Videos
|
Sports

Cricket News / ଭାରତ-ପାକିସ୍ତାନ ମ୍ୟାଚ୍ ସଂଶୟ ଭିତରେ ଶ୍ରୀଲଙ୍କା ତାଜା କଲା ପୁରୁଣା ସ୍ମୃତି; ଯେବେ ଲାହୋରରେ ହୋଇଥିଲା ଆକ୍ରମଣ...

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଭାରତ-ପାକିସ୍ତାନ ମ୍ୟାଚ୍ ସଂଶୟ ଭିତରେ ଶ୍ରୀଲଙ୍କା ତାଜା କଲା ପୁରୁଣା ସ୍ମୃତି; ଯେବେ ଲାହୋରରେ ହୋଇଥିଲା ଆକ୍ରମଣ...
India-Pakistan Clash Under Cloud as Sri Lanka Writes to PCB

Key Points

ଶ୍ରୀଲଙ୍କାର କ୍ରିକେଟ୍ ବୋର୍ଡ (SLC) ପାକିସ୍ତାନକୁ ଦୁଇ ପୃଷ୍ଠାର ଚିଠି ଲେଖିଛି । ଯେଉଁଥିରେ ଶ୍ରୀଲଙ୍କା ଲେଖିଛି, "ପ୍ରତିଷ୍ଠିତ ମ୍ୟାଚ୍‌ରେ ଖେଳନ୍ତୁ, ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ଓ କୋଟି କୋଟି କ୍ରିକେଟ ପ୍ରେମୀଙ୍କ ଉତ୍ସାହକୁ ଦ୍ଵିଗୁଣିତ କରାନ୍ତୁ ।
ନୂଆଦିଲ୍ଲୀ: ବଢ଼ୁଛି ଉତ୍କଣ୍ଠା, ହଟୁନି ଦ୍ଵନ୍ଦ୍ଵ । ବିଶ୍ଵକପ୍‌ରେ ମୁହାଁମୁହିଁ ହେବେ ତ ଭାରତ-ପାକିସ୍ତାନ ? ଆସନ୍ତାକାଲି ଠାରୁ ଟି-ଟ୍ଵେଣ୍ଟି ବିଶ୍ଵକପ୍-୨୦୨୬ ଆରମ୍ଭ ହେବାକୁ ଯାଉଥିବା ବେଳେ ଫେବ୍ରୁଆରୀ ୧୫ରେ କଲୋମ୍ବୋରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ବହୁପ୍ରତୀକ୍ଷିତ ମୁକାବିଲାକୁ ନେଇ ସସପେନ୍ସ ଲାଗି ରହିଛି ।

ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଫେବ୍ରୁଆରୀ ୧୫ରେ କଲୋମ୍ବୋରେ ଭାରତ ବିପକ୍ଷରେ ଖେଳିବାକୁ ଅନୁମତି ଦେଇ ନାହିଁ । ଯଦି ପିସିବି ମ୍ୟାଚ୍‌କୁ ମନା କରେ ତାହେଲେ କେବଳ ଟୁର୍ଣ୍ଣାମେଣ୍ଟ ପ୍ରଭାବିତ ହେବ ନାହିଁ ବରଂ ପାକିସ୍ତାନ କ୍ଵାଲିଫାଏ ହେବ ସମ୍ଭାବନା ମଧ୍ୟ ଆଶଙ୍କାରେ ରହିଯିବ ।

ଏଥିସହ ପଢ଼ନ୍ତୁ: ଦ୍ବିତୀୟ ଥର WPL ଟ୍ରଫି ଜିତିଲା RCB, ପୁଣି ଭାଙ୍ଗିଲା ଦିଲ୍ଲୀର ଦିଲ୍‌

ଏହାରି ଭିତରେ ଶ୍ରୀଲଙ୍କାର କ୍ରିକେଟ୍ ବୋର୍ଡ (SLC) ପାକିସ୍ତାନକୁ ଦୁଇ ପୃଷ୍ଠାର ଚିଠି ଲେଖିଛି । ଯେଉଁଥିରେ ଶ୍ରୀଲଙ୍କା ଲେଖିଛି, "ପ୍ରତିଷ୍ଠିତ ମ୍ୟାଚ୍‌ରେ ଖେଳନ୍ତୁ, ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ଓ କୋଟି କୋଟି କ୍ରିକେଟ ପ୍ରେମୀଙ୍କ ଉତ୍ସାହକୁ ଦ୍ଵିଗୁଣିତ କରାନ୍ତୁ । ଏବେ ଟିକେଟ୍ ବିକ୍ରି ରେକର୍ଡ ସ୍ତରରେ ରହିଛି । ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ଚାହିଦା ଓ ଉତ୍ସାହ ଅସାଧାରଣ ରହିଛି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚିଠିରେ ଶ୍ରୀଲଙ୍କା ପୁରୁଣା ସ୍ମୃତିକୁ ମନେ ପକାଇ କହିଛି, "ଶ୍ରୀଲଙ୍କା ସବୁବେଳେ ପାକିସ୍ତାନର ସମର୍ଥନ କରିଥାଏ ।" ଶ୍ରୀଲଙ୍କା ୨୦୦୯ ଲାହୋର ଆକ୍ରମଣ କଥା ମନେଇ ପକାଇ କହିଛି, "ପାକିସ୍ତାନରେ ଆମ ଖେଳାଳିଙ୍କ ଉପରେ ଆକ୍ରମଣ ହୋଇଥିଲା । ତଥାପି ଅନ୍ତର୍ଜାତୀୟ ପ୍ରତିବଦ୍ଧତା ରକ୍ଷା କରିଥିଲୁ ।"

ସେହିଭଳି ୨୦୨୫ ନଭେମ୍ବର ମାସରେ ଇସଲାମାବାଦରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପରେ ବି ଶ୍ରୀଲଙ୍କା, ପାକିସ୍ତାନକୁ ସମର୍ଥନ ଦେଇଥିବା କହିଛି । ଆଉ ଏବେ ସେହିଭଳି ସମର୍ଥନ ପାକିସ୍ତାନ ଠାରୁ ଆଶା ରଖିଛି ଶ୍ରୀଲଙ୍କା ।

ଏଥିସହ ପଢ଼ନ୍ତୁ: ବିଶ୍ବକପ୍‌ ଫାଇନାଲରେ ଭାରତ ସହ ମ୍ୟାଚ୍‌ ପଡ଼ିଲେ କ'ଣ କରିବ ପାକିସ୍ତାନ ?

ଶ୍ରୀଲଙ୍କ କହିଛି, "ଯଦି ମ୍ୟାଚ୍ ନ ହୁଏ, ତାହେଲେ କେବଳ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନୁହେଁ ଦେଶର ପର୍ଯ୍ୟଟନ ଏବଂ ଆର୍ଥିକ ସ୍ଵାର୍ଥକୁ ବିପୁଳ କ୍ଷତି ହେବ । ଆମେ ସୁରକ୍ଷା ସହ ସମସ୍ତ ବ୍ୟବସ୍ଥା ନିଶ୍ଚିତ କରୁଛୁ । ନମ୍ରତାର ସହ ଅନୁରୋଧ କରୁଛୁ, ପିସିବି ଏହି ପ୍ରତିଷ୍ଠିତ ମୁକାବିଲା ଖେଳିବାକୁ ପୁନର୍ବିଚାର କରୁ ।"

ଚିଠିରେ ଶ୍ରୀଲଙ୍କା କହିଛି, "ଆମେ ସବୁବେଳେ ପାକିସ୍ତାନକୁ ସହଯୋଗ କରିଛୁ ଓ ଅନ୍ତର୍ଜାତୀୟ କ୍ରିକେଟରେ ସମର୍ଥନ ଦେଇଛୁ । ପରିସ୍ଥିତି ଯେତେ ବି ଆହ୍ଵାନପୂର୍ଣ୍ଣ ଥାଉ ସହଯୋଗ ଦେଇଛୁ । ୨୦୦୯ ଓ ୨୦୨୫ ଆକ୍ରମଣ ପରେ ବି ଶ୍ରୀଲଙ୍କା ଖେଳ କ୍ଷେତ୍ରରେ ପାକିସ୍ତାନର ସାଥ୍ ଦେଇଛି ।" ତେବେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ପିସିବି ମନ ବଦଳାଉଛି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
India vs Pakistan Match in Doubt, Sri Lanka Recalls Lahore Attack | Argus News | Argus News