No Handshake Controversy / ପୁଣି ଫେରିଲା ନୋ-ହ୍ୟାଣ୍ଡସେକ୍ ବିବାଦ, ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶାଇଲେନି ଭାରତୀୟ ଖେଳାଳି
·8 months ago·2 min read

Key Points
ପୁଣି ଫେରିଲା ନୋ ହ୍ୟାଣ୍ଡସେକ୍ ବିବାଦ । ଭାରତ ଜିତିଲା ମ୍ୟାଚ୍ । ପାକିସ୍ତାନୀ ଖେଳାଳିଙ୍କ ସହ ମିଶାଇଲେନି ହାତ ।
ପ୍ରଥମେ ୨୦୨୫ ପୁରୁଷ ଏସିଆ କପ୍ । ଏହା ପରେ ମହିଳା ଦିନିକିଆ ବିଶ୍ବକପ୍ । ଆଉ ଏବେ ହଂକଂ ସିକ୍ସେସ୍ ଟୁର୍ଣ୍ଣାମେଣ୍ଟ । ଭାରତୀୟ ଖେଳାଳି ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନାହାନ୍ତି । ନଭେମ୍ବର ୭ରେ ହଂକଂ ସିକ୍ସେସ୍ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚ୍ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଡିଏଲ୍ଏସ୍ ନିୟମ ଅନୁସାରେ, ଭାରତ ଏହି ମ୍ୟାଚ୍କୁ ୨ ରନ୍ରେ ନିଜ ନାମରେ କରିଥିଲା । ତେବେ ଏହି ମ୍ୟାଚ୍ ପରେ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ଆଗକୁ ଆସି ନଥିଲା।
ଶୁକ୍ରବାର ହଂକଂ ସିକ୍ସେସ୍ରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ତେବେ ବର୍ଷା କାରଣରୁ ଭାରତ ଏହି ମ୍ୟାଚ୍କୁ ୨ ରନ୍ରେ ବିଜୟଲାଭ କରିଥିଲା । ତେବେ ଯେତେବେଳେ ମ୍ୟାଚ୍ ଶେଷ ହୋଇଥିଲା, ଉଭୟ ଦଳର ଖେଳାଳିମାନେ ବାହାରକୁ ଆସି ନଥିଲେ । ସେମାନେ ନିଜ ନିଜ ସ୍ଥାନରେ ଠିଆ ହୋଇଥିଲେ । ଏସିଆ କପ୍ ପରେ, ଭାରତୀୟ ଖେଳାଳିମାନେ ମହିଳା ବିଶ୍ୱକପରେ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନଥିଲେ ।
ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟ ଗଲେ ଶାମିଙ୍କ ପତ୍ନୀ, ୪ ଲକ୍ଷ ନୁହେଁ...ଭରଣପୋଷଣ ପାଇଁ ଦାବି କଲେ ୧୦ ଲକ୍ଷ
ଭାରତ ବନାମ ପାକିସ୍ତାନ ହାତ ମିଳାଇବା ବିବାଦ ଏସିଆ କପରେ ଆରମ୍ଭ ହୋଇଥିଲା । ସେପ୍ଟେମ୍ବର ୧୪ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ସଲମାନ ଆଗା ଟସ୍ ସମୟରେ ହାତ ମିଳାଇ ନଥିଲେ। ମ୍ୟାଚ୍ ପରେ ମଧ୍ୟ ଟିମ୍ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବା ପାଇଁ ଡ୍ରେସିଂ ରୁମ୍ ବାହାରକୁ ଆସି ନଥିଲା ।
ସେହିପରି ସେପ୍ଟେମ୍ବର ୨୮ ତାରିଖରେ ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ PCB ମୁଖ୍ୟ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା । ଆଉ ସେବେଠାରେ ଭାରତକୁ ଏସିଆ କପ୍ ଟ୍ରଫି ମିଳିପାରିନି । ତେବେ ଏହା ମଧ୍ୟରେ ଏସିଆ କପ୍ ଫାଇନାଲକୁ ଏକ ମାସରୁ ଅଧିକ ସମୟ ହୋଇସାରିଲାଣି କିନ୍ତୁ ଏସିଆ କପ୍ ଟ୍ରଫି ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଟ୍ରଫି ଏବେ ବି ନକଭିଙ୍କ ପାଖରେ ଅଛି।
ଭାରତୀୟ ଦଳ ନଭେମ୍ବର ୭ ତାରିଖରେ ପାକିସ୍ତାନ ବିପକ୍ଷରେ ହଂକଂ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିଥିଲା। ରବିନ୍ ଉଥାପ୍ପାଙ୍କ ଧମାକାଦାର ୨୮ ରନ୍ ଇନିଂସ ପାଇଁ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୬ ଓଭରରେ ୮୬ ରନ୍ କରିଥିଲା । ଜବାବରେ, ପାକିସ୍ତାନ ୩ ଓଭରରେ ୪୧ ରନ୍ କରିଥିଲା ଯେତେବେଳେ ବର୍ଷା ଆସିଥିଲା। ବର୍ଷା ବନ୍ଦ ହୋଇନଥିଲା, ତା’ପରେ DLS ପଦ୍ଧତି ମାଧ୍ୟମରେ ଭାରତକୁ ୨ ରନ୍ ରେ ବିଜେତା ଘୋଷଣା କରାଯାଇଥିଲା।
ଶୁକ୍ରବାର ହଂକଂ ସିକ୍ସେସ୍ରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ତେବେ ବର୍ଷା କାରଣରୁ ଭାରତ ଏହି ମ୍ୟାଚ୍କୁ ୨ ରନ୍ରେ ବିଜୟଲାଭ କରିଥିଲା । ତେବେ ଯେତେବେଳେ ମ୍ୟାଚ୍ ଶେଷ ହୋଇଥିଲା, ଉଭୟ ଦଳର ଖେଳାଳିମାନେ ବାହାରକୁ ଆସି ନଥିଲେ । ସେମାନେ ନିଜ ନିଜ ସ୍ଥାନରେ ଠିଆ ହୋଇଥିଲେ । ଏସିଆ କପ୍ ପରେ, ଭାରତୀୟ ଖେଳାଳିମାନେ ମହିଳା ବିଶ୍ୱକପରେ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନଥିଲେ ।
ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟ ଗଲେ ଶାମିଙ୍କ ପତ୍ନୀ, ୪ ଲକ୍ଷ ନୁହେଁ...ଭରଣପୋଷଣ ପାଇଁ ଦାବି କଲେ ୧୦ ଲକ୍ଷ
ଭାରତ ବନାମ ପାକିସ୍ତାନ ହାତ ମିଳାଇବା ବିବାଦ ଏସିଆ କପରେ ଆରମ୍ଭ ହୋଇଥିଲା । ସେପ୍ଟେମ୍ବର ୧୪ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ସଲମାନ ଆଗା ଟସ୍ ସମୟରେ ହାତ ମିଳାଇ ନଥିଲେ। ମ୍ୟାଚ୍ ପରେ ମଧ୍ୟ ଟିମ୍ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବା ପାଇଁ ଡ୍ରେସିଂ ରୁମ୍ ବାହାରକୁ ଆସି ନଥିଲା ।ସେହିପରି ସେପ୍ଟେମ୍ବର ୨୮ ତାରିଖରେ ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ PCB ମୁଖ୍ୟ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା । ଆଉ ସେବେଠାରେ ଭାରତକୁ ଏସିଆ କପ୍ ଟ୍ରଫି ମିଳିପାରିନି । ତେବେ ଏହା ମଧ୍ୟରେ ଏସିଆ କପ୍ ଫାଇନାଲକୁ ଏକ ମାସରୁ ଅଧିକ ସମୟ ହୋଇସାରିଲାଣି କିନ୍ତୁ ଏସିଆ କପ୍ ଟ୍ରଫି ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଟ୍ରଫି ଏବେ ବି ନକଭିଙ୍କ ପାଖରେ ଅଛି।
ଭାରତୀୟ ଦଳ ନଭେମ୍ବର ୭ ତାରିଖରେ ପାକିସ୍ତାନ ବିପକ୍ଷରେ ହଂକଂ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିଥିଲା। ରବିନ୍ ଉଥାପ୍ପାଙ୍କ ଧମାକାଦାର ୨୮ ରନ୍ ଇନିଂସ ପାଇଁ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୬ ଓଭରରେ ୮୬ ରନ୍ କରିଥିଲା । ଜବାବରେ, ପାକିସ୍ତାନ ୩ ଓଭରରେ ୪୧ ରନ୍ କରିଥିଲା ଯେତେବେଳେ ବର୍ଷା ଆସିଥିଲା। ବର୍ଷା ବନ୍ଦ ହୋଇନଥିଲା, ତା’ପରେ DLS ପଦ୍ଧତି ମାଧ୍ୟମରେ ଭାରତକୁ ୨ ରନ୍ ରେ ବିଜେତା ଘୋଷଣା କରାଯାଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories