India vs Pakistan Match / ଅପେକ୍ଷାର ଅନ୍ତ ! ଏହି ଦିନ ହେବ ଭାରତ-ପାକିସ୍ତାନ ମହାମୁକାବିଲା, ସମୟ ଓ ତାରିଖ ଜାଣନ୍ତୁ...
·6 hours ago·2 min read

Key Points
କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର
ଭାରତ-ପାକିସ୍ତାନ ମ୍ୟାଚ୍ର ତାରିଖ ଘୋଷଣା
କେବେ ଏବଂ କେତେବେଳେ ଖେଳାଯିବ ?
ଭାରତ-ପାକିସ୍ତାନ ମ୍ୟାଚ୍ର ତାରିଖ ଘୋଷଣା
କେବେ ଏବଂ କେତେବେଳେ ଖେଳାଯିବ ?
ଯେବେ ଯେବେ କ୍ରିକେଟ୍ ମଇଦାନରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥାନ୍ତି । ସବୁବେଳେ ମ୍ୟାଚ୍ ରୋମାଞ୍ଚକର ହୋଇଥାଏ । ସେ ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କିମ୍ବା ଲିଜେଣ୍ଡ୍ସ ଲିଗ୍, ଦୁଇ ଦେଶ ମଧ୍ୟରେ ମ୍ୟାଚ୍ ସବୁବେଳେ ରୋମାଞ୍ଚରେ ଭରପୂର ରହିଥାଏ । ଏବେ ଏସିଆନ୍ ଲିଜେଣ୍ଡ୍ସ ଲିଗ୍ (ALL) ୨୦୨୬ରେ ପୁଣିଥରେ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ୱନ୍ଦୀ । ଶିଖର ଧାଓ୍ବନ, ସୁରେଶ ରୈନା, ହରଭଜନ ସିଂହଙ୍କ ଭଳି ଭାରତୀୟ ଲିଜେଣ୍ଡଙ୍କ ସାମ୍ନାରେ ରହିବେ ମହମ୍ମଦ ହଫିଜ୍, ଶୋଏବ ମଲିକ୍ ଓ ସଇଦ ଅଜମଲ୍ । ଏହି ବହୁ ପ୍ରତୀକ୍ଷିତ ମହାମୁକାବିଲାର ତାରିଖ ଘୋଷଣା ହୋଇଯାଇଛି, ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଏବେଠାରୁ ଚରମ ସୀମାରେ ପହଞ୍ଚିଛି ।
ଏସିଆନ୍ ଲିଜେଣ୍ଡ୍ସ ଲିଗ୍ ୨୦୨୬ର ଦ୍ୱିତୀୟ ସିଜିନ୍ ଜୁଲାଇ ୩୦ରୁ ଲୁସାକାରେ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ—ଇଣ୍ଡିଆନ୍ ରୟାଲ୍ସ, ଏସିଆନ୍ ଷ୍ଟାର୍ସ, ଶ୍ରୀଲଙ୍କାନ୍ ଲାୟନ୍ସ, ବାଂଲାଦେଶ ଟାଇଗର୍ସ, ଆଫଗାନିସ୍ତାନ ପଠାନ୍ସ ଏବଂ ପାକିସ୍ତାନ ପାନ୍ଥର୍ସ ଅଂଶଗ୍ରହଣ କରିବେ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳାଯିବ ଏବଂ ନକ୍ଆଉଟ୍ ପର୍ଯ୍ୟାୟ IPL ଶୈଳୀର ଅନୁଷ୍ଠିତ ହେବ ।
ତେବେ ଏହି ଟୁର୍ଣ୍ଣାମେଣ୍ଟରେ ବହୁ ପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ମ୍ୟାଚ୍ ଅଗଷ୍ଟ ୨ରେ ଲୁସାକାର ଲୋଟସ୍ ସ୍ପୋର୍ଟ୍ସ କ୍ଲବ୍ରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ଅପରାହ୍ନ ୪ଟାରେ ଆରମ୍ଭ ହେବ । ଇଣ୍ଡିଆନ୍ ରୟାଲ୍ସ ପକ୍ଷରୁ ଶିଖର ଧାଓ୍ବନ, ସୁରେଶ ରୈନା, ୟୁସୁଫ ପଠାନ, ହରଭଜନ ସିଂହ ଏବଂ ଦିନେଶ କାର୍ତ୍ତିକଙ୍କ ଭଳି ତାରକା ଖେଳାଳି ମଇଦାନକୁ ଓହ୍ଲାଇବେ । ଅନ୍ୟପକ୍ଷରେ ପାକିସ୍ତାନ ପାନ୍ଥର୍ସ ଦଳରେ ମହମ୍ମଦ ହାଫିଜ୍, ଶୋଏବ ମଲିକ୍, ସଇଦ ଅଜମଲ୍ ଏବଂ ସୋହେଲ୍ ତନଭିରଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି ।
ଅଧିକ ପଢ଼ନ୍ତୁ: ଖରାପ ବୋଲିଂ ଯୋଗୁ ଭାରତୀୟ ଟିମ ହାରିଗଲା….ନୀରବତା ଭାଙ୍ଗିଲେ ରୋହିତ…କହିଲେ ବୋଲିଂ ଦୁର୍ବଳ ଥିଲା
ଇଣ୍ଡିଆନ୍ ରୟାଲ୍ସ ଦଳ: ଶିଖର ଧାୱନ, ସୁରେଶ ରୈନା, ଅମ୍ବାତି ରାୟୁଡୁ, ଫୈଜ୍ ଫଜଲ୍, ୟୁସୁଫ୍ ପଠାନ, ଷ୍ଟୁଆର୍ଟ ବିନ୍ନି, ରିଷି ଧାୱନ, ପବନ ନେଗି, ନମନ ଓଝା, ଦିନେଶ କାର୍ତ୍ତିକ, ହରଭଜନ ସିଂହ, ଶାହବାଜ ନଦୀମ୍, ସୁଦୀପ ତ୍ୟାଗୀ, ଅନୁରିତ ସିଂହ, ମନପ୍ରୀତ ଗୋନି ଏବଂ ଶାଦାବ ଜକାତି
ଅଧିକ ପଢ଼ନ୍ତୁ: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ନୂଆ କୋଚଙ୍କ ସହ ଇଣ୍ଡିଆ ଟିମର ଜିମ୍ବାୱେ ଗସ୍ତ...ବୈଭବଙ୍କ ଉପରେ ରହିବ ନଜର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories