Videos
|
Sports

Hardik Pandya / ରିଲେସନଶିପକୁ କନଫର୍ମ କଲେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ

Ritu Das
Browse all articles by Ritu Das
·11 months ago·2 min read
ରିଲେସନଶିପକୁ କନଫର୍ମ କଲେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ

Key Points

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପର୍ସନାଲ ଲାଇଫକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ହାର୍ଦ୍ଦିକଙ୍କୁ ନେଇ ବହୁତ ଗୁଜବ ଆସିଥିଲା କି ସେ ଜଣେ ଅଭିନେତ୍ରୀ, ମଡେଲ ତଥା ଫିଟନେସ କଣ୍ଟେଣ୍ଟ କ୍ରିଏଟର ମାହିକା ଶର୍ମାଙ୍କୁ ଡେଟ କରୁଛନ୍ତି।

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପର୍ସନାଲ ଲାଇଫକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ହାର୍ଦ୍ଦିକଙ୍କୁ ନେଇ ବହୁତ ଗୁଜବ ଆସିଥିଲା କି ସେ ଜଣେ ଅଭିନେତ୍ରୀ, ମଡେଲ ତଥା ଫିଟନେସ କଣ୍ଟେଣ୍ଟ କ୍ରିଏଟର ମାହିକା ଶର୍ମାଙ୍କୁ ଡେଟ କରୁଛନ୍ତି। ଏବେ ହାର୍ଦ୍ଦିକ ଏହି ଗୁଜବକୁ କନଫର୍ମ କରିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ନୂତନ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ତାଙ୍କୁ ବାରମ୍ବାର ମଡେଲ ଏବଂ ଅଭିନେତ୍ରୀ ମାହିକା ଶର୍ମା ସହିତ ଯୋଡାଯାଇଛି। ଏବେ, ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ମାହିକାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ଭାବରେ ପ୍ରକାଶ କରିଛନ୍ତି। ଫଟୋରେ, ହାର୍ଦ୍ଦିକ ଏବଂ ମାହିକା ବେଳାଭୂମିରେ ଉପଭୋଗ କରୁଛନ୍ତି।


ଖରାପ ଫର୍ମ ପାଇଁ ଦଳରୁ ବାଦ ପଡ଼ିଲେ ସୂର୍ଯ୍ୟକୁମାର, ଏହି ଷ୍ଟାର୍ ଖେଳାଳି ହେଲେ ଅଧିନାୟକ


ଏହି ରୋମାଣ୍ଟିକ ଫଟୋରେ, ହାର୍ଦ୍ଦିକ ମାହିକା ଶର୍ମାଙ୍କ କାନ୍ଧରେ ତାଙ୍କ ହାତ ରଖିଛନ୍ତି। ଭାରତୀୟ ଅଲରାଉଣ୍ଡର କଳା ସାର୍ଟ ସହିତ ସର୍ଟସ ପିନ୍ଧିଛନ୍ତି, ଯେତେବେଳେ ମାହିକା ଧଳା ସାର୍ଟ ପିନ୍ଧିଛନ୍ତି। ସେ ଆଉ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ହାର୍ଦ୍ଦିକ ଏବଂ ମାହିକା ହାତ ଧରିଛନ୍ତି।
ସୂତ୍ର ଅନୁସାରେ ହାର୍ଦ୍ଦିକ ଏବଂ ମାହିକା ବହୁତ ଦିନ ଧରି ଡେଟ୍‌ କରୁଛନ୍ତି, କିନ୍ତୁ ଏହା ପ୍ରଥମ ଥର ପାଇଁ ସେମାନେ ସାର୍ବଜନୀନ ଭାବରେ ଏହା ଘୋଷଣା କରିଛନ୍ତି। ଏହି ମାସରେ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖାଯିବା ପରେ ଦୁହେଁ ପ୍ରଥମେ ଶିରୋନାମାରେ ଆସିଥିଲେ। ଭିଡିଓଟି ଭାଇରାଲ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ: ସୁରକ୍ଷାକର୍ମୀଙ୍କ ଉପରେ ବର୍ଷିଲେ ରୋହିତ...ଫ୍ୟାନ୍ସ କହିଲେ ହିଟମ୍ୟାନ ସବୁବେଳେ ହିଟ୍‌ କୁନି ଫ୍ୟାନ୍ସଙ୍କ ପାଇଁ


ହାର୍ଦ୍ଦିକଙ୍କ ଏହି ପୋଷ୍ଟ ଆସିବା ପରଠୁ ଇଣ୍ଟରନେଟରେ ଚର୍ଚ୍ଚା ଜୋର ଧରିଛି। ହାର୍ଦ୍ଦିକଙ୍କ ପୋଷ୍ଟ ଦେଖିବାପରେ ଲୋକମାନେ କହୁଛନ୍ତି ଶେଷରେ ଭାଇ କନଫର୍ମ କରିଦେଲେ। କିନ୍ତୁ ଏହା କଣ ସତ ଖବର ବୋଲି ଏବେବି ଲୋକ ସନ୍ଦେହଘେରରେ ରହିଛନ୍ତି। ହାର୍ଦ୍ଦିକ କିନ୍ତୁ ଏହି ଫଟୋ ପୋଷ୍ଟ କରିବାପରେ କୌଣସି କ୍ୟାପସନ ରଖିନାହାନ୍ତି। ଲୋକ କହିଛନ୍ତି କି ହାର୍ଦ୍ଦିକ ଗ୍ରୀନ ସିଗନାଲ ଦେଇଛନ୍ତି ନ ଦୁହିଁଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି।


ଖବରରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟା ସମୟରେ ସୋସିଆଲ ମିଡିଆରେ ହାର୍ଦ୍ଦିକ ଏବଂ ମାହିକାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଠି କାର୍‌ରୁ ଓହ୍ଲାଇବାପରେ ହାର୍ଦ୍ଦିକ ମାହିକାଙ୍କୁ ଅପେକ୍ଷା କରିଥିଲେ। ଏହାପରେ ଦୁଇଜଣ ଏହାସଙ୍ଗରେ ଭିତରକୁ ଯାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଆସିବାପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଯେ, ଦୁହିଁଙ୍କ ମଧ୍ୟରେ କିଛି ନା କିଛି ଚାଲିଛି। ମାହିକାଙ୍କ ପୂର୍ବରୁ ହାର୍ଦ୍ଦିକ ଏବଂ ଜସ୍ମିନ ଓ୍ବାଲିଆଙ୍କୁ ନେଇ ଆଫେୟାର୍ସ ଗୁଜବ ଚାଲିଥିଲା। ଜସ୍ମିନଙ୍କ ପରେ ଏବେ ମାହିକାଙ୍କ ସହ ହାର୍ଦ୍ଦିକଙ୍କ ନାଁ ଯୋଡ଼ାଯାଇଛି। ତେବେ ଫ୍ୟାନ୍ସମାନେ ଅପେକ୍ଷା କରି ରହିଛନ୍ତି ଉଭୟଙ୍କ ମଧ୍ୟରେ ଯାହା ଚାଲିଛି ତାହା ସତ ନା ମିଛ।