Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କ୍ରିକେଟ ମୈଦାନରେ ଅଜବ ଦୃଶ୍ୟ; ଝଗଡ଼ା କଲେ କ୍ରିକେଟର, ଅଟକାଇଲେ ଶିବମ ଦୁବେ

Sports

Cricket Controversy / କ୍ରିକେଟ ମୈଦାନରେ ଅଜବ ଦୃଶ୍ୟ; ଝଗଡ଼ା କଲେ କ୍ରିକେଟର, ଅଟକାଇଲେ ଶିବମ ଦୁବେ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
କ୍ରିକେଟ ମୈଦାନରେ ଅଜବ ଦୃଶ୍ୟ; ଝଗଡ଼ା କଲେ କ୍ରିକେଟର, ଅଟକାଇଲେ ଶିବମ ଦୁବେ
Cricket Controversy

Key Points

ଖେଳ ଖେଳ ଭିତରେ ମହାଭାରତ
କ୍ରିକେଟ୍ ମୈଦାନ ହଠାତ୍ ପାଲଟିଲା ରଣକ୍ଷେତ୍ର
ଖେଳ ଛାଡ଼ି ଝଗଡ଼ାରେ ମାତିଲେ ଖେଳାଳି
୨୦୨୬ ଟି-୨୦ ମୁମ୍ବାଇ ଲିଗ୍ ଫାଇନାଲରେ ହଙ୍ଗାମା । ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଖେଳାଳିମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି । ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଭୟ ଦଳର ଖେଳାଳି ଏବଂ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । MSC ମରାଠା ରୟାଲ୍ସ ଏବଂ ARCS ଅନ୍ଧେରୀ ମଧ୍ୟରେ ଫାଇନାଲ ମ୍ୟାଚରେ ଯୁକ୍ତିତର୍କ ଯୋଗୁଁ ପରିସ୍ଥିତି ଏମିତି ହୋଇଥିଲା ଯେ ଖେଳ ଛାଡ଼ି ମାରପିଟ ପାଇଁ ବାହାରିଥିଲେ ଖେଳାଳି ।

  • T20 ମୁମ୍ବାଇର ଫାଇନାଲରେ ହଙ୍ଗାମା
ଫାଇନାଲରେ ARCS ଅନ୍ଧେରୀର ରନ ଚେଜ୍ ସମୟରେ ପରିସ୍ଥିତି ଏପରି ହୋଇଥିଲା ଯେ ଗୌରବ ଜଠର ଇରଫାନ ଉମୈରଙ୍କ ବଲରେ ଛକା ମାରିଥିଲେ, କିନ୍ତୁ ପରବର୍ତ୍ତୀ ବଲରେ ଇରଫାନ ତାଙ୍କୁ ଆଉଟ୍ କରିଥିଲେ । ଏହି ୱିକେଟ୍ ପରେ ମରାଠା ରୟାଲ୍ସ ଅଜବ ଢଙ୍ଗରେ ସେଲିବ୍ରେସନ କରିଥିଲେ । ଜଠର ତାଙ୍କ ୱିକେଟ ହରାଇବା ପରେ ରାଗି ଯାଇଥିଲେ ଏବଂ ଭାରତୀୟ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେଙ୍କ ସହ ଯୁକ୍ତିତର୍କ କରିଥିଲେ । ଅମ୍ପାୟାର ଏବଂ ଖେଳାଳିମାନେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ହସ୍ତକ୍ଷେପ କରିଥିବା ଦେଖିବାକୁ ମିଳିଥିଲା ।

ପଢନ୍ତୁ ଏହି ଖବର: IND VS PAK ମ୍ୟାଚରେ ହେବ କି ହ୍ୟାଣ୍ଡସେକ୍ ? ବଡ଼ ସଙ୍କେତ ଦେଲେ ହରମନପ୍ରୀତ

ଉତ୍ତେଜନା ଏତିକିରେ ଶେଷ ହୋଇନଥିଲା, କାରଣ ଗୌରବ ମଧ୍ୟ ARCS ଅନ୍ଧେରୀ ଡଗ୍ଆଉଟ୍ ନିକଟରେ ମଧ୍ୟ ମରାଠା ରୟାଲ୍ସର ଜଣେ ଖେଳାଳିଙ୍କ ସହ ଯୁକ୍ତିତର୍କ କରିଥିଲେ । ଅନ୍ଧେରୀ ଅଧିନାୟକ ଶିବମ୍ ଦୁବେ ଏବଂ ଅନ୍ୟ ଖେଳାଳିମାନଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ମରାଠା ରୟାଲ୍ସର ଖେଳାଳି ଏବଂ ଅମ୍ପାୟାର ମଧ୍ୟ ପରିସ୍ଥିତିକୁ ଶାନ୍ତ କରିଥିଲେ ।


  • ଟି-୨୦ ମୁମ୍ବାଇ ୨୦୨୬ ଟାଇଟଲ କିଏ ଜିତିଲା ?
ଗତବର୍ଷ MSC ମରାଠା ରୟାଲ୍ସ ଟି୨୦ ମୁମ୍ବାଇ ଟାଇଟଲ ଜିତିଥିଲା ​​ଏବଂ ଚଳିତ ବର୍ଷର ଫାଇନାଲରେ ଏହାକୁ ଡିଫେଣ୍ଡ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମେ ବ୍ୟାଟିଂ କରି ସେମାନେ ୧୫୪ ରନ କରିଥିଲେ। ଜବାବରେ, ARCS ଅନ୍ଧେରୀ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୪୬ ରନ କରିପାରିଥିଲା । ମରାଠା ରୟାଲ୍ସ ୮ ରନରେ ବିଜୟୀ ହୋଇ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ କରିଥିଲା । ତୁଷାର ଦେଶପାଣ୍ଡେ ତାଙ୍କ ବୋଲିଂରେ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ । ସେ ୫୧ ରନରେ ବ୍ୟାଟିଂ କରୁଥିବା ଦିବ୍ୟାଂଶ ସକ୍ସେନାଙ୍କୁ ଆଉଟ୍ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored