ଶୀର୍ଷରେ ରହିଛି। ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୱେଲ୍ସ ଓ ପାକିସ୍ତାନ ମଧ୍ୟ ପରବର୍ତ୍ତୀ ରାଉଣ୍ଡ ପାଇଁ ଲଢ଼େଇରେ ରହିଛନ୍ତି ।
ଭାରତ ପାଇଁ ସମୀକରଣ ମଧ୍ୟ ସ୍ପଷ୍ଟ । ପାକିସ୍ତାନ ବିପକ୍ଷରେ ବିଜୟ କିମ୍ବା ଡ୍ର' ଭାରତକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବ । ତେଣୁ ଆଜିର ମ୍ୟାଚ୍ରେ ଭାରତ କୌଣସି ପରିସ୍ଥିତିରେ ପରାଜୟ ଚାହିଁବ ନାହିଁ । ଅନ୍ୟପଟେ ପାକିସ୍ତାନ ପାଇଁ ମଧ୍ୟ ଏହି ମ୍ୟାଚ୍ ପ୍ରାୟ ‘କର ବା ମର’ ଲଢ଼େଇ ।
ଅଧିକ ପଢ଼ନ୍ତୁ: SRH ମାଲିକାଣୀ କାବ୍ୟା ମାରନଙ୍କ ବିବାହ ଫିକ୍ସ ? ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ କିଏ ହେବେ ବର ?
କେବେ ଓ କେଉଁଠି ହେବ ମ୍ୟାଚ୍ ?
ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଅଗଷ୍ଟ ୧୯ରେ ନେଦରଲ୍ୟାଣ୍ଡସ୍ର ଆମ୍ଷ୍ଟେଲଭିନ୍ସ୍ଥିତ ୱାଗେନର ଷ୍ଟାଡିୟମ୍ରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ସନ୍ଧ୍ୟା ୬ଟା ୩୦ ମିନିଟ୍ରେ ଆରମ୍ଭ ହେବ । ଭାରତରେ ଏହି ମ୍ୟାଚ୍ର ଲାଇଭ୍ ଟେଲିକାଷ୍ଟ ଷ୍ଟାର୍ ସ୍ପୋର୍ଟ୍ସ ନେଟୱର୍କରେ ଦେଖିପାରିବେ । ଅନଲାଇନ୍ ଷ୍ଟ୍ରିମିଂ ଜିଓ ହଟ୍ଷ୍ଟାର୍ରେ ମଧ୍ୟ ଦର୍ଶକ ଏହି ମ୍ୟାଚକୁ ଦେଖିପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶ୍ୱକପ୍ରେ କିଏ ଆଗରେ ?
ହକି ବିଶ୍ୱକପ୍ ଇତିହାସରେ ଭାରତ ଓ ପାକିସ୍ତାନ ଏପର୍ଯ୍ୟନ୍ତ ୫ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୩ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ୨ଟିରେ ଜିତିଛି । ୧୯୭୫ ବିଶ୍ୱକପ୍ ଫାଇନାଲ୍ରେ ମଧ୍ୟ ଭାରତ ପାକିସ୍ତାନକୁ ହରାଇ ଟାଇଟଲ୍ ଜିତିଥିଲା । ତେବେ ଆଜି ମଇଦାନରେ କେବଳ ଦୁଇ ଦଳ ନୁହେଁ, ଦୁଇ ଦେଶର ଗୌରବ ବାଜିରେ ରହିବ ।
ଭାରତୀୟ ଦଳ
ହରମନପ୍ରୀତ ସିଂହ (ଅଧିନାୟକ), ମୋହିତ ଏଚ୍ଏସ୍, ସୂରଜ କରକେରା(ଗୋଲ୍କିପର), ଜର୍ମନପ୍ରୀତ ସିଂହ, ଅମିତ ରୋହିଦାସ, ଜୁଗରାଜ ସିଂହ, ସଞ୍ଜୟ, ସୁମିତ, ଯଶଦୀପ ସିୱାଚ୍, ରାଜିନ୍ଦର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ, ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ, ନୀଳକଣ୍ଠ ଶର୍ମା, ବିବେକ ସାଗର ପ୍ରସାଦ, ଦିଲପ୍ରୀତ ସିଂହ, ଶିଳାନନ୍ଦ ଲାକ୍ରା, ସୁଖଜୀତ ସିଂହ, ମନଦୀପ ସିଂହ ଓ ଅଭିଷେକ

Related Topics
Explore more stories