India Defeated Pakistan / ଦୀପ୍ତିଙ୍କ ବୋଲିଂ, ସ୍ମୃତିଙ୍କ ବ୍ୟାଟିଂରେ ପାକିସ୍ତାନ ଘାଇଲା; ୬୪ ରନ୍ରେ ଜିତିଲା ଭାରତ
·2 hours ago·2 min read

Key Points
ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଭାରତ ଠାରୁ ପାକିସ୍ତାନ ଶୋଚନୀୟ ପରାଜୟ ବରଣ କରିଛି । ବର୍ମିଂହାମରେ ଖେଳା ଯାଇଥିବା ମହିଳା ଟି-ଟ୍ଵେଣ୍ଟି ବିଶ୍ଵକପ୍ ଗ୍ରୁପ୍ ଏର ଷଷ୍ଠ ମ୍ୟାଚ୍କୁ ଭାରତ ୬୪ ରନ୍ରେ ଜିତି ନେଇଛି ।
ନୂଆଦିଲ୍ଲୀ: ମହିଳା ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ । ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଭାରତ ଠାରୁ ପାକିସ୍ତାନ ଶୋଚନୀୟ ପରାଜୟ ବରଣ କରିଛି । ବର୍ମିଂହାମରେ ଖେଳା ଯାଇଥିବା ମହିଳା ଟି-ଟ୍ଵେଣ୍ଟି ବିଶ୍ଵକପ୍ ଗ୍ରୁପ୍ ଏର ଷଷ୍ଠ ମ୍ୟାଚ୍କୁ ଭାରତ ୬୪ ରନ୍ରେ ଜିତି ନେଇଛି ।
ଭାରତୀୟ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ୬ ୱିକେଟ୍ ହରାଇ ଭାରତ ୧୭୦ ରନ୍ ସ୍କୋର୍ କରିଥିଲା । ଜବାବରେ ପାକିସ୍ତାନ ୧୭ ଓଭର୍ରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୬ ରନ୍ କରିବାରେ ସକ୍ଷମ ହୋଇଛି । ଫଳର ଭାରତ ପାକିସ୍ତାନକୁ ହରାଇବା ସହ ବିଜୟରୁ ଆରମ୍ଭ କରିଛି ବିଶ୍ଵକପ୍ ଅଭିଯାନ ।
ଏଥିସହ ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀ ମଧ୍ୟରେ ଆସିଲା ନୀତୀଶ ରେଡ୍ଡୀଙ୍କ ମାଆଙ୍କ ଫୋନ୍, ତାପରେ...
ମ୍ୟାଚରେ ଓପନର ସ୍ମୃତି ମନ୍ଧାନାଙ୍କ ଜବରଦସ୍ତ ବ୍ୟାଟିଂ ଏବଂ ସ୍ପିନର ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂ ପାକିସ୍ତାନ ଦଳକୁ ପରାଜୟର ରାସ୍ତା ଦେଖାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ପ୍ରଥମେ ଭଲ ନଥିଲା । ମାତ୍ର ୧୮ ରନରେ ଓପନର ଶେଫାଳି ବର୍ମା ୬ ରନ୍ ଏବଂ ଜେମିମା ରୋଡ୍ରିଗ୍ସ ୧ ରନ୍ କରି ଆଉଟ୍ ହୋଇଯିବା ପରେ ଦଳ ଉପରେ ଚାପ ବଢ଼ି ଯାଇଥିଲା ।
ଏହି ସମୟରେ ଦଳକୁ ସମ୍ଭାଳିଥିଲେ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ଅଧିନାୟିକା ହରମନପ୍ରୀତ କୌର । ସ୍ମୃତି ମନ୍ଧାନା ମାତ୍ର ୪୪ ବଲ୍ରେ ୯ଟି ଚୌକା ଓ ୨ଟି ଛକା ସହାୟତାରେ ଧୂଆଁଧାର ୬୮ ରନର ପାଳି ଖେଳିଥିଲେ । ସେହିଭଳି ହରମନପ୍ରୀତ କୌର ୩୬ ରନ୍ ସ୍କୋର୍ କରିଥିଲେ । ଶେଷ ଓଭର୍ରେ ୱିକେଟକିପର ରିଚା ଘୋଷ ମାତ୍ର ୧୭ ବଲ୍ରେ ୩୪ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ । ଫଳରେ ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୦ ରନ୍ ସ୍କୋର୍ କରିଥିଲା ।
ଏଥିସହ ପଢ଼ନ୍ତୁ: କ୍ରିକେଟ ମୈଦାନରେ ଅଜବ ଦୃଶ୍ୟ; ଝଗଡ଼ା କଲେ କ୍ରିକେଟର, ଅଟକାଇଲେ ଶିବମ ଦୁବେ
ଦୀପ୍ତିଙ୍କ ସ୍ପିନରେ ଛନ୍ଦି ହେଲା ପାକିସ୍ତାନ
୧୭୧ ରନର ଏକ ବଡ଼ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଦଳ ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ସାମ୍ନା କରି ପାରି ନଥିଲା । ଷ୍ଟାର୍ ଅଲରାଉଣ୍ଡର ଦୀପ୍ତି ଶର୍ମା ୪ ଓଭର ବୋଲିଂ କରି ମାତ୍ର ୧୦ ରନ୍ ଦେବା ସହ ପାକିସ୍ତାନର ୫ ଜଣ ପ୍ରମୁଖ ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ସେହିଭଳି ଶ୍ରୀ ଚରନୀ ୪ ଓଭର୍ରେ ୨୧ ବ୍ୟୟ କରି ୩ ସଫଳତା ହାସଲ କରିଛନ୍ତି ।
What. A. Finish 🥳
— BCCI Women (@BCCIWomen) June 14, 2026
3️⃣ wickets in an over and Deepti Sharma has a superb 𝙁𝙄𝙁𝙀𝙍 🖐️#TeamIndia wrap a dominant 6️⃣4️⃣-run victory to kickoff our #T20WorldCup campaign 👏
Scorecard ▶️ https://t.co/1tfRc3jcrX#WomenInBlue | #T20WorldCup pic.twitter.com/vhvCoE9tXu
ଭାରତୀୟ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ୬ ୱିକେଟ୍ ହରାଇ ଭାରତ ୧୭୦ ରନ୍ ସ୍କୋର୍ କରିଥିଲା । ଜବାବରେ ପାକିସ୍ତାନ ୧୭ ଓଭର୍ରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୬ ରନ୍ କରିବାରେ ସକ୍ଷମ ହୋଇଛି । ଫଳର ଭାରତ ପାକିସ୍ତାନକୁ ହରାଇବା ସହ ବିଜୟରୁ ଆରମ୍ଭ କରିଛି ବିଶ୍ଵକପ୍ ଅଭିଯାନ ।
ଏଥିସହ ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀ ମଧ୍ୟରେ ଆସିଲା ନୀତୀଶ ରେଡ୍ଡୀଙ୍କ ମାଆଙ୍କ ଫୋନ୍, ତାପରେ...
ମ୍ୟାଚରେ ଓପନର ସ୍ମୃତି ମନ୍ଧାନାଙ୍କ ଜବରଦସ୍ତ ବ୍ୟାଟିଂ ଏବଂ ସ୍ପିନର ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂ ପାକିସ୍ତାନ ଦଳକୁ ପରାଜୟର ରାସ୍ତା ଦେଖାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ପ୍ରଥମେ ଭଲ ନଥିଲା । ମାତ୍ର ୧୮ ରନରେ ଓପନର ଶେଫାଳି ବର୍ମା ୬ ରନ୍ ଏବଂ ଜେମିମା ରୋଡ୍ରିଗ୍ସ ୧ ରନ୍ କରି ଆଉଟ୍ ହୋଇଯିବା ପରେ ଦଳ ଉପରେ ଚାପ ବଢ଼ି ଯାଇଥିଲା ।
ଏହି ସମୟରେ ଦଳକୁ ସମ୍ଭାଳିଥିଲେ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ଅଧିନାୟିକା ହରମନପ୍ରୀତ କୌର । ସ୍ମୃତି ମନ୍ଧାନା ମାତ୍ର ୪୪ ବଲ୍ରେ ୯ଟି ଚୌକା ଓ ୨ଟି ଛକା ସହାୟତାରେ ଧୂଆଁଧାର ୬୮ ରନର ପାଳି ଖେଳିଥିଲେ । ସେହିଭଳି ହରମନପ୍ରୀତ କୌର ୩୬ ରନ୍ ସ୍କୋର୍ କରିଥିଲେ । ଶେଷ ଓଭର୍ରେ ୱିକେଟକିପର ରିଚା ଘୋଷ ମାତ୍ର ୧୭ ବଲ୍ରେ ୩୪ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ । ଫଳରେ ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୦ ରନ୍ ସ୍କୋର୍ କରିଥିଲା ।
ଏଥିସହ ପଢ଼ନ୍ତୁ: କ୍ରିକେଟ ମୈଦାନରେ ଅଜବ ଦୃଶ୍ୟ; ଝଗଡ଼ା କଲେ କ୍ରିକେଟର, ଅଟକାଇଲେ ଶିବମ ଦୁବେ
ଦୀପ୍ତିଙ୍କ ସ୍ପିନରେ ଛନ୍ଦି ହେଲା ପାକିସ୍ତାନ
୧୭୧ ରନର ଏକ ବଡ଼ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଦଳ ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ସାମ୍ନା କରି ପାରି ନଥିଲା । ଷ୍ଟାର୍ ଅଲରାଉଣ୍ଡର ଦୀପ୍ତି ଶର୍ମା ୪ ଓଭର ବୋଲିଂ କରି ମାତ୍ର ୧୦ ରନ୍ ଦେବା ସହ ପାକିସ୍ତାନର ୫ ଜଣ ପ୍ରମୁଖ ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ସେହିଭଳି ଶ୍ରୀ ଚରନୀ ୪ ଓଭର୍ରେ ୨୧ ବ୍ୟୟ କରି ୩ ସଫଳତା ହାସଲ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories