Asia Cup Final / ଭାରତ ଜିତିଲା ଏସିଆ କପ୍, କିନ୍ତୁ ଟ୍ରଫି ହୋଟେଲ ନେଇ ପଳେଇଲେ ପାକିସ୍ତାନ ମନ୍ତ୍ରୀ

Key Points
ମଞ୍ଚରୁ ଲଜ୍ଜିତ ହୋଇ ଫେରିବା ସହ ଟ୍ରଫି ନେଇ ପଲାଇଲେ ପିସିବି ଅଧ୍ୟକ୍ଷ ନକଭୀ । ତୁରନ୍ତ ଟ୍ରଫି ଦେବାକୁ ଭାରତର ଦାବି ।
ଏସିଆ କପ୍-୨୦୨୫ ଫାଇନାଲରେ ପାକିସ୍ତାନକୁ ହରାଇଲା ଭାରତ । ତିଲକ ବର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ୫ ଓ୍ବିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ଏହି ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍ ଟାଇଟଲ ଜିତିଥିଲା ।
ଟିମ୍ ଇଣ୍ଡିଆର ଟାଇଟଲ ବିଜୟ ପରେ, ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେସନର ବହୁ ନାଟକ ଦେଖିବାକୁ ମିଳିଥିଲା । ଏସିଆ କପ୍ ଜିତିବା ପରେ ଟିମ୍ ଇଣ୍ଡିଆ ACC ମୁଖ୍ୟ ଏବଂ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଥିଲା । ତେବେ ଏନେଇ ବିସିସିଆଇ ସଚିବ ପ୍ରତିକ୍ରିୟା ଦେଇଛନ୍ତି ।
ବିସିସିଆଇ ସଚିବ ଦେବଜିତ ସାଇକିଆ କ’ଣ କହିଛନ୍ତି
ଏସିସି ମୁଖ୍ୟ ଏବଂ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କଠାରୁ ଟିମ୍ ଇଣ୍ଡିଆର ଟ୍ରଫି ଗ୍ରହଣ କରିବାକୁ ମନା କରିବା ସମ୍ପର୍କରେ, ବିସିସିଆଇ ସଚିବ ଦେବଜିତ ସାଇକିଆ ନ୍ୟୁଜ୍ ଏଜେନ୍ସି ANIକୁ କହିଛନ୍ତି, ଆମେ ପୂର୍ବରୁ ନିଷ୍ପତ୍ତି ନେଇଥିଲୁ କି ACC ଅଧ୍ୟକ୍ଷ ତଥା ପିସିବି ମୁଖ୍ୟଙ୍କ ହାତରୁ ବିଜୟ ଟ୍ରଫି ନେବୁନି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତି ଆମ ଦେଶକୁ ଦିଆଯିବାକୁ ଥିବା ଟ୍ରଫି ଓ ମେଡାଲଗୁଡ଼ିକୁ ତାଙ୍କ ହୋଟେଲ ରୁମକୁ ନେଇଯିବେ । ଏହା ଏକ ଅଭାବନୀୟ ଘଟଣା ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ହରାଇବା ପରେ PM ମୋଦିଙ୍କ ପୋଷ୍ଟ; କହିଲେ, କ୍ରିକେଟ ପଡ଼ିଆରେ ସଫଳ ହେଲା 'ଅପରେସନ୍ ସିନ୍ଦୂର'
📱 Get Argus News App
✨ସେହିପରି ଦେବଜିତ ସାଇକିଆ ଆହୁରି କହିଛନ୍ତି, "ଆମେ ଆଶା କରୁଛୁ ଯେ ସେ ଯଥାଶୀଘ୍ର ଭାରତକୁ ଟ୍ରଫି ଫେରାଇ ଦେବେ, ଯାହା ନୈତିକତାର କିଛି ଝଲକ ଦେଖାଇବ । ଅତି କମରେ ଆମେ ତାଙ୍କଠାରୁ ଏହା ଆଶା କରୁଛୁ। ନଭେମ୍ବରରେ ଦୁବାଇରେ ଆଇସିସି ସମ୍ମିଳନୀ ହେଉଛି। ପରବର୍ତ୍ତୀ ସମ୍ମିଳନୀରେ, ଆମେ ଏସିସି ସଭାପତିଙ୍କ କାର୍ଯ୍ୟ ବିରୁଦ୍ଧରେ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଦୃଢ଼ ପ୍ରତିବାଦ ଜଣାଇବୁ ବୋଲି ସେ କହିଛନ୍ତି ।
#WATCH मुंबई | BCCI सचिव देवजीत सैकिया ने एशिया कप जीतने पर भारतीय टीम को बधाई देने वाले प्रधानमंत्री मोदी के ट्वीट पर कहा, "हमने प्रधानमंत्री का ट्वीट देखा। हम इससे बहुत खुश हैं। पहले ऑपरेशन सिंदूर और अब ऑपरेशन तिलक... यह एक शत्रु देश के कुछ लोगों द्वारा की गई सभी बकवास… https://t.co/66xxcCZMv6 pic.twitter.com/RnlzLXeQSS
— ANI_HindiNews (@AHindinews) September 29, 2025
ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟ୍ ଉପରେ ବିସିସିଆଇ ସଚିବ କ’ଣ କହିଛନ୍ତି
ସେହିପରି ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆହୁରି କହିଛନ୍ତି, "ଆମେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଦେଖିଲୁ। ଆମେ ଏଥିରେ ବହୁତ ଖୁସି। ପ୍ରଥମେ ଅପରେସନ୍ ସିନ୍ଦୂର ଥିଲା ଏବଂ ଏବେ ଅପରେସନ୍ ତିଲକ୍ ହେଉଛି । ଏହା ଶତ୍ରୁ ଦେଶର କିଛି ଲୋକଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅସ୍ୱାଭାବିକ କାର୍ଯ୍ୟର ଏକ ଉପଯୁକ୍ତ ଜବାବ ବୋଲି ବିସିସିଆଇ ସଚିବ କହିଛନ୍ତି ।
ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, "ଫାଇନାଲ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ବିସିସିଆଇ ଅତ୍ୟନ୍ତ ଖୁସି ଏବଂ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଉଛି । ପାକିସ୍ତାନ ବିପକ୍ଷରେ ତିନୋଟି ମ୍ୟାଚ୍ ଏକପାଖିଆ ଥିଲା ଏବଂ ଦେଶକୁ ଗୌରବ ଆଣିବା ପାଇଁ ଆମେ ଆମର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ଅଭିନନ୍ଦନ ଜଣାଉଛୁ । ଆମେ ଆମ ଦଳ ଏବଂ କ୍ରିକେଟ୍ କ୍ଷେତ୍ରରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବହୁତ ଗର୍ବିତ। ଆମେ ଭାରତୀୟ ଦଳକୁ ୨୧ କୋଟି ଟଙ୍କାର ନଗଦ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି ।
Related Topics
Explore more stories