ODI World Cup / ବିଶ୍ବକପ୍ ସେମିଫାଇନାଲରେ ଭାରତ, ଆଉ ଦୁଇଟି ମ୍ୟାଚ୍ ଜିତିଲେ ଇତିହାସ ରଚିବ ଟିମ୍ ଇଣ୍ଡିଆ
·8 months ago·2 min read

Key Points
ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ । ବିଶ୍ବକପ୍ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କଲା ଟିମ୍ ଇଣ୍ଡିଆ । ଆଉ ୨ ମ୍ୟାଚ୍ ଜିତିଲେ ରଚିବ ଇତିହାସ ।
ICC ମହିଳା ବିଶ୍ୱକପ୍ ୨୦୨୫ର ସେମି ଫାଇନାଲରେ ଭାରତ । ଏକ ହାଇଭୋଲଟେଜ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଡକୱର୍ଥ-ଲୁଇସ୍ ପଦ୍ଧତିରେ ନ୍ୟୁଜିଲାଣ୍ଡକୁ ୫୩ ରନରେ ପରାସ୍ତ କରି ସୁପର-୪ରେ ପ୍ରବେଶ କରିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି ।
ଆଇସିସି ମହିଳା ବିଶ୍ବକପ୍ ୨୦୨୫ର ପ୍ରଥମ ସେମିଫାଇନାଲ ଅକ୍ଟୋବର ୨୯ରେ ଗୌହାଟିରେ ଅନୁଷ୍ଠିତ ହେବ । ସେହିପରି ଦ୍ବିତୀୟ ସେମିଫାଇନାଲ ଅକ୍ଟୋବର ୩୦ରେ ଓ ନଭେମ୍ବର ୨ରେ ଫାଇନାଲ ମ୍ୟାଚ୍ ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
ପୂର୍ବ ତିନୋଟି ମ୍ୟାଚ୍ରେ ପରାଜୟ ବରଣ କରିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଭାରତ ପାଇଁ କର ବା ମର ମୁକାବିଲା ଥିଲା । ଆଉ ଏହି ମ୍ୟାଚ୍ରେ ଦଳ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଏକ ଜବରଦସ୍ତ ବିଜୟ ହାସଲ କରିଥିଲା । ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଆଉ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଓପନର ସ୍ମୃତି ମନ୍ଧାନା (୧୦୯ ରନ) ଏବଂ ପ୍ରତୀକା ରାୱଲ (୧୨୨ ରନ) ୨୧୨ ରନର ରେକର୍ଡ ଓପନିଂ ପାର୍ଟନରସିପ୍ ସହିତ ଭାରତକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ । ଏହା ପରେ ଜେମିମାହ ରଡ୍ରିଗ୍ସଙ୍କ ଆକ୍ରମଣାତ୍ମକ ୭୬ ରନର ଅପରାଜିତ ଇନିଂସ ଖେଳି ୪୯ ଓଭରରେ ସ୍କୋରକୁ ୩ ଓ୍ବିକେଟ ବିନିମୟରେ ୩୪୦ ରନ୍ରେ ପହଞ୍ଚାଇଥିଲେ ।
ବର୍ଷା ଯୋଗୁଁ ମ୍ୟାଚ୍ ପ୍ରତ୍ୟେକ ୪୯ ଓଭରକୁ ହ୍ରାସ କରାଯାଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡର ଇନିଂସ ଆରମ୍ଭ ହେବା ମାତ୍ରେ ପୁଣି ବର୍ଷା ହୋଇଥିଲା । ଯାହାଫଳରେ ମ୍ୟାଚ୍କୁ ୪୪ ଓଭରକୁ ହ୍ରାସ କରିବାକୁ ପଡ଼ିଥିଲା । ବର୍ଷା ପ୍ରଭାବିତ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ ଓଭରରେ ୩୨୫ ରନର ଟାର୍ଗେଟ ଦିଆଯାଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ମାତ୍ର ୨୭୧ ରନ୍ରେ ସୀମିତ ରହିଥିଲା । ଭାରତ ପକ୍ଷରୁ ରେଣୁକା ସିଂହ ଏବଂ କ୍ରାନ୍ତି ଗୌର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଏହି ବିଜୟ ସହିତ ଭାରତ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଏବେ ଟିମ୍ ଇଣ୍ଡିଆ ଇତିହାସ ରଚିବା ପାଇଁ ମାତ୍ର ଦୁଇଟି ବିଜୟ ଦୂରରେ । ଯଦି ଭାରତ ଫାଇନାଲରେ ବିଜୟ ହାସଲ କରେ ତେବେ ପ୍ରଥମ ଥର ପାଇଁ ମହିଳା ବିଶ୍ବକପ୍ ଟାଇଟଲ ନିଜ ନାଁରେ କରିବ । ତେବେ ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆ ଅକ୍ଟୋବର ୨୬ ତାରିଖରେ ବାଂଲାଦେଶ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ୍ ଖେଳିବ । ଯାହା ସେମିଫାଇନାଲ ପୂର୍ବରୁ ଦଳର ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିବ।

ଅଧିକ ପଢ଼ନ୍ତୁ: ସିରିଜ୍ ଜିତିଲା ଅଷ୍ଟ୍ରେଲିଆ, ୧୭ ବର୍ଷ ପରେ ଆଡିଲେଡ୍ରେ ହାରିଲା ଭାରତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories