Indian Cricket Match Fixing / ଭାରତୀୟ କ୍ରିକେଟକୁ ପୁଣି ଫେରିଲା 'ମ୍ୟାଚ୍ ଫିକ୍ସିଂ' କଳଙ୍କ, ସସ୍ପେଣ୍ଡ ହେଲେ ୪ ଖେଳାଳି
·7 months ago·2 min read

Key Points
ଘରୋଇ କ୍ରିକେଟରେ ଫିକ୍ସିଂ ବିବାଦ
ଆସାମର ୪ କ୍ରିକେଟର ନିଲମ୍ବିତ
ଗୌହାଟୀ କ୍ରାଇମ୍ ବ୍ରାଞ୍ଚରେ ମାମଲା
ଆସାମର ୪ କ୍ରିକେଟର ନିଲମ୍ବିତ
ଗୌହାଟୀ କ୍ରାଇମ୍ ବ୍ରାଞ୍ଚରେ ମାମଲା
ପୁଣି କ୍ରିକେଟ୍ ଜଗତକୁ ଫେରିଲା ମ୍ୟାଚ୍ ଫିକ୍ସିଂ ବିବାଦ । ଏଥର ଏହା ଭାରତୀୟ ଘରୋଇ କ୍ରିକେଟରେ ସାମ୍ନାକୁ ଆସିଛି । ଶୁକ୍ରବାର ଆସାମ କ୍ରିକେଟ ଆସୋସିଏସନର ସମ୍ପାଦକ ସନାତନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ମ୍ୟାଚ୍ ଫିକ୍ସିଂ କାରଣରୁ ଚାରି ଜଣ ଖେଳାଳିଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଏହି ଚାରି ଜଣ ଖେଳାଳି ହେଉଛନ୍ତି ଅମିତ ସିହ୍ନା, ଇଶାନ ଅହମ୍ମଦ, ଅମନ ତ୍ରିପାଠି ଏବଂ ଅଭିଷେକ ଠାକୁର ।
ସନାତନ ଦାସ କହିଛନ୍ତି ଯେ ଏହି ଚାରି ଜଣ ଖେଳାଳି କ୍ରିକେଟରେ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରେ ଜଡିତ ଥିଲେ। ଏହି ମାମଲା ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ ସହିତ ଜଡିତ।
ଆସାମ କ୍ରିକେଟ ଆସୋସିଏସନ (ACA)ର ସଚିବ ସନାତନ ଦାସ ଏକ ବିବୃତ୍ତିରେ କହିଛନ୍ତି, "ଏହି ଚାରି ଜଣ କ୍ରିକେଟର, ଯେଉଁମାନେ ବିଭିନ୍ନ ସ୍ତରରେ ଆସାମକୁ ପ୍ରତିନିଧିତ୍ୱ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ରେ ଆସାମ ପାଇଁ ଖେଳିଥିବା କିଛି ଖେଳାଳିଙ୍କୁ ପ୍ରଭାବିତ ଏବଂ ପ୍ରୋତ୍ସାହିତ କରିବାର ଅଭିଯୋଗ ସାମ୍ନାକୁ ଆସିଛି । ଏହି ଅଭିଯୋଗ ଆସିବା ମାତ୍ରେ BCCIର ଦୁର୍ନୀତି ନିବାରଣ ୟୁନିଟ୍ ଏହି ଘଟଣାର ତଦନ୍ତ କରିଛି। ACA ମଧ୍ୟ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।"
ACA କହିଛି ଯେ ଏହା ମ୍ୟାଚ୍ ଫିକ୍ସିଂରେ ଜଡିତ ଚାରି ଜଣ ଖେଳାଳିଙ୍କ ବିରୁଦ୍ଧରେ ଗୌହାଟୀ କ୍ରାଇମ୍ ବ୍ରାଞ୍ଚରେ ଏକ FIR ଦାୟର କରାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବିସିସିଆଇ ସଚିବ ଦେବଜିତ ସାଇକିଆ ଏପରି କାର୍ଯ୍ୟକଳାପରେ ଜଡିତ ଖେଳାଳିମାନଙ୍କୁ ଚେତାବନୀ ଦେଇଛନ୍ତି । ସାଇକିଆ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ ।
ଆସାମ ଦଳକୁ ସୟଦ ମୁସ୍ତାକ ଅଲି ଟ୍ରଫିର ଏଲିଟ୍ ଗ୍ରୁପ୍ A ରେ ସ୍ଥାନିତ କରାଯାଇଥିଲା। ଭାରତର ଷ୍ଟାର କ୍ରିକେଟର ରିୟାନ ପରାଗ ମଧ୍ୟ ଏହି ଦଳ ପାଇଁ ଖେଳନ୍ତି । ଆସାମ ସାତଟି ମ୍ୟାଚରେ କେବଳ ତିନୋଟି ବିଜୟ ହାସଲ କରିଥିଲା । ତା’ର ଗ୍ରୁପର ଆଠଟି ଦଳ ମଧ୍ୟରୁ ଆସାମ ସପ୍ତମ ସ୍ଥାନରେ ରହିଥିଲା । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମ୍ୟାଚ୍ ଫିକ୍ସିଂ ମାମଲାରେ ଜଡ଼ିତ ଚାରି ଜଣ ଖେଳାଳିଙ୍କ ମଧ୍ୟରୁ କେହି ବି ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଆସାମ ଦଳରେ ସାମିଲ ନଥିଲେ ।

ଅଧିକ ପଢ଼ନ୍ତୁ: ଭାରତ ଫେରିଲେ ବିରାଟ କୋହଲି, ଲିଓନେଲ ମେସିଙ୍କୁ କରିପାରନ୍ତି ସାକ୍ଷାତ
ACA କହିଛି ଯେ ଏହା ମ୍ୟାଚ୍ ଫିକ୍ସିଂରେ ଜଡିତ ଚାରି ଜଣ ଖେଳାଳିଙ୍କ ବିରୁଦ୍ଧରେ ଗୌହାଟୀ କ୍ରାଇମ୍ ବ୍ରାଞ୍ଚରେ ଏକ FIR ଦାୟର କରାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବିସିସିଆଇ ସଚିବ ଦେବଜିତ ସାଇକିଆ ଏପରି କାର୍ଯ୍ୟକଳାପରେ ଜଡିତ ଖେଳାଳିମାନଙ୍କୁ ଚେତାବନୀ ଦେଇଛନ୍ତି । ସାଇକିଆ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ ।
ଆସାମ ଦଳକୁ ସୟଦ ମୁସ୍ତାକ ଅଲି ଟ୍ରଫିର ଏଲିଟ୍ ଗ୍ରୁପ୍ A ରେ ସ୍ଥାନିତ କରାଯାଇଥିଲା। ଭାରତର ଷ୍ଟାର କ୍ରିକେଟର ରିୟାନ ପରାଗ ମଧ୍ୟ ଏହି ଦଳ ପାଇଁ ଖେଳନ୍ତି । ଆସାମ ସାତଟି ମ୍ୟାଚରେ କେବଳ ତିନୋଟି ବିଜୟ ହାସଲ କରିଥିଲା । ତା’ର ଗ୍ରୁପର ଆଠଟି ଦଳ ମଧ୍ୟରୁ ଆସାମ ସପ୍ତମ ସ୍ଥାନରେ ରହିଥିଲା । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମ୍ୟାଚ୍ ଫିକ୍ସିଂ ମାମଲାରେ ଜଡ଼ିତ ଚାରି ଜଣ ଖେଳାଳିଙ୍କ ମଧ୍ୟରୁ କେହି ବି ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଆସାମ ଦଳରେ ସାମିଲ ନଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories