Ind vs Zim / ଜିମ୍ବାଓ୍ବେ ବିପକ୍ଷରେ ବ୍ୟାଟିଂ କରିବ ଭାରତ, ଦଳକୁ ଫେରିଲେ ସଞ୍ଜୁ ଓ ଅକ୍ଷର
·4 months ago·2 min read

Key Points
ଜିମ୍ବାୱେ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ
ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଜିମ୍ବାୱେ
ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ
ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଜିମ୍ବାୱେ
ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ
ଟି-୨୦ ବିଶ୍ବକପରେ ଗୁରୁବାର ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଜିମ୍ବାଓ୍ବେ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଜିମ୍ବାଓ୍ବେ । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ । ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଓ୍ବାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ଅକ୍ଷର ପଟେଲ ଦଳକୁ ଫେରିଥିବା ବେଳେ ରିଙ୍କୁ ସିଂଙ୍କ ସ୍ଥାନରେ ସଞ୍ଜୁ ସାମସନ୍ ଦଳକୁ କମବ୍ୟାକ୍ କରିଛନ୍ତି । ତେବେ ସେମିଫାଇନାଲ ରେସରେ ରହିବାକୁ ହେଲେ ଗୁରୁବାର ଭାରତକୁ ବିଜୟ ହାସଲ କରିବାକୁ ପଡ଼ିବ ।
ସେପଟେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଜିତିଲା ଦକ୍ଷିଣ ଆଫ୍ରିକା । ଆଉ ସେମିଫାଇନାଲ ଯିବା ପାଇଁ ଟିମ୍ ଇଣ୍ଡିଆର ରାସ୍ତା ହେଲା ସହଜ । ଭାରତ ସୁପର-୮ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୭ ରନ୍ରେ ପରାଜୟ ବରଣ କରିଥିଲା । ଆଉ ଏହି ପରାଜୟ ପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଯିବାକୁ ନେଇ ଅନେକ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା । ଭାରତ ତା’ର ଦୁଇଟି ମ୍ୟାଚ୍ ବିଜୟ ସହ ନେଟ୍ ରନ୍ ରେଟକୁ ମଧ୍ୟ ସୁଧାରିବା ଆବଶ୍ୟକ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜକୁ ୯ ଓ୍ବିକେଟରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ସାମ୍ନାରେ ନେଟ୍ ରନ୍ ରେଟ୍କୁ ନେଇ ଆଉ କୌଣସି ସମସ୍ୟା ନାହିଁ । ଯଦି ଭାରତ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ଲାଭ କରେ ତେବେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ।
ପଢନ୍ତୁ ଏହି ଖବର: ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା, ଭାରତର ସେମିଫାଇନାଲ ଯିବା ରାସ୍ତା ହେଲା ସହଜ
A look at #TeamIndia's Playing XI for the #INDvZIM contest 🙌
— BCCI (@BCCI) February 26, 2026
Updates ▶️ https://t.co/p4GxtxGkBf#T20WorldCup | #MenInBlue pic.twitter.com/CTXKP3bwIu
ସେପଟେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଜିତିଲା ଦକ୍ଷିଣ ଆଫ୍ରିକା । ଆଉ ସେମିଫାଇନାଲ ଯିବା ପାଇଁ ଟିମ୍ ଇଣ୍ଡିଆର ରାସ୍ତା ହେଲା ସହଜ । ଭାରତ ସୁପର-୮ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୭ ରନ୍ରେ ପରାଜୟ ବରଣ କରିଥିଲା । ଆଉ ଏହି ପରାଜୟ ପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଯିବାକୁ ନେଇ ଅନେକ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା । ଭାରତ ତା’ର ଦୁଇଟି ମ୍ୟାଚ୍ ବିଜୟ ସହ ନେଟ୍ ରନ୍ ରେଟକୁ ମଧ୍ୟ ସୁଧାରିବା ଆବଶ୍ୟକ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜକୁ ୯ ଓ୍ବିକେଟରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ସାମ୍ନାରେ ନେଟ୍ ରନ୍ ରେଟ୍କୁ ନେଇ ଆଉ କୌଣସି ସମସ୍ୟା ନାହିଁ । ଯଦି ଭାରତ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ଲାଭ କରେ ତେବେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ।
ପଢନ୍ତୁ ଏହି ଖବର: ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା, ଭାରତର ସେମିଫାଇନାଲ ଯିବା ରାସ୍ତା ହେଲା ସହଜ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories