Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Auction / ଆବୁଧାବିରେ ହେବ ଆଇପିଏଲ ନିଲାମ ! ଜାଣନ୍ତୁ କାହିଁକି ହେଲାନି ଭାରତରେ...

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଆବୁଧାବିରେ ହେବ ଆଇପିଏଲ ନିଲାମ ! ଜାଣନ୍ତୁ କାହିଁକି ହେଲାନି ଭାରତରେ...

Key Points

ଆଇପିଏଲ ନିଲାମକୁ ନେଇ ଆସିଲା ବଡ଼ ଅପଡେଟ୍‌ । ଆବୁଧାବିରେ ହେବ ମିନି ଅକ୍ସନ । ଜାଣନ୍ତୁ କାହିଁକି ଭାରତରେ ହେଲାନି ନିଲାମ । 
ଆଇପିଏଲ ଆଗାମୀ ସିଜିନ୍‌କୁ ନେଇ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି । ଆସନ୍ତା ନଭେମ୍ବର ୧୫ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍‌ ରିଟେନ୍‌ ଲିଷ୍ଟ ଜାରି କରିବ । ଅର୍ଥାତ ଆଗାମୀ ସିଜିନ୍‌ ପାଇଁ କେଉଁ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ ରଖିବେ ଆଉ କାହାକୁ ଛାଡ଼ିବେ ତା'ର ତାଲିକା ଦେବେ । ତେବେ ଏସବୁ ମଧ୍ୟରେ ଆଇପିଏଲ ମିନି ନିଲାମକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି ।

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ଜଣେ ଅଧିକାରୀ କହିଛନ୍ତି, ଆଗାମୀ ଆଇପିଏଲ ମିନି ନିଲାମ ଡିସେମ୍ବର ମଧ୍ୟ ଭାଗରେ ଆବୁଧାବିରେ ଅନୁଷ୍ଠିତ ହେବ । ଏହା କ୍ରମାଗତ ତୃତୀୟ ଥର ପାଇଁ ବିଦେଶରେ IPL ନିଲାମ ଅନୁଷ୍ଠିତ ହେବ। ପୂର୍ବରୁ, ୨୦୨୩ ରେ ଦୁବାଇ ଏବଂ ୨୦୨୪ ରେ ଜେଦ୍ଦାରେ ନିଲାମ ଅନୁଷ୍ଠିତ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୧୫ କିମ୍ବା ୧୬ ତାରିଖରେ ଆଇପିଏଲ ନିଲାମ ଅନୁଷ୍ଠିତ ହୋଇପାରେ ।

ବିସିସିଆଇର ଅଧିକାରୀ ଜଣକ କହିଛନ୍ତି, 'ନିଲାମ ପାଇଁ ଆବୁଧାବିକୁ ଚୂଡ଼ାନ୍ତ କରାଯାଇଛି । ଏହା ଏକ ମିନି ନିଲାମ ହେବ । କାରଣ ଗତ ବର୍ଷ ସାଉଦି ଆରବରେ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା ।

ଅଧିକ ପଢ଼ନ୍ତୁ: ICC ଜାରି କଲା ନୂଆ ରାଙ୍କିଂ, ଟପ୍‌-୫ରେ ଏଣ୍ଟ୍ରି କଲେ ବିରାଟ କୋହଲି

ଭାରତରେ ନିଲାମ ଆୟୋଜନ କରିବା ବିଷୟରେ ଆଲୋଚନା ହୋଇଥିଲା । କିନ୍ତୁ ଆବୁଧାବିକୁ ପ୍ରଥମ ପସନ୍ଦ କରାଯାଇଥିଲା କାରଣ ଏହା ବିଦେଶୀ ସପୋର୍ଟ ଷ୍ଟାଫ୍ ପାଇଁ ଅଧିକ ସୁବିଧା ପ୍ରଦାନ କରେ । ବିଶେଷକରି ଯେତେବେଳେ ଅନେକ ସଦସ୍ୟ ଆସେସ୍ ସିରିଜ୍ କିମ୍ବା ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିଶ୍ରୁତିରେ ବ୍ୟସ୍ତ ଥାଆନ୍ତି । ତେଣୁ ବର୍ତ୍ତମାନ ଆଇପିଏଲ ନିଲାମ ବିଦେଶରେ ହେବ ପାଇଁ ନିଷ୍ପତ୍ତି ନିଆଯାଇଛି ।

ସମସ୍ତ ୧୦ IPL ଫ୍ରାଞ୍ଚାଇଜ୍ ପାଇଁ ରିଟେନସନ୍ ଶେଷ ତାରିଖ ନଭେମ୍ବର ୧୫ ରହିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ ଏକ ହାଇ-ପ୍ରୋଫାଇଲ୍ ଟ୍ରେଡ୍‌ ହେବାର ସମ୍ଭାବନା ଅଛି । ଯାହା ରିଟେନସନ୍ ଶେଷ ତାରିଖ ପୂର୍ବରୁ କିମ୍ବା ସେହି ଦିନ ସମାପ୍ତ ହୋଇପାରେ। ସମସ୍ତଙ୍କ ନଜର ସଞ୍ଜୁ ସାମସନ ଏବଂ ରବିନ୍ଦ୍ର ଜାଡେଜା ଉପରେ ରହିଛି। ଉଭୟ ଖେଳାଳିଙ୍କ ସମ୍ପର୍କରେ CSK ଏବଂ RR ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଗତ ସିଜିନ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଟାଇଟଲ ଜିତିଥିଲା । ଆଇପିଏଲ ଆରମ୍ଭ ହେବା ପରଠୁ ଆରସିବି ଗତ ସିଜିନ୍‌ରେ ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଥିଲା । ଆଉ ଏବେ ସମସ୍ତ ଫ୍ରାଞ୍ଚାଇଜ୍‌ ଆଗାମୀ ନିଲାମରେ କେଉଁ ରଣନୀତି ଆପଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL 2025 Mini Auction to Be Held in Abu Dhabi, Retention Deadline November 15 | Argus News