SuryaKumar Yadav / ଖରାପ ଫର୍ମ ପାଇଁ ଦଳରୁ ବାଦ ପଡ଼ିଲେ ସୂର୍ଯ୍ୟକୁମାର, ଏହି ଷ୍ଟାର୍ ଖେଳାଳି ହେଲେ ଅଧିନାୟକ

Key Points
ସୂର୍ଯ୍ୟକୁମାରଙ୍କ କାଳ ହେଲା ଖରାପ ଫର୍ମ । ଏବେ ଦଳରୁ ହେଲେ ବିଦା । ଏହି ଷ୍ଟାର ଖେଳଳି ହେଲେ ଅଧିନାୟକ ।
ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ତାଙ୍କ କ୍ୟାରିୟରର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଯଦିଓ ଭାରତ ତାଙ୍କ ଅଧିନାୟକତ୍ୱରେ ଏସିଆ କପ୍-୨୦୨୫ ଜିତିଥିଲା, କିନ୍ତୁ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଥିଲା । ଆଉ ଏବେ ତାଙ୍କର ଖରାପ ଫର୍ମ ଘରୋଇ କ୍ରିକେଟକୁ ମଧ୍ୟ ପ୍ରଭାବିତ କରିଛି । ଆଗାମୀ ରଣଜୀ ଟ୍ରଫି ସିଜିନ୍ ପାଇଁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (MCA) ଦଳ ଘୋଷଣା କରିଛି । କିନ୍ତୁ ଏହି ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇ ନାହିଁ ।
ସୂର୍ଯ୍ୟ ଦଳରୁ ବାଦ ପଡ଼ିଲେ
୨୦୨୫-୨୬ ରଣଜୀ ଟ୍ରଫି ଅକ୍ଟୋବର ୧୫ ତାରିଖରେ ଆରମ୍ଭ ହେବାକୁ ଯାଉଛି । ଏଥର ୪୨ ଥର ଚାମ୍ପିଅନ୍ ମୁମ୍ବାଇ ତା’ର ପ୍ରଥମ ମ୍ୟାଚ୍ ଜାମ୍ମୁ-କାଶ୍ମୀର ବିପକ୍ଷରେ ଖେଳିବ । ତେବେ ଆଗାମୀ ରଣଜୀ ସିଜିନ୍ ପାଇଁ ଶୁକ୍ରବାର ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ୧୬ ଜଣିଆ ଦଳ ଘୋଷଣା କରିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ସୂର୍ଯ୍ୟକୁମାର ଯାଦବଙ୍କ ନାମ ଏହି ୧୬ ଜଣିଆ ତାଲିକାରେ ସାମିଲ କରାଯାଇନାହିଁ ।
ଅଧିକ ପଢ଼ନ୍ତୁ: ଅଭିଷେକ ଶର୍ମାଙ୍କୁ ମିଳିଲା SUV ପୁରସ୍କାର, କିନ୍ତୁ ଭାରତ ଆଣିପାରିବେନି...ଜାଣନ୍ତୁ କାହିଁକି
ସୂତ୍ର ଅନୁଯାୟୀ, ସୂର୍ଯ୍ୟକୁମାରଙ୍କ ଖରାପ ଫର୍ମ ପାଇଁ ତାଙ୍କୁ ରଣଜୀ ଦଳରୁ ବାଦ ପଡ଼ିଛନ୍ତି । ଏହା ମଧ୍ୟ କୁହାଯାଉଛି କି ତାଙ୍କୁ ବିଶ୍ରାମ ଦିଆଯାଇଛି । କାରଣ ସେ ଅକ୍ଟୋବର ୨୦ ପରେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। କାହିଁକି ନା ଅଷ୍ଟ୍ରେଲିଆରେ ୫ ଟିକିଆ ଟି-୨୦ ସିରିଜ୍ ଖେଳିବ ଭାରତ । ତେଣୁ ତାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି କୁହାଯାଉଛି ।
📱 Get Argus News App
✨ଶାର୍ଦ୍ଦୁଳ ଠାକୁରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି
ସେପଟେ ରଣଜୀ ସିଜିନ୍ ଆରମ୍ଭ ପୂର୍ବରୁ ଏଥର ମୁମ୍ବାଇ ଦଳର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଗତ ସିଜନରେ ଦଳର ନେତୃତ୍ୱ ନେଇଥିବା ଅଜିଙ୍କ୍ୟ ରାହାଣେ ଅଧିନାୟକତ୍ୱ ଛାଡି ଦେଇଛନ୍ତି । ଏମସିଏ ତାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି । ତଥାପି ରାହାଣେ ମୁମ୍ବାଇ ଦଳରେ ରହିଛନ୍ତି ଏବଂ ସେ ମଧ୍ୟକ୍ରମରେ ବ୍ୟାଟିଂ ମଧ୍ୟ କରିବେ ।
ମୁମ୍ବାଇ ଦଳ:
ଶାର୍ଦ୍ଦୁଲ ଠାକୁର (କ୍ୟାପଟେନ), ଆୟୁଷ ମଥ୍ରେ, ଆକାଶ ଆନନ୍ଦ (ୱିକେଟ୍ ରକ୍ଷକ), ଅଜିଙ୍କ୍ୟ ରାହାନେ, ସିଦ୍ଧେଶ ଲାଡ୍, ଶିବମ ଦୁବେ, ସରଫରାଜ ଖାନ, ଶ୍ୟାମ୍ସ ମୁଲାନି, ତନୁଶ କୋଟିୟାନ, ତୁଷାର ଦେଶପାଣ୍ଡେ, ସିଲଭେଷ୍ଟର ଡି’ସୁଜା, ହାର୍ଦ୍ଦିକ ତମୋର (ୱିକେଟର ରକ୍ଷକ), ଇରଫାନ୍ ଉମାୟର, ମୁଶୀର ଖାନ, ଅଖିଲ ହେରୱାଡକର ଏବଂ ରୋଷ୍ଟନ୍ ଡା
Related Topics
Explore more stories